ସରକାରୀ ଜାଗା ଜବରଦଖଲକୁ ବାରଣ କରିବାରୁ : ୧୮ନମ୍ବର ୱାର୍ଡମେମ୍ବର ସାଗର ମାହାନାଙ୍କୁ ଛୁରାମାଡ଼

ଏତଲା ଦେବାର ୫ ଦିନ ବିତି ଗଲାଣି ହେଲେ କାହିଁକି ପୋଲିସ ଗିରଫ କରୁନାହାନ୍ତି ଅଭିଯୁକ୍ତ ଙ୍କୁ ?

ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ରୋକୁଛନ୍ତି ରାଜନେତା । ପ୍ରଚ୍ଛଦ ପଟରେ ରହି ଘଣ୍ଟ ଘୋଡାଉଛନ୍ତି ନେତା ଏହାର ସାଥ ଦେଉଛି ପୋଲିସ । ଅଭିଯୁକ୍ତ କୁ ଚିହ୍ନାଇବା ପରେ ବି ଅଜଣା ହୋଇ ରହିଛି ପୋଲିସ୍ ପ୍ରଶାସନ ।

ତେବେ ଏହି ପ୍ରଛଦପଟରେ ଲୁଚି ଥିବା ନେତା ଙ୍କ ନାମ ଜାଣିବାକୁ ଚାହୁଁଛନ୍ତି ଜନସାଧାରଣ …!! ଲୋକଙ୍କ ହିତ ପାଇଁ ନା ନେତା ଙ୍କ ବୁକୁଚା ବୁହା ପାଇଁ ପୋଲିସ୍ ..? ବୋଲି ଉତକ୍ଷେପିତ ଜନସାଧାରଣ ପ୍ରଶ୍ନ କରିଛନ୍ତି ।

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା/ଜଟଣୀ  :- ସରକାରୀ ଜାଗା ଜବର ଦଖଲକୁ ବାରଣ କରିବାରେ ଜଟଣୀ ବ୍ଲକ ପଦନପୂର୍ ପଞ୍ଚାୟତ ଉପରବସ୍ତ ଗ୍ରାମର ୧୮ନମ୍ବର ୱାର୍ଡର ମେମ୍ବର ସାଗର ମାହାନାଙ୍କୁ ଛୁରାମାଡ଼ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ଉପରବସ୍ତ ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରକୁ ଲାଗି ଏକ ସରକାରୀ ଯାଗା ରହିଛି

ଯାହାକୁ ଗ୍ରାମବାସି ମାନେ ଶୁଦ୍ଧି କ୍ରିୟା ସମୟରେ ହାଣ୍ଡି ଦେବାପାଇଁ ବ୍ୟବହାର କରନ୍ତି କିନ୍ତୁ ଉକ୍ତ ଜାଗାକୁ ସେହି ଗ୍ରାମର ପ୍ରଦିପ ମାଝୀ (ପଦିଆ) ଜବର ଦଖଲ କରିବାରୁ ଗ୍ରାମବାସୀ ମାନେ ବସି ପଦିଆକୁ ଜାଗା ଜବର ଦଖଲ ନ’କରିବାକୁ କହିଥିଲେ ଯେଉଁଥିରେ’କି ୱାର୍ଡ ମେମ୍ବର ସାଗର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ସେଥିପାଇଁ ପଦିଆ ପ୍ରତିଶୋଧ ପରାୟଣ ହୋଇ ଗତ ୯ ତାରିଖ ଦିନ ସନ୍ଧ୍ୟାରେ ଗାଁ କୋଠଘର ଠାରେ ସାଗରକୁ ଏକ ଛୁରୀ ଦ୍ଵାରା ଆକ୍ରମଣ କରିଥିଲା ଯେଉଁଥିରେ ସାଗର ଗୁରୁତର ଆହତ ହୋଇଥିଲେ ଗ୍ରାମବାସୀ ମୂର୍ମୁସ ଅବସ୍ଥାରେ ପ୍ରଥମେ ଜଟଣୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରେ ପରେ ଏମ୍ସ ଡାକ୍ତର ଖାନାରେ ନେଇ ଭର୍ତି କରିଥିଲେ । ଏ ସଂକ୍ରାନ୍ତରେ ସାଗରଙ୍କ ସ୍ତ୍ରୀ ସୁଜାତା ମାହାନା ଥାନାରେ ଲିଖିତ ଅଭିଯୋଗ କରିଥିଲେ

ଜଟଣୀ ଥାନା ପୋଲିସ ଅଭିଯୋଗ କ୍ରମେ ମାମଲା ନମ୍ୱର ୨୨୮ ଦଫା ୩୪୧,୩୨୪, ୩୦୭, ୫୦୬ ଏବଂ ୩୫୪ବି ରେ ଏକ ମାମଲା ରୁଜ୍ଜୁକରି ଅଭିଯୁକ୍ତର ତଲାସରେ ଥିଲେ କିନ୍ତୁ ଅଭିଯୁକ୍ତକୁ ଗିରଫରେ ବିଳମ୍ୱ ହେବାରୁ ଆଜି ଉପରବସ୍ତ ଗ୍ରାମବାସି ମାନେ ଜଟଣୀ ନାଗରିକ କମିଟି ସଭାପତି କ୍ୟାପଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାରେ ଥାନା ଆଗରେ ଧାରଣା ଦେଇଥିଲେ ।

ଥାନା ଅଧିକାରୀ ସୌମ୍ୟକାନ୍ତ ବଳିଆରସିଂ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବାର ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଧାରଣାରେ ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଅହଲ୍ୟା ନାୟକ, ଗ୍ରାମ୍ୟ କମଟିର ସଭାପତି ଦିବାକର ମଙ୍ଗରାଜ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ପଦିଆ ଶାସକ ଦଳର ଜଣେ ବରିଷ୍ଠ ନେତାଙ୍କ ସମର୍ଥକ ହୋଇଥିବାରୁ

ଏବଂ ଜଣେ ସରକାରୀ ଓକିଲଙ୍କ ବନ୍ଧୁ ହୋଇଥିବାରୁ ଘଟଣାକୁ ୫ଦିନ ବିତି ଯାଇଥିଲେ ମଧ୍ୟ ଚାପର ବଶବର୍ତ୍ତୀ ହୋଇ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ଅସଫଳ ହେବାରୁ ଆଜି ଥାନା ଆଗରେ ଧାରଣା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଥିରେ ପଦନପୁର ପଞ୍ଚାୟତର ଅନେକ ୱାର୍ଡ ମେମ୍ବର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।

Exit mobile version