ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷୀରୁ : ବିଶ୍ୱ ରକ୍ତଦାତା ଦିବସ ପାଳିତ

୧୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ ଜିଲ୍ଲା :- ସ୍ବାସ୍ଥ୍ୟ ବିଭାଗ ପକ୍ଷୀରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ବୈଠକ ଗୃହରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଅଛି।ମୁଖ୍ୟ ଅତିଥିଭାବେ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନୌଷଦ ଅଲ୍ଲୀ ଖାଁ ଙ୍କ ତତୁବାଧନରେ ସଭାଟି ପାଳନ କରାଯାଇଥିଲା। Superintendent medical Dr Sudanshu Sekhar Sarangi, Blood Bank officer Dr Ajay Bahinipati , DPM Biswa rajan Rath ସଭାରେ ଉପସ୍ଥିତ ଥିଲେ । Blood bank ଅଧକରି ରକ୍ତଦାନର ନିୟମାବଳି ସମ୍ପର୍କରେ ଆଲୋଚନା କରିଥିଲେ ।65 ଜଣ ରକ୍ତଦାତା ଏହି ସଭାରେ ଯୋଗଦାନ କରି ତାଙ୍କର ବକ୍ତବ୍ୟ ରଖିଥିଲେ। ଗ୍ରାମ ମାନଙ୍କରେ ସଚେତନତା ହୋଇପାରିଲେ ରକ୍ତଦାତା ସଂଖ୍ୟା ବୃଦ୍ଧି ପାଇବ। ସ୍ବତୀଲତ ବିଶ୍ୱାଳ ,ଦୀପକ ଦଳବେହେରା,ଅଜୟ ପଟନାୟକ କାଯ୍ୟକ୍ରମ ରେ ସହଯୋଗ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମ ପାଳନର ସ୍ୱଛତା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ନୟାଗଡ ବ୍ଲଡ଼ ବ୍ୟାଙ୍କ ସମ୍ପର୍କିତ ସମସ୍ତ ବିଷୟରେ ଏକ ଭିଜିଲାନ୍ସ ତଦନ୍ତ ହେଲେ ବ୍ଲଡ଼ ବ୍ୟାଙ୍କରେ ହେଉଥିବା ସମସ୍ତଙ୍କୁ ଚକିତ କଲା ଭଳି ଅନିୟମିତତା ଧରା ପଡନ୍ତା ଏବଂ ବ୍ଲଡ଼ ବ୍ୟାଙ୍କର କିଏ ସେହି କରିତାକର୍ମା ଅଧିକାରୀ ଯାହାଙ୍କ ଅଲିଖିତ ନିର୍ଦ୍ଧେଶରେ ଖୋଲମ ଖୋଲା ବେଆଇନ ମଣିଷ ଜୀବନ ସହିତ ଖେଳୁଛି, ଏହାର ଖୁଲାସା ସହ ଉକ୍ତ ଅଧିକାରୀଙ୍କ ଉପରେ ଏକ ଭିଜିଲାନ୍ସ ତଦନ୍ତ ହେଲେ ପ୍ରକୃତ ରହସ୍ୟ ଉନ୍ମୋଚିତ ହୁଅନ୍ତା ବୋଲି ତଥ୍ୟାଭିଜ୍ଞ ମହଲରୁ ପ୍ରକାଶ | ଏପରିକି ଜିଲ୍ଲାବାସୀ ସ୍ୱାସ୍ଥ୍ୟ ବିଶାରଦ ସହ ସାଧୁ ଆଉ କର୍ତ୍ତବ୍ୟନିଷ୍ଠ ଜିଲ୍ଲା ମୁଖ୍ୟ ଡାକ୍ତର ଅଧିକାରୀ ଡ଼ ମକରନ୍ଦ ବେହେରା ଏ ଦିଗରେ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ସହ ଅବ୍ୟବସ୍ଥିତ ବ୍ଲଡ଼ ବ୍ୟାଙ୍କଙ୍କୁ ସୁଧାର ଆଣି ଜନ ସୁରକ୍ଷା ସହ ଜଡିତ ଏହି ସଂସ୍ଥାଟିର ପୁନଃରୁଦ୍ଧାର କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରୁ ଦାବି ଉଠିଛି

 

Exit mobile version