ରାହୁଲ ଜୀ ସବା ଟ୍ରଷ୍ଟ ଓ କଟକ ସଦର ସାମାଜିକ ସାସ୍କୃତିକ ସଂସଦ ପକ୍ଷରୁ ରଜ ମହୋତ୍ସବ ପାଳନ

୧୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ରଜ ପର୍ବ ଓଡ଼ିଶାର ଏକ ଗଣ ପର୍ବ । ଗ୍ରାମ ଠାରୁ ସହର ସମସ୍ତେ ରଜ ପର୍ବକୁ ଆନନ୍ଦର ସହିତ ପାଳନ କରନ୍ତି । ଆଜି ଥିଲା ୨୦୨୩ ମସିହା ଜୁନ ୧୪ ତାରିଖ ପହିଲି ରଜ। ଗାଁ ଠାରୁ ସହର ବିଭିନ୍ନ ସ୍ଥାନରେ ଲାଗିଛି ଦୋଳି । ପିଲାଙ୍କ ଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତେ ରଜର ମଜା ନେଉଛନ୍ତି । ଝିଅ ମାନେ ପହିଲି ରଜର ପୂର୍ବ ଦିନ ସଜବାଜ ହୋଇଥାନ୍ତି । ହାତରେ ମେହେନ୍ଦି ପାଦରେ ଅଳତା ଲଗାଇ ଥାନ୍ତି ।

ପହିଲି ରଜରେ ଭୋରରୁ ଝିଅ ବୋହୁ ମାନେ ଗଧୋଇବା ସହିତ ପିଲାମାନଙ୍କୁ ଗଧୋଇ ଦେଇ ନୂଆ ବସ୍ତ୍ର ପରିଧାନ କରିଥାନ୍ତି । ରଜ ତିନି ଦିନ ଧରି ଝିଅମାନ କୌଣସି କାମ କରିନ୍ତି ନାହିଁ । ସାଙ୍ଗ ସାଥି ହୋଇ ବିଭିନ୍ନ ସ୍ଥାନକୁ ଯାଇ ଦୋଳି ଖେଳିବା, ରଜ ପାନ ଖିଇବା ସହିତ ପୁଚି ଖେଳ ,ଲୁଡୁ ଖେଳ , ତାସ ଖେଳରେ ମଜିଯାନ୍ତି । ଏହି ରଜରେ ପୁଅ ମାନେ କବାଡି ,ତାସ ଆଦି ଖେଳରେ ସାମିଲ ହୁଆନ୍ତି । ବୁଧବାର ସକାଳେ କଟକ ସଦର ଥାନା ଅନ୍ତର୍ଗତ ସିଏମସି ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର

ଜନାର୍ଦ୍ଦନ ପରିଡ଼ା ଏବଂ ମା ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟି ର ମିଳିତ ସହଯୋଗରେ ରାହୁଲ ଜୀ ସେବା ଟ୍ରଷ୍ଟ ପକ୍ଷରୁ ପ୍ରତାପନଗରୀ ସ୍ଥିତ ଧାକୁଲେଇଙ୍କ ପୀଠରେ ରଜ ମହୋତ୍ସବ ପାଇଁ ଦୋଳି ଲଗା ଯାଇଥିଲା । ଏଥିରେ ଆଖପାଖ ଗ୍ରାମ ଝିଆ ବୋହୁ ମାନଙ୍କୁ ନେଇ ବିଭିନ୍ନ ପ୍ରତି ଯୋଗୀତା କରାଯାଇଥିଲା । ସେହିପରି ତେଲଙ୍ଗାପେଣ୍ଠ ଗାନ୍ଧୀ ସ୍ମୃତି ପୀଠରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ନେତୃତ୍ୱରେ କଟକ ସଦର ସାମାଜିକ ସାସ୍କୃତିକ ସଂସଦ ପକ୍ଷରୁ ଛୋଟ ପିଲା ମାନଙ୍କୁ ନେଇ ରଜରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ।

ଏହି ଉତ୍ସବ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ । ରଜ ମହୋତ୍ସବରେ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏକ ତ୍ରିତ ହୋଇ ରଜ ମହୋତ୍ସବର ଆନନ୍ଦ ନେଇଥିଲେ । ଉଦଯାପନି ଦିବସରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯିବ । ଦୁଇଟି ସ୍ଥାନରେ ରଜ ମହୋତ୍ସବ ପାଇଁ ପ୍ରବଳ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।

Exit mobile version