ପୋଖରୀରେ ବୁଡି 16 ବର୍ଷାର ବାଳକ ମୃତ୍ର୍ୟୁ

୧୩ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-  ଆଜି ମଙ୍ଗଳ ବାର ପୂର୍ବାହ୍ନ ଦିବା 10.45 ଘଣ୍ଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ରଘୁନାଥପୁର (ଲୂଣୁପୁଟ) ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି l  ସୂଚନା ମୁତାବକ ଉକ୍ତ ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ବଡ଼ ପୁଅ ସୁବ୍ରତ ପ୍ରଧାନ (୧୬) ସାଙ୍ଗ ମାନଙ୍କ ସହ ନିଜ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇଥିଲା l ଗାଧୋଇବା ସମୟରେ କୌଣସି କାରଣ ବଶତଃ ପୋଖରୀରେ ବୁଡି ଯାଇଥିଲେ।

ଅନ୍ୟ ସାଙ୍ଗ ମାନେ ତାକୁ ବହୁ ଖୋଜା ଖୋଜି କରି ବିଫଳ ହେବାରେ ଗ୍ରାମରେ ଜଣାଇବା ପରେ ଗ୍ରାମର କିଛି ବ୍ୟକ୍ତି ପୋଖରୀରୁ ସୁବ୍ରତଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ବାଲୁଗାଁ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲୁରହିଛି l ମୃତ ସୁବ୍ରତ ଛାତ୍ର ଜୀବନରୁ ଜଣେ ମେଧାବୀ ଛାତ୍ର ଥିବା ବେଳେ ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ସେ ‘ଏ’ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ସୁବ୍ରତଙ୍କ ଅକସ୍ମାତ ମୃତ୍ୟୁ ଖବର ପାଇ ପରିବାର ବର୍ଗ ଭାଂଗିପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Exit mobile version