ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ମହାନ୍ତିଙ୍କ ଶ୍ରାଦ୍ଧ ବାର୍ଷିକରେ ପ୍ରତିମୂର୍ତ୍ତି ଉନ୍ମୋଚନ

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ନିର୍ବାଚନ ମଣ୍ଡଳୀ ୪୨ ମୌଜା ବେଣ୍ଟକାର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ମହାନ୍ତିଙ୍କର , ପ୍ରଥମ ଶ୍ରାଦ୍ଧ ବାର୍ଷାକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳନ କରାଯିବା ସହିତ, ତାଙ୍କର ଏକ ପ୍ରତିମୂର୍ତ୍ତିକୁ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଉନ୍ମୋଚନ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ମୃତି ଚାରଣ ସଭା ସବଳପୁର ସ୍ଥିତ ବାସଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସ୍ମୃତି ଚାରଣ ସଭାରେ ଇଞୀନିୟର ଅଶୋକ କୁମାର ବିଶ୍ବାଳଙ୍କ ଅଧ୍ୟକ୍ଷତା କରିଥିଲେ ।ଏହି ସ୍ମୃତି ଚାରଣ ସଭାରେ ପୂର୍ବତନ କଟକ -ଚୌଦାର ର ପୂର୍ବତନ ଲୋକପ୍ରିୟ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ , ବିଶିଷ୍ଟ ସମବାୟବିତ ମହେନ୍ଦ୍ର କୁମାର ନାୟକ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବୀରବର ଲେଙ୍କା, ସରପଞ୍ଚ ଶିବ ଶଙ୍କର ମଲ୍ଲିକ , ଖ୍ୟାତନାମା ଲେଖକ ତଥା ସାମ୍ବାଦିକ ଆଲୋକ ନାୟକ, ସମାଜସେବୀ ସନ୍ତୋଷ ପତି ,ଅଜୟ ଦଳାଇ, କଟକ ସଦର ବ୍ଲକ କଂଗ୍ରେସ ସଭାପତି ରାମଚନ୍ଦ୍ର ଗୋଛୟତ, ନାରାୟଣ ମହାନ୍ତି, ସ୍ୱାଧୀନ ଶେଖର ଷଡ଼ଙ୍ଗୀ ,ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ , ଶିବ ପ୍ରସାଦ ମହାନ୍ତିଙ୍କ ଫଟୋଚିତ୍ର ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଏକ ସ୍ମରଣିକା ଶିବ ଦିପ୍ତୀ କୁ ଅତିଥି ମାନେ ଉନ୍ମୋଚିନ କରିଥିଲେ । ସମିତି ସଭ୍ୟ ବିନୋଦ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସ୍ୱର୍ଗତ ଶିବ ପ୍ରସାଦ ମହାନ୍ତି ବେଣ୍ଟକାର ପଞ୍ଚାୟତର ସରପଞ୍ଚ ଥିଲାବେଳେ ବହୁ ଜନହିତକର କାର୍ଯ୍ୟ କରିଥିଲେ । ସେ ମହାବାତ୍ୟା ସମୟରେ ନିଜ ପଞ୍ଚାୟତର ଜନସାଧାରଣ ଏବଂ ୪୨ ମୌଜା ଅଞ୍ଚଳର ଲୋକ ମାନଙ୍କ ପାଖରେ ପହଞ୍ଚି ସାହାଯ୍ୟ ସହଯୋଗ କରିବା କାର୍ଯ୍ୟକୁ ଆଜି ପର୍ଯ୍ୟନ୍ତ ତାଙ୍କ ଅଞ୍ଚଳର ଜନ ସାଧାରଣ ଭୁଲି ପାରି ନାହାନ୍ତି ।ସେ ସବୁବେଳେ ଅନ୍ୟାନ୍ୟ ବିରୁଦ୍ଧରେ ସଂଗ୍ରାମ କରିବା ସହିତ, ଗରିବ ଲୋକମାନଙ୍କୁ ନ୍ୟାୟ ପାଇବା ପାଇଁ ବ୍ଲକର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନ କରୁଥିଲେ । ତାଙ୍କର ସଚୋଟ ପଣିଆ,ନିର୍ଭୀକ କାର୍ଯ୍ୟ ପାଇଁ ସେ ୪୨ ମୌଜାର ପ୍ରତ୍ୟେକ ବ୍ୟକ୍ତିଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି ଵୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ରେ ଶିବ ବାବୁଙ୍କ ସହଧର୍ମୀଣି ଦୀପ୍ତି ମହାନ୍ତି, ପୁଅ ,ଝିଅ, ଗ୍ରାମବାସୀ ସହଯୋଗ କରିଥିଲେ ।

Exit mobile version