ପୁଲିସ ହେଲମେଣ୍ଟ ଓ ଗାଡି ଚେକିଙ୍ଗି କୁ ବିରୋଧ କରି ରାସ୍ତା ରୋକ କଲେ ଲୋକେ

୧୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଆର,ଉଦୟଗିରି ଥାନା କୁଶପଲ୍ଲ ଛକ ଠାରେ ସ୍ଥାନୀୟ ପୁଲିସ ଦ୍ବାରା ଗାଡି ଓ ହେଲମେଣ୍ଟ ଚେକିଙ୍ଗି କରୁଥିବା ସମୟରେ ସ୍ଥାନୀୟ କିଛି ଲୋକ ବିରୋଧ କରିବା ସହ ପୁଲିସ ଦୁବେହାର କରିଥିଲେ । ଏହାକୁ ନେଇ ପୁଲିସ ଓ ସ୍ଥାନୀୟ ଲୋକମାନେ ବ୍ରହ୍ମପୁର – ପାରଳାଖେମଣ୍ଡ ମୁଖ୍ୟ ରାସ୍ତା ଅବରୋଧ କରିରଖିଥିଲେ । ଏହି ଖବର ସୁଣି ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତେଜନା ଲୋକଙ୍କୁ ବୁଝାସୁଜା କରିବା ପରେ ରାତ୍ର ୧୦ଟାରେ ରାସ୍ତା ରୋକ ହଟିଥିଲା । ଘଟଣା ମୁତାବକ ଆର,ଉଦୟାଗିରି ପୁଲିସ ଷ୍ଟାପ ରବିବାର ସନ୍ଧ୍ୟା ୭ଟା ସମୟରେ କୁଶପଲ୍ଲୀ ଛକ ଠାରେ ଯାନବାହନ ଯାଞ୍ଚ କରୁଥିଲେ । ଏହି ସମୟରେ ସ୍ଥାନୀୟ ଯୁବକଙ୍କୁ ମଦ୍ୟପାନ୍ କରି ଗାଡି ଚାଳନା କରୁଥିବା ଅଭିଯୋଗରେ ଉଠାଇ ନେବାକୁ ଗାଡିରେ ବସାଇଥିଲେ କିନ୍ତୁ କିଛି ସମୟପରେ ଯୁକ୍ତିତର୍କ ଓ ମାଡମାରି ଯୁବକୁ ଛାଡି ଦେଇଥିଲେ । ଏହି ସମୟରେ ପୁଲିସ ଜନସାଧାରଣଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳିଗୁଳଜ କରିବାରୁ ସେଠାରେ ଲୋକେ ଓ ପୁଲିସ ଷ୍ଟାପ ମଧ୍ୟରେ ଗଣ୍ଡଗୋଳର ରୂପ ନେଇଥିଲା । ପରସ୍ପର ମଧ୍ୟରେ ମାରପିଟ୍ ଘଟଣାକୁ କେତେକ ଯୁବକ ମୋବାଇଲରେ ଭିଡିଓ ସୁଟିଂ କରୁଥିବା ବେଳେ ପୁଲିସ ବଳପୂର୍ବକ ମୋବାଇଲ୍ ଛଡାଇ ନେଇ ଭାଙ୍ଗି ଦେଇଥିବା ଅଭିଯୋଗରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାରେ ପୁଲିସର କାର୍ଯ୍ୟକଳାପକୁ ଦାୟୀ କରି ଅଞ୍ଚଳର ଏକ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ ସହ ରାସ୍ତାରେ କାଠ ଗଣ୍ଡି ଓ ପଥର ପକାଇ ରାସ୍ତା ଅବରୋଧ କରିରଖିଥିଲେ ।

ଯାହାଫଳରେ ପାରଳାଖେମଣ୍ଡ ମୋହନା ବ୍ରହ୍ମପୁର ସଂଯୋଗ କରୁଥିବା ରାଜରାସ୍ତାରେ ଯାତାୟତ ଠପ୍ ହୋଇଯାଇଥିଲା । ଘଟଣାସ୍ଥଳକୁ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଓ ୧୧୨ ଟିମ୍ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବହୁବୁଝାସୁଜି ପରେ ରାତ୍ର ୧୦ଟା ର ରୋକ ହଟିଥିଲା । ଏହି ବିଷୟ ନେଇ ପୁଲିସ ପ୍ରତିକ୍ରିୟା ଯେ ଏସ୍ପିଙ୍କ ନିର୍ଦେଶକ୍ରମେ ଯାନବାହନ ଯାଞ୍ଚ କରାଯାଇଛି ଏହା କିଛି ଲୋକ ବିରୋଧି କରି ବିଭିନ୍ନ ପ୍ରକାର ଅପ୍ରିତିକର ପରିସ୍ତିତି ସୃଷ୍ଟି କରୁଛନ୍ତି । ଏହି ବିଷୟ ନେଇ ଥାନା ଅଧିକାରୀ କହିଛନ୍ତି ଯେ ତଦନ୍ତ ପରେ ପ୍ରକୃତ କଥା ଜଣାପଡିବ ।

 

Exit mobile version