୧୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :- ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଠାରେ ଅବସ୍ଥିତ ଅର୍ବାନ ବ୍ୟାଙ୍କ କୁ ଘେରିଲେ ଶ୍ରମିକ କଂଗ୍ରେସର ଅଂଶୀଦାର । ୨୦୨୧ ରେ ଅଂଶୀଦାର ମାନଙ୍କ ଲାଭାଂଶ ପାଇଁ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏକକାଳୀନ ବିଶାଖାପାଟଣା , ସମ୍ବଲପୁର,ମଞ୍ଚେଶ୍ୱର୍ ଓ ଖୋର୍ଦ୍ଧାରୋଡ଼ ଠାରେ ଅବସ୍ଥିତ ଅର୍ବାନ ବ୍ୟାଙ୍କ ଘେରାଉ କରାଯାଇଥିଲା ।

ଦାବି ଥିଲା ଅଂଶୀଦାର ମାନଙ୍କ ଲାଭାଂଶ ୨୦୧୪ ରୁ କଣ ପାଇଁ ଦେଉନ? ଜବାବରେ ସେତେବେଳେ ଡାଇରେକ୍ଟର କହିଥିଲେ ୨୦୧୪ ରୁ ଭୋଟ ହୋଇନି ତେଣୁ ପରିଷଦ ଭଙ୍ଗ ହୋଇଯାଇଛି, ପୁନର୍ବାର ଭୋଟ ହେଲେ ନୂତନ ପରିଷଦ ବସିବାର ୨୪ ଘଣ୍ଟାରେ ଲାଭାଂଶ ଦିଆଯିବ । ଆନ୍ଦୋଳନ ତୀବ୍ରତର ହେବାରୁ ଗତ ମାସରେ ଅର୍ବାନ ବ୍ୟାଙ୍କର ମୁଖ୍ୟ ଘୋଷଣା କଲେ ୨୦୧୪ ରୁ ୨୦୨୩ ପର୍ଯ୍ୟନ୍ତ ଲାଭାଂଶ ଜୁନ ମାସ ଆରମ୍ଭରୁ ଦିଆଯିବ । ଅଂଶିଦାର ମାନେ ଏକ ଫର୍ମ ମାଧ୍ୟମରେ ଆବେଦନ ଜୁନ ମାସ ଶେଷ ସୁଦ୍ଧା କରିବେ ।
