
୧୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା\ଜଟଣୀ :- ବହୁ ପ୍ରତିକ୍ଷିତ ଅଁଳାଯୋଡ଼ି ବେଣାପଞ୍ଜରି ରାସ୍ତାର ଭିତି ପ୍ରସ୍ତର ସ୍ଥାପନ, କାର୍ଯ୍ୟର ଶୁଭାରମ୍ଭ ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ ଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଶ୍ରୀ ସାମନ୍ତରାୟ ଅଁଳାଯୋଡି ପ୍ରାଥମିକ ବିଦ୍ୟାଳୟ ଠାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଶୁଭ ଦ୍ଦେଇଥିଲେ । ପ୍ରକାଶ ଥାଉକି ଅଁଳାଯୋଡ଼ି – ଛତିପୁର – ବେଣାପଞ୍ଜରି ରାସ୍ତା ଯାହାକି ତିନି ବ୍ଲକ ତିନି ନିର୍ବାଚନ ମଣ୍ଡଳୀର ଏହି ତିନି ଗାଁ ଯଥା ଅଁଳାଯୋଡି ଗ୍ରାମଟି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କଣାସ ବ୍ଲକ ଅନ୍ତର୍ଗତ ହୋଇଥିବା ବେଳେ ଛତିପୁର ଗ୍ରାମ ହେଉଛି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ନନ୍ଦପୁର ପଞ୍ଚାୟତର ।

