Home ଓଡ଼ିଶା ପ୍ରତି ଘରେ “ଫାର୍ମ ଟୁ ପ୍ଲେଟ” ଆନ୍ଦୋଳନକୁ ଅଧିକ ପ୍ରଖର କରିବା ପାଇଁ ମନୋରଞ୍ଜନ ଓ ସୂଚନାର ନିଆରା ମିଶ୍ରଣ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୨ଜୁନ ୨୦୨୩ ( ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର/ବାରିପଦା :– ଓଡ଼ିଶା ମିଲେଟ୍ସ ମିଶନ ଓଡ଼ିଶାର ବଛା ବଛା ୨୦ଟି ସହରରେ ମିଲେଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ମନୋରଞ୍ଜନଧର୍ମି କାର୍ଯ୍ୟକ୍ରମ ଆୟୋଜନ କରୁଛି । ଜୁନ ୧୦ ଓ ୧୧ ତାରିଖରେ ବାରିପଦାର ବାଲେଶ୍ୱର ଗୋଲାଇରେ ଅବସ୍ଥିତ ଇଣ୍ଡିଆ ମଲ୍ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ସ୍ଥାନୀୟ କୃଷି ବିଭାଗ ଏବଂ ମଲ୍ରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଯୋଗଦେବେ । ଓଡ଼ିଶା ମିଲେଟ୍ସ ମିଶନ ଓଡ଼ିଶା ସରକାରଙ୍କ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ । ରାଜ୍ୟରେ “ଫାର୍ମ ଟୁ ପ୍ଲେଟ” ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ରୋମାଂଚକର ଆଭିମୁଖ୍ୟ ଗ୍ରହଣ କରୁଛି । ସ୍ଥାନୀୟ ସେଫ୍ମାନଙ୍କ ସହଯୋଗରେ ଗୃହିଣୀମାନଙ୍କୁ ନୂଆ ନୂଆ ରେସିପି ଶିଖାଇବା ପାଇଁ ଏଭଳି ମନମତାଣିଆ କାର୍ଯ୍ୟକ୍ରମର ଆୟୋଜନ କରି ଓଡ଼ିଶା ମିଲେଟ୍ସ ମିଶନର ଏହି ପଦକ୍ଷେପ ନିଶ୍ଚିତ ଭାବରେ ପ୍ରଭାବ ବିସ୍ତାର କରିବ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମନୋରଞ୍ଜନ ମାଧ୍ୟମରେ ଆସୁଥିବା ଦର୍ଶକ ମାନଙ୍କ ମନରେ ମିଲେଟକୁ ନିଜର ଦୈନନ୍ଦିନ ଖାଦ୍ୟର ଅଂଶବିଶେଷ ଭାବରେ ଗ୍ରହଣ କରିବାପାଇଁ ପ୍ରେରଣା ଦେବା । କାର୍ଯ୍ୟକ୍ରମର ଆରମ୍ଭରେ ଏଙ୍କର ପର୍ସନ ଉପସ୍ଥିତ ଦର୍ଶକଙ୍କୁ ଓଡ଼ିଶା ମିଲେଟ୍ସ ମିଶନର ପରିଚିତି କରାଇବା ସହ କାର୍ଯ୍ୟକ୍ରମ ବିଷୟରେ ଧାରଣା ଦେବେ ଏବଂ ସ୍ଥାନୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ଏହାପରେ ହାସ୍ୟ ନାଟିକା ମାଧ୍ୟମରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣର ଅଭ୍ୟାସ ବିଷୟରେ ଅବଗତ କରାଯିବ ଏବଂ ଉପସ୍ଥିତ ଦର୍ଶକ ମାନଙ୍କ ଉପରେ ଏକ ପ୍ରଭାବ ବିସ୍ତାର ପାଇଁ ମିଲେଟର ପୈାଷ୍ଟିକ ଗୁଣ ସମ୍ପନ୍ନ ଏକ ଶିକ୍ଷଣୀୟ ଫିଲ୍ମ ପ୍ରଦର୍ଶିତ ହେବ । କାର୍ଯ୍ୟକ୍ରମକୁ ଉତ୍ତେଜନା ପ୍ରବଣ କରିବାପାଇଁ ଓଡ଼ିଶା ମିଲେଟ୍ସ ମିଶନ ଏକ କୈାତୁହଳପୂର୍ଣ୍ଣ ପ୍ରତିଯୋଗିତା ଯୋଜନା କରିଛି । ଅଂଶଗ୍ରହଣ କାରୀମାନେ ଏବଂ ଦର୍ଶକ ମାନେ ହେବେ ପ୍ରଚଣ୍ଡ ଉତ୍ସାହିତ । ପ୍ରତିଯୋଗିତାର ବିଜେତାମାନଙ୍କ ପାଇଁ ରୋମାଂଚକର ପୁରଷ୍କାର ଏବଂ ଉପହାର ଜିତିବାର ସୁଯୋଗ ସହ ସୃଷ୍ଟି କରିବ ଏକ ଆନନ୍ଦଦାୟକ ଓ ଉତ୍ସାହପ୍ରଦ ବାତାବରଣ । ବାରିପଦାବାସୀଙ୍କୁ ଏହି ଉତ୍ସବରେ ଆମନ୍ତ୍ରଣ କରି ଓଡ଼ିଶା ମିଲେଟ୍ସ ମିଶନ ସେମାନଙ୍କୁ ମିଲେଟ୍ସର ଉପକାରିତା ବିଷୟରେ ସଚେତନ କରିବା ସହ ସ୍ଥାନୀୟ ମିଲେଟ୍ସ ଚାଷୀ ଓ ଉଦ୍ୟୋଗୀମାନଙ୍କୁ ସହଯୋଗ କରିବା ପାଇଁ ପ୍ରେରିତ କରିବ । ଆଂଚଳିକ ସ୍ତରରେ ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ଦର୍ଶକ ମାନଙ୍କ ମଧ୍ୟରେ ମିଲେଟ୍ସର ଗ୍ରହଣୀୟତା ବୃଦ୍ଧି ପାଇବା ସହ ରାଜ୍ୟର ସ୍ୱାସ୍ଥ୍ୟ ଓ ଅର୍ଥନୀତି ସୂଚକାଙ୍କ ଉପରେ ଅଧିକ ପ୍ରଭାବ ପକେଇବ । Categories: ଓଡ଼ିଶା, ବାଲେଶ୍ଵର, ହୋମ୍ Related Content ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ by Proprietor Abhimanyu Maharana September 20, 2026 ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ by Proprietor Abhimanyu Maharana September 20, 2026 ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ by Proprietor Abhimanyu Maharana September 20, 2026 ଓଡିଶା ପ୍ରାନ୍ତର ଏକ ନମ୍ବର ହେବ ପୁରୀ ଯୋଗଜିଲ୍ଲା : ମନମୋହନ by Proprietor Abhimanyu Maharana September 20, 2026 ୨୬ତମ ଗଣପତି ମହୋତ୍ସବ ଉଦଯାପିତ by Proprietor Abhimanyu Maharana September 20, 2026