ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ପରିବେଶ ସପ୍ତାହ ପାଳନ ଅବସରରେ ଗ୍ରୀନ ହାର୍ଟସ କାର୍ଯ୍ୟକ୍ରମ

ପ୍ଲାଷ୍ଟିକ ବ୍ୟବହାରକୁ ହ୍ରାସ କରିବା ଓ ସ୍ଥାୟୀ ପରିବେଶ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନି ଏହାର କାର୍ଯ୍ୟକ୍ରମ ମଧ୍ୟରେ ଏହି ଅଭିଯାନ ଅଧିନରେ ଅନେକ ସପ୍ତାହ ଧରି ସବୁଜ ପଦକ୍ଷେପ ଗ୍ରହଣ କରିଥିଲା

ଜୁନ ୨୦୨୩ ( ଓଡିଶା ତାଜା ନ୍ୟୁଜ୍  ) ଭୁବନେଶ୍ୱର :- ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବିଶ୍ୱ ପରିବେଶ ସପ୍ତାହ ପାଳନ କରି ଏହାର ବାର୍ଷିକ ଗ୍ରୀନ ହାର୍ଟସ ଅଭିଯାନ ଚଳାଇଥିଲା ଯାହା ପରିବେଶ ସଚେତନତା ଓ ସଂରକ୍ଷଣ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦିଗରେ ଏକ ପଦକ୍ଷେପ ଥିଲା । ଜୀବନ ଶୈଳୀ ପାଇଁ ପରିବେଶ-ଲାଇଫ ନୀତିକୁ ପାଳନ କରି ଭାରତ ସରକାରଙ୍କ୪ ଉଦ୍ୟମ ଓ ଚଳିତ ବର୍ଷର ଥିମ ବିଟ ପ୍ଲାଷ୍ଟିକ ପ୍ରଦୂଷଣକୁ ନେଇ ସପ୍ତାହ ବ୍ୟାପୀ ଚାଲିଥିବା ଅଭିଯାନରେ ଏହା ତାର ତୃତୀୟ ବର୍ଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମାଧାନ ପାଇଁ ଚେଷ୍ଟା କରିଥିଲା । ପ୍ଲାଷ୍ଟିକ ପ୍ରଦୂଷଣ ଓ ଏକ ନିର୍ମଳ, ସବୁଜ ଭବିଷ୍ୟତକୁ ପ୍ରୋତ୍ସାହିତ କରେ । ପ୍ଲାଂଟରେ ଇଲେକ୍ଟ୍ରିକ ଯାନର ପ୍ରଚଳନ, ସିଟି କ୍ଲିନ ଅପ ଡ୍ରାଇଭ, ସଚେତନତା ସମାବେଶ, ଓ ମେଗା ପ୍ଲାଂଟ ଡ୍ରାଇଭ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । କଂପାନିର ଶ୍ରୀ ରାକେଶ ଖତ୍ରିଙ୍କ ଦ୍ୱାରା ଅନଲାଇନ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥଲା ।

ଯାହାଙ୍କୁ ନେଷ୍ଟ ମ୍ୟାନ ଅଫ ଇଣ୍ଡିଆ ଭାବେ ମାନ୍ୟତା ଦିଆଯାଇଛି ସେ ପରିବେଶର ସନ୍ତୁଳନତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ପକ୍ଷୀମାନଙ୍କ ସୁରକ୍ଷା ପାଇଁ ସେ କିଛି ହାତ ତିଆରି ବସା ଦେଖାଇଥିଲେ । ଆମ ମଧ୍ୟରୁ ଲୁଚି ଯାଉଥିବା ପକ୍ଷୀମାନଙ୍କ ସୁରକ୍ଷା ଲାଗି ଯତ୍ନ ନେବାକୁ କହିଥିଲେ । ଝାରସୁଗୁଡ଼ାରେ ବେଦାନ୍ତ ଆଲୁମିନିୟମର ମେଗା ଆଲୁମିନିୟମ ସ୍ମେଲଟର, ଲାଂଜିଗଡ଼ ଆଲୁମିନା ରିଫାଇନାରୀ, ଓଡ଼ିଶାର ଜାମଖାନିରେ ଥିବା ଖଣି ଓ ଏହାର ସହାୟକ ବାଲକୋ, ଛତିଶଗଡ଼ର କୋରବା ଠାରେ ଗ୍ରୀନ ହାର୍ଟସ ଅଭିଯାନରେ ଗୋଷ୍ଠୀର ଲୋକମାନଙ୍କୁ ସାମିଲ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏକ ସପ୍ତାହ ମଧ୍ୟରେ ୨୫୦୦ରୁ ଅଧିକ ଚାରା ରୋପଣ କରାଯାଇଥିଲା । ଲୋକମାନଙ୍କ ସହଯୋଗରେ ସହରର ଚାରିପାଖରେ ସ୍ୱଛତା ଅଭିଯାନ ଆୟୋଜନ କରାଯାଇଥିଲା । ଗ୍ରୋସରି ସପିଂ ପାଇଁ ପ୍ଲାଷ୍ଟିକକୁ ବଦଳାଇବା ପାଇଁ ଦୋକାନୀମାନଙ୍କୁ ୧୫,୦୦୦ରୁ ଅଧିକ କପଡ଼ା ବ୍ୟାଗ ବଂଟନ କରାଯାଇଥିଲା ଓ ଲୋକମାନଙ୍କୁ ପ୍ଲାଷ୍ଟିକ ପ୍ରଦୂଷଣ ଦୂର କରିବାକୁ ସଚେତନ କରାଯାଇଥିଲା ।

ସ୍କୁଲ ମାନଙ୍କରେ ପରିବେଶ ସଂରକ୍ଷଣ ଓ ପ୍ଲାଷ୍ଟିକ ବର୍ଜନ ବିଷୟ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଓ ସଚେତନତା ଅଦିବେଶନ ଆୟୋଜନ କରାଯାଇଥିଲା । ପ୍ଲାଂଟ ପରିସର ମଧ୍ୟରେ ଭ୍ରମଣ ପାଇଁ କଂପାନି ବିଦ୍ୟୁତ ଚାଳିତ ଯାନ ସହିତ ଅନେକ କାର୍ପୁଲିଂ ପଦକ୍ଷେପ ଗ୍ରହଣ କରାଯାଇଛି । ସୂଚନାଯୋଗ୍ୟ ଓ ସ୍ଥାୟୀ ଜୀବନଶୈଳୀ ପସନ୍ଦ ଉପରେ ସଚେତନତା ସୃଷ୍ଟି କରିବା ଲାଗି ଅନେକ ସଚେତନତା ସମାବେଶ ଓ ସାଇକ୍ଲୋଥନ ପରିଚାଳିତ ହୋଇଥିଲା । ପ୍ଲାଷ୍ଟିକର କ୍ଷତିକାରକ ଗୁଣ ଉପରେ ଲୋକଙ୍କୁ ସଚେତନ କରାଇବା ଓ ଆଲୁମିନିୟମ , ଝୋଟ ସାମଗ୍ରୀକୁ ଅଧିକ ବ୍ୟବହାର କରିବା ଲାଗି ଏହି ଅଧିବେଶନରେ ଗୁରୁତ୍ୱ ଦିଆଯାଇଥିଲା । ବିଶ୍ୱ ପରିବେଶ ସପ୍ତାହର ଏକ ଅଂଶ ଭାବରେ କଂପାନିର କାର୍ଯ୍ୟକ୍ରମ ଉପରେ ମତ ଦେଇ ଶ୍ରୀ ରାହୁଲ ଶର୍ମା, ସିଇଓ, ବେଦାନ୍ତ ଲିମିଟେଡ-ଆଲୁମିନିୟମ ବିଜିନେସ କହିଛନ୍ତିଯେ ଆମର ଅଂଶୀଦାର ଇକୋ ସିଷ୍ଟମର ଦୀର୍ଘମିଆଦି ଆବଶ୍ୟକତା ସହିତ ଆମର କାର୍ଯ୍ୟ ନିକଟତର ହୋଇଛି ।

ଆମର ବ୍ୟବସାୟ ନିଷ୍ପତି ଗ୍ରହଣର ପ୍ରତିଟି ଦିଗରେ ସ୍ଥିରତାକୁ ସମନ୍ୱିତ କରି ଆମେ ସାମାଜିକ ଅର୍ଥନୈତିକ ପରିବର୍ତନ ଓ ପରିବେଶ ପରିଚାଳନା ଉପରେ ଆମର ସଫଳତାକୁ ମାପ କରୁ ଯାହା ଆମ ଗୋଷ୍ଠୀ ମଧ୍ୟରେ ହାସଲ କରୁଛୁ । ଆମର ଗ୍ରୀନ ହାର୍ଟ ଅଭିଯାନ ଏହି ଦିଗରେ ଏକ ସଫଳ ପଦକ୍ଷେପ । ବେଦାନ୍ତ ଆଲୁମିନିୟମ ଏହାର କାର୍ବର୍ନ ଫୁଟ ପ୍ରିଂଟକୁ ହ୍ରାସ ଓ ଅଫସେଟ କରିବାକୁ ଦୁଇଗୁଣା ରଣନୀତି ଆପଣାଇଛି । କଂପାନି ଏହାର ଉତ୍ପାଦନ ଉତ୍କର୍ଷତା ବୃଦ୍ଧି ପାଇଁ ଏହାର ଶକ୍ତି ମିଶ୍ରଣରେ ନବୀକରଣ ଯୋଗ୍ୟ ପରିମାଣ ବୃଦ୍ଧି ଓ ସ୍ୱଳ୍ପ ଅଙ୍ଗାରକାମ୍ଳ ଇନ୍ଧନକୁ ପ୍ରୋତ୍ସାହିତ କରିଥାଏ । କାର୍ବନ ଫୁଟ ପ୍ରିଂଟକୁ ରୋକିବା ପାଇଁ ଆଖପାଖ ପରିବେଶରେ ବୃକ୍ଷ ରୋପଣ ସହ ଅନେକ ପ୍ରକାର ପରିଚାଳନା ଅଭ୍ୟାସକୁ ଆପଣାଇ ଏକ ମାଇଲ ଖୁଂଟ ସ୍ଥାପନ କରିଛି ।

ଯଥା : – କମ କାର୍ବନ, ସବୁଜ ଆଲୁମିନିୟମ ପରିସର, ବ୍ରାଣ୍ଡେଡ ରେସ୍ତୋରା ଲଂଚ କରିବା ଓ ସ୍ୱଳ୍ପ କାର୍ବନଯୁକ୍ତ ଧାତୁର ଚାହିଦା ପୂରଣ କରିବା ।

– ଆର୍ଥିକ ବର୍ଷ ୨୨ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ଏସ ଆଣ୍ଡପି ଡୋ ଜୋନଓ ସଷ୍ଟେନବିଲିଟି ଇଣ୍ଡେକ୍ସ ବିଶ୍ୱ ମାନ୍ୟତାରେ ଦ୍ୱିତୀୟ ସ୍ଥାନ ହାସଲ ।

– ଉଚ୍ଚ ସକାରାତ୍ମକ କାର୍ଯ୍ୟ ଦିଗରେ ଆର୍ଥିକ ବର୍ଷ ୨୩ରେ ୧୩.୬୯ ବିଲିୟନ ଲିଟର ଜଳର ପୁନଃବ୍ୟବହାର

– ୨୦୧୩ ବେସଲାଇନରୁ ଗ୍ରୀନ ହାଊସ ଗ୍ୟାସ ନିର୍ଗମନ ତୀବ୍ରତାକୁ ୨୪% ହ୍ରାସ ଓ ଉତ୍ପାଦନକୁ ଆଠଗୁଣା ବୃଦ୍ଧି କରାଯାଇଛି ।

– ଆର୍ଥିକ ବର୍ଷ ୨୩ରେ ୨.୫ ଲକ୍ଷ ଚାରା ରୋପଣ

– ଉଚ୍ଚ ସ୍ଥିରତା ମାନାଙ୍କ ପାଇଁ ଆଲୁମିନିୟମ ଷ୍ଟିୱାର୍ଡ଼ଶିପ ଇନିସିଏଟିଭ କଂପାନିର ସ୍ମେଲଟର ଓ ଝାରସୁଗୁଡ଼ାର ଏସଇଜେଡ ମଧ୍ୟରେ ଅବସ୍ଥିତ ଏହାର କ୍ୟାପଟିଭ ପାୱାର ପ୍ଲାଂଟକୁ ପ୍ରମାଣିତ କରିଛି ।

– କଂପାନିର ସ୍ଥର ଉତ୍ପାଦ ପରିସର ପରିବେଶ ଉତ୍ପାଦ ଘୋଷଣାନାମା ଆନ୍ତର୍ଜାତୀୟ ମାନକୁ ବଜାୟ ରଖିଛି ।

– ପରିବଶେ କ୍ଷେତ୍ରରେ ବିବିଧ ପରିଚାଳନା ଯୋଜନାକୁ ବଢାଇବା ଲାଗି ଅଗ୍ରଣୀ ପରିବେଶ ସଂରକ୍ଷଣ ସଂସ୍ଥା ସହ ସହଭାଗି ।

– ଆଇଆଇଓଟି ସହଯୋଗରେ କଂପାନିର କାର୍ବନ ଫୁଟ ପ୍ରିଂଟକୁ ଆହୁରି ହ୍ରାସ କରାଯାଇ ନିର୍ଗମନ ନିୟନ୍ତ୍ରଣରେ ଉନ୍ନତି ଅଣାଯାଇ ପାରିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Exit mobile version