ଜୁନ ୨୦୨୩ ( ଓଡିଶା ତାଜା ନ୍ୟୁଜ୍ ) କଟକ :- ବିଭିନ୍ନ ଲୋକଙ୍କ ନାମରେ ଜାଲିଆତି କରି ପ୍ରି ଆକ୍ଟିଭ ସିମ୍ ରଖି ବ୍ୟବସାୟ କରୁଥିବା , ୮ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ । ପୋଲିସ ଏମାନଙ୍କ ନିକଟରୁ ୮୦୦ ସିମ କାର୍ଡ ଜବତ କରିବା ସହ ୧୬ ଟି ମୋବାଇଲ ଓ ୨୬୦୦ ଟଙ୍କା ଜବତ କରିଛି । ଜବତ ସିମ କାର୍ଡ ମଧ୍ୟରୁ ରୁ ୩୧୧ଟି ପ୍ରି ଆକ୍ଟିଭ ସିମ ରହିଛି ।
ଏହି କାରବାର ରେ ସଂପୃକ୍ତ ୮ ଜଣଙ୍କୁ ସାଇବର ପୋଲିସର ଏକ ସ୍ୱତନ୍ତ୍ର ଟିମ ପୁରୀ ଅଞ୍ଚଳରୁ ଗିରଫ କରିଛି ।। ଗତ ବର୍ଷ ଜୁଲାଇ ମାସର ଏକ କେଶର ଅନୁସନ୍ଧାନ କରି ସାଇବର ଟିମ ଏହି ଗ୍ୟାଙ୍ଗ କୁ ଧରିବାରେ ସକ୍ଷମ ହୋଇଛି । ସାଧାରଣ ଲୋକ ଙ୍କୁ ଗୋଟିଏ ସିମ ଦେବା ପରେ ସେହି ଲୋକ ନାମରେ ପୁଣି ଆଉ ସିମ ରେଜିଷ୍ଟ୍ରେସନ କରି ସିମ କୁ ବିକ୍ରି କରୁଥିଲେ । ବିଭିନ୍ନ ଗାଁ କୁ ଯାଇ ଲୋକଙ୍କୁ ଗିଫ୍ଟର ଲୋଭ ଦେଖାଇ ତାଙ୍କ ନାଁରେ ମଧ୍ୟ ସିମ ଆକ୍ଟିଭ କରୁଥିଲେ। ଏହି ପ୍ରି ଆକ୍ଟିଭ ସିମ ଗୁଡିକ ବିଭିନ୍ନ ସାଇବର ଅପରାଧ ରେ ବ୍ୟବହାର କରାଯାଉଥିଲା । ଏହି ସହିତ ପ୍ରି ଆକ୍ଟିବ ସିମ କୁ ରାଜ୍ୟ ବାହାରକୁ ମଧ୍ୟ ପଠାଉଥିଲେ ଏହି ଗ୍ୟାଙ୍ଗ ର ସଦସ୍ୟ ମାନେ । ତେବେ ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ କଟକ ଡିସିପି ପିନାକ ମିଶ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ , ଏହି ପ୍ରକାର ସିମ୍ କାରବାର ଦ୍ଵାରା ବିଭିନ୍ନ ପ୍ରକାର ସାଇବର ଅପରାଧ ହୋଇ ଥାଏ ଏଣୁ ଜନସାଧାରଣ ଏ ବିଷୟରେ ସଚେତନ ହେବା ଆବଶ୍ୟକ ।

