ନିଜ ଗ୍ରାମକୁ ଆସିଥିବା ସିଆରପିଏଫ ଏ ଏସ ଆଇଙ୍କ ଆକସ୍ମିକ ମୃତ୍ୟୁ

୯ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦ ଥାନା ଅନ୍ତର୍ଗତ ଗୁଆଳୀ ଗ୍ରାମର ରମେଶ ଚନ୍ଦ୍ର କାଣ୍ଡିଙ୍କର ଆଜି ସକାଳେ ସୌଚ ହେବାକୁ ଗଲାବେଳେ ଆକସ୍ମିକ ମୃତ୍ୟୁ ହୋଇଯାଇଛି । ସେ ୧୯୯୪ ମସିହାରେ ସିଆରପିଏଫ ରେ ଯୋଗ ଦେଇଥିଲେ । ଦୀର୍ଘ ଦିନ ପରେ ସେ ଏ ଏସ ଆଇ ଭାବେ ସିଆରପିଏଫ ରେ କାର୍ଯ୍ୟ କରୁଥିଲେ ।

ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ସେ ଛୁଟିନେଇ ନିଜ ଘର ଗୁଆଳୀ ଆସିଥିଲେ । ଆଜି ସକାଳେ ହଠାତ ସୌଚ ହେବା ସମୟରେ ସଞାହୀନ ହୋଇ ତଳେ ପଡି ଯାଇଥିଲେ । ପରବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ନିକଟସ୍ଥ ମହିଧରପଡା ସିଏଚସିକୁ ନେଇଥିଲେ ।

ପରେ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା  ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସିଆରପିଏଫ ର ସାଥି କର୍ମଚାରୀ ମାନେ ପହଂଚି ତାଙ୍କ ମର ଶରୀରକୁ ଗାଁ ମଶାଣି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ । ସେଠାରେ ତାଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ଗାର୍ଡ଼ ଅଫ ଅନର ଦିଆଯାଇଥିଲା । ତାଙ୍କ ପୁତ୍ର ରଞ୍ଜନ କାଣ୍ଡି ମଖାଗ୍ନୀ ଦେଇଥିଲେ ।

Exit mobile version