
୯ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ କାଚରାସାହି ପଂଚାୟତ ସ୍ଥିତ ତ୍ରିକୋଣୀ ଛକ( ଜର୍ମା, ଖଇରା, ତାଳଗଡିଆ ଛକ)ଠାରେ ତ୍ରୈଲୋକେଶ୍ଵର ପୂଜା କମିଟି ଆନୁକୂଲ୍ୟରେ ବିପଦ ଭଞ୍ଜନୀ ମା’ କାଳୀଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବର ଆଜି ଶୁଭାଧୁବାସ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ଅପରାହ୍ନରେ ମା’ଙ୍କ କଳସ ତାଳଗଡିଆ ଗ୍ରାମ ପୋଖରୀରେ ବୁଡାଯାଇ ବହୁ ମହିଳା ଓ ପୁରୁଷ କର୍ତାଙ୍କ ଦ୍ବାରା ଜଳକଳସ ଶୋଭାଯାତ୍ରା ତ୍ରିକୋଣୀ ଛକସ୍ଥିତ ମା’ଙ୍କ ପୀଠରେ ସ୍ଥାପନା କରାଯାଇଥିଲା । ବ୍ରାହ୍ମଣ ପଣ୍ଡିତ ନକୁଳଚନ୍ଦ୍ର ଦାଶ ଓ ବସନ୍ତ ଦାଶଙ୍କ ତତ୍ୱାବଧନାରେ ବ୍ରାହ୍ମଣ ମଣ୍ଡଳୀ ପୂଜାକାର୍ଯ୍ୟ କରିଥିଲା ବେଳେ ମୁଖ୍ୟକର୍ତାଭାବେ ଅଜୟକୁମାର ମଲ୍ଲିକ ଓ ତାଙ୍କ ପତ୍ନୀ ଅରୁଣା ଦେବୀ କାର୍ଯ୍ୟ ସଂପାଦନା କରିଥିଲେ ।
ଆସନ୍ତା କାଲି ଶନିବାର ପୂର୍ବାହ୍ନରେ ସୂର୍ଯ୍ୟପୂଜା, ଗୋ-ପୂଜା, ଗୁରୁପୂଜା ଓ ଯଜ୍ଞାରମ୍ଭ, ବସ୍ତୁଶିଳା ସ୍ଥାପନ, ମନ୍ଦିର ରତନମୁଦ ପ୍ରତିଷ୍ଠା, ସପ୍ତଶତୀ, ଚଣ୍ଡୀପାଠ ଓ ଭଗବତ ଗୀତା ପାଠ ଅନୁଷ୍ଠିତ ହେବ। ରବିବାର ସନ୍ଧ୍ୟାରେ ଯଜ୍ଞର ପୂର୍ଣହୁତି ହେବ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶୁଶାନ୍ତ କୁମାର ମଲ୍ଲିକ, ନିରଞ୍ଜନ ମଲ୍ଲିକ, ମାନସ ବାରିକ, ଶିବଚରଣ ଖୁଲାର, ଅଜୟ କୁମାର ମଲ୍ଲିକ, ଜଳଧର ଜେନା, ଅକ୍ଷୟ କୁମାର ମଲ୍ଲିକ, ବୈଷ୍ଣବ ଚରଣ ବେହେରା,ଶରତଚନ୍ଦ୍ର ମଲ୍ଲିକ, କୁଳମଣୀ ବେହେରା, ସ୍ମୃତିରଞ୍ଜନ ମଲ୍ଲିକ, ଅମୂଲ୍ୟ ଜେନା, ନିହାରରଞ୍ଜନ ମଲ୍ଲିକ, ବିମ୍ବାଧର ଜେନା, ପୁରସ୍ତମ ମଲ୍ଲିକ, ଯଦୁମଣି ଜେନା ପ୍ରମୁଖ ତ୍ରୈଲୋକ୍ୟଶ୍ୱର ପୂଜାକମିଟର ସମସ୍ତ କର୍ମକର୍ତା, ସଦସ୍ୟଙ୍କ ସମେତ କର୍ୟା, ଖଇରା ଓ ତାଳଗଡିଆ ଆଦି ତିନି ଗ୍ରାମର ମହିଳା ଓ ପୁରଷ ଆଦି ଯୁବଗୋଷ୍ଠୀ ସାମିଲ ହୋଇ ସହଯୋଗ କରିଥିଲେ

