କଥାଦେଉ କଥା ରଖିଲେ ରାଜ୍ୟ ସରକାର କୃତଜ୍ଞତା ଜଣାଇଲେ ନୁଆଗଡ ବ୍ଳକ ଦଳିତ ସମାଜ

୯ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ରାଜ୍ୟ ସରକାର ଉପାନ୍ତ ଅଞ୍ଚଳର ବିକାଶ ପାଇଁ ତପରତା ଦେଇ ଆସୁଥିବା ବେଳେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ପହଞ୍ଚିଛି ବିକାଶର ଧାରା । କଥା ଦେଇ କଥା ରଖିଲେ ୫- ଟି ସଚିବ ଭି,କେ ପାଣ୍ଡିଆନ । ଏକ ମାସ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ଓ ଆନୁଷ୍ଠାନିକ ଚର୍ଚ ଏବଂ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଦେଲେ ଅନୁଦାନ । ବ୍ଳକ ନିମନ୍ତେ ୨କୋଟି ୭୯ଲକ୍ଷ ଟଙ୍କା ଅନୁମୋଦନ ଭେଟି ଦେଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏବଂ ୫- ଟି ସଚିବଙ୍କୁ କୃତଜ୍ଞତା ସହ ଅଶେଷ ଧନ୍ୟବାଦ ଜଣାଇଛନ୍ତି ନୁଆଗଡ ବ୍ଳକ ସମସ୍ତ ଦଳିତ ସମାଜ । ମୁଖ୍ୟମନ୍ତୀଙ୍କ ନର୍ଦେଶକ୍ରମେ ୫- ଟି ସଚିବ ୨ଦିନଆ ଗଜପତି ଜିଲ୍ଲା ଗସ୍ତ କରିଥିଲେ ।

ଗସ୍ତ ସମୟରେ ନୁଆଗଡ ବ୍ଳକର ବିଭିନ୍ନ ପଞ୍ଚାୟତ ସ୍ତରର ସମସ୍ୟା ସମ୍ପର୍କରେ ଶ୍ରୀ ପାଣ୍ଡିଆନଙ୍କୁ ଲିଖିତ ଅଭିଯୋଗ କରିଥିଲେ ଅଞ୍ଚଳବାସୀ ବ୍ଳକର ବିଭିନ୍ନ ପ୍ରକାର ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୃତି ମଧ୍ୟ ଦେଇଥିଲେ ଶ୍ରୀ ପାଣ୍ଡିଆନ । ଏକ ମାସ ମଧ୍ୟଅ ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ଓ ଆନୁଷ୍ଠାନିକ ଚର୍ଚ ଏବଂ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ପ୍ରଥମ ପର୍ଯ୍ୟାୟରେ ୨କୋଟି ୭୯ ଲକ୍ଷ ଟଙ୍କା ଅନୁମୋଦନ ଭେଟି ଦେଇ ଗୋଷ୍ଠୀଗତ ସମସ୍ୟାର ସମାଧାନ କରିଛନ୍ତି ୫- ଟି ସଚିବ । ଗଜପତି ଜିଲ୍ଲା ନୁଆଗଡ ବ୍ଳକ ସମ୍ମୁଖରେ ଦଳିତ ସମାଜ ଏକତ୍ର ହୋଇ ମୁଖ୍ୟମନ୍ତୀ ଏବଂ ୫- ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିରେ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ସାଂସଦ ପ୍ରତିନିଧି, ସରପଞ୍ଚ, ସମିତିସଭ୍ୟ ଓ ସତାଧିକ ବିଜେଡି କର୍ମୀ ଉପସ୍ଥତ ଥିଲେ ।

Exit mobile version