
୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଧଉଳି ଗ୍ରାମପଞ୍ଚାୟତ ର ସରଦେଇ ପୂର୍ ଠାରୁ ଖଟୁଆପଡା ପର୍ଯ୍ୟନ୍ତ ଛଅ କିଲୋମିଟର ଦୟା ବାମପଟ ନଦୀବନ୍ଧ ନିରୀକ୍ଷଣ ପାଇଁ ସକାଳୁ ସକାଳୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପହଞ୍ଚିଥିଲେ । ବର୍ଷା ଦିନ ପୂର୍ବରୁ ନଦୀବନ୍ଧରେ ଘଳିଆ ପଢୁଥିବା ସ୍ଥାନ ବୁଲି ଦେଖିବା ସହ ପଥର ବିଛାଜାଇ ବନ୍ଧକୁ ସୁଦୃଢ଼ କରାଯିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଶ୍ରୀ ପଣ୍ଡା ଙ୍କ ସହ ଜିଲ୍ଲାପରିଷଦ ସଭ୍ୟ ସୁବାସ କୁମାର ସୁନ୍ଦରାୟ,ସରପଞ୍ଚ ଚନ୍ଦନ ମଲ୍ଲିକ, ସମିତି ସଭ୍ୟ । ସରସ୍ଵତୀ ସେଠୀ, ହରେକୃଷ୍ଣ ସାହୁ,ଭଗବାନ ସାହୁ ଜଳ ସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳେଇ ଏବଂ ସମସ୍ତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

