ନେତା ହେବ ତ ପ୍ରତାପ ଜେନାଙ୍କ ପରି

୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :- ମାହାଙ୍ଗା ନିର୍ଵାଚନ ମଣ୍ଡଳୀ, ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମୈଦାନରେ ସେତିକି ଉଷ୍ମତା ବଢ଼ିବାରେ ଲାଗିଛି । ବିରୋଧୀ ଦଳ ଛାଡି ଏବେ ଶାସକ ଦଳରେ ମିସିଲେଣି ଅନେକ କର୍ମୀ । ଗୁରୁବାର ଅପରାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଆଦର୍ଶ ମୂଳକ ଚିନ୍ତାଧାରା ଏବଂ କାର୍ଯ୍ୟ ଦକ୍ଷତା ଉପରେ ଆଶା ପ୍ରକଟ କରି ଆଜି ମାହାଙ୍ଗା ନିର୍ଵାଚନ ମଣ୍ଡଳୀର ନୁର୍ତ୍ତାଙ୍ଗ ପଞ୍ଚାୟତ ରୁ ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ଆଜି ବିଧ ଭାବେ ବିଧାୟକ ପ୍ରତାପ ଜେନା ଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବସଭବନରେ ପଦ୍ମ ଓ ହାତ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି । ବିଧାୟକ ପ୍ରତାପ ଜେନା ସମସ୍ତ କର୍ମୀ ମାନଙ୍କୁ ପୁଷ୍ପ ଗଛ ଏବଂ ଉତ୍ତରୀୟ ପ୍ରଦାନ କରିଥଲେ ।
