Home ଓଡ଼ିଶା ଛାତ୍ରଛାତ୍ରୀମାନଙ୍କର ପୂର୍ଣ୍ଣାଙ୍ଗ ବିକାଶରେ ଶାରୀରିକ ଶିକ୍ଷା ଶିକ୍ଷକଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ : ମନ୍ତ୍ରୀ ଶ୍ରୀ ମାର୍ଣ୍ଡି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ରାଜସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ମାଧ୍ୟମିକ ବିଦାଳୟ ସ୍ତରରେ କାର୍ଯରତ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ଦୁଇ ଦିବସୀୟ ରାଜସ୍ତରୀୟ ପ୍ରଶିକ୍ଷଣ ଶିବିର (ଚତୁର୍ଥ ବ୍ୟାଚ), କଳିଙ୍ଗ ଷ୍ଟାଡ଼ିୟମ, ଭୁବନେଶ୍ୱରଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଉପସ୍ଥିତ ପ୍ରଶିକ୍ଷାର୍ଥର୍ୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ମନ୍ତ୍ରୀ ଶ୍ରୀଯୁକ୍ତ ମାର୍ଣ୍ଡି ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କର ପୂର୍ଣ୍ଣାଙ୍ଗ ବିକାଶରେ ଶାରୀରିକ ଶିକ୍ଷା ଶିକ୍ଷକଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ଦେବା ଅବସରରେ ଛାତ୍ରଛାତ୍ରୀଙ୍କୁ ମାନବୀୟ ମୂଲ୍ୟବୋଧ ଶିକ୍ଷା ପ୍ରଦାନ କରି ଭଲ ମଣିଷ ଭାବେ ଗଢ଼ି ତୋଳିିବାରେ ପ୍ରତିଟି ଶିକ୍ଷକ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ଅନମାନଙ୍କ ମଧ୍ୟରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଶ୍ରୀ ଅନୁପମ ସାହା ଓ ଓସେପାର ଅତିରିକ୍ତ ନିର୍ଦ୍ଦେଶକ (ସାଧାରଣ) ଶ୍ରୀ ଭଗବାନ ବେହେରା ଆଦି ଅତିଥିମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାର୍ଗଦର୍ଶନରେ ତଥା କ୍ରୀଡା ଓ ଯୁବସେବା ବିଭାଗର ସହଯୋଗରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯକ୍ରମ ପ୍ରାଧିକରଣ (ଓସେପା) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ବିଭାଗର ବରିଷ୍ଠ ତଥା ଅନୁଭବି ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାଧନକର୍ମୀମାନେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ପ୍ରଶିକ୍ଷକମାନଙ୍କ ମଧ୍ୟରେ କ୍ରୀଡ଼ା ତଥା ଯୁବସେବା ବିଭାଗର ବୈଷୟିକ ନିର୍ଦ୍ଦେଶକ ଲେପଫନାଣ୍ଟ କର୍ଣ୍ଣେଲ ଏ. ରାଜେଶ, କ୍ରୀଡା ଓ ଯୁବସେବା ବିଭାଗର ବରିଷ୍ଠ ଖେଳବିଜ୍ଞାନ ବିଶେଷଜ୍ଞ ପ୍ରଫେସର ଡ. ସୌମିତ୍ର ମଣ୍ଡଳ, ପି. ଧର୍ମାରାଓ, ରାଜେନ୍ଦ୍ର ପ୍ରସାଦ ପାଣି, ଡ. ଦିନେଶ, ଚନ୍ଦ୍ରକାନ୍ତ ବାରିକ ଆଦି ଅନ୍ୟତମ ଅଟନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର କେନ୍ଦ୍ରୀୟ ରାଜସ୍ୱ ଜୋନର ୧୦ଗୋଟି ଜିଲ୍ଲାରୁ ଆସିଥିବା ୮୦ଜଣ ଶାରୀରିକ ଶିକ୍ଷା ଶିକ୍ଷକ ଯୋଗଦାନ କରିଛନ୍ତି । କ୍ରୀଡା ଓ ଯୁବସେବା ବିଭାଗର ବଳିଷ୍ଠ ସହଯୋଗରେ ଆୟୋଜିତ ଏହି ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କୁ ଶାରୀରିକ ଅଭିବୃଦ୍ଧି ଓ ବିକାଶ, ଶାରୀରିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିବାର ଉପାୟ, ଖେଳ ମାଧ୍ୟମରେ ଜୀବନ କୌଶଳ ଶିକ୍ଷା, ଖେଳରେ ନୈତିକତା, ଯୋଗାସନ ମାଧ୍ୟମରେ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବା, ତଥା ଖେଳରେ ଦୁର୍ଘଟଣାକୁ ରୋକିବାର ବିଭିନ୍ନ ଉପାୟ, ଖେଳରେ ବିଭିନ୍ନ ସୁବିଧା ସୁଯୋଗ (କ୍ୟାରିଅର) ଇତ୍ୟାଦି ଅନେକ ଯୁଗୋପଯୋଗୀ ବିଷୟମାନଙ୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ା ପରିଶେଷରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ (ସାଧାରଣ) ଶ୍ରୀ ବେହେରା ମାନ୍ୟବର ମନ୍ତ୍ରୀ ତଥା ଅନ୍ୟ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳ ରୂପାୟନରେ କ୍ରୀଡା ଓ ଯୁବସେବା ବିଭାଗର ବଳିଷ୍ଠ ସହଯୋଗକୁ ପ୍ରଶଂସା କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଓସେପାର ଉପନିର୍ଦ୍ଦେଶକ, ଶିକ୍ଷକ ଶିକ୍ଷା, ଶ୍ରୀ ମହେଶ୍ୱର ସାହୁ, ପ୍ରଶିକ୍ଷଣ ସହାୟିକା, ମିତାଲି ପାତ୍ର ଓ ଅନ୍ୟ ସହଯୋଗୀମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ଆଗକୁ ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଜାରି ରହିବ । Categories: ଓଡ଼ିଶା, ମହାନଗର, ହୋମ୍ Related Content ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି by Proprietor Abhimanyu Maharana June 30, 2026 ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ by Proprietor Abhimanyu Maharana June 30, 2026 ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ by Proprietor Abhimanyu Maharana June 30, 2026 ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ by Proprietor Abhimanyu Maharana June 30, 2026 ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ - ପୁରୀ by Proprietor Abhimanyu Maharana June 29, 2026 ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ - ସିଆଇଆଇ ଏନର୍ଜି କନ୍କ୍ଲେଭ by Proprietor Abhimanyu Maharana June 29, 2026