
୯ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତିକଲା ଅଗ୍ନିଶମ ବିଭାଗ ।ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରିରେ। ଗତକାଲି ଚାନ୍ଦିପୁଟ ଗାଁର ଆହ୍ୱାନ ପାଇକ ନାମକ ଜଣେ ଯୁବକ ଦେହ ଅସୁସ୍ଥ ଥିବାରୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ତେବେ ଆଜି ସକାଳୁ ଉଠିଯାଇ ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା ପରିସରରେ ଥିବା ଗୋଟିଏ ପରିତ୍ୟକ୍ତ କୂଅକୁ ଯାଇ ଡେଇଁ ପଡିଥିଲେ । ତେବେ କୂଅରେ ସେତେ ମାତ୍ରାରେ ପାଣି ନଥିବାରୁ ଯୁବକ ଜଣକ ମୃତ୍ୟୁ ମୁଖରୁ ବର୍ତିଯାଇଥିଲେ । ଏଭଳି ଘଟଣା ଦେଖି ଲୋକେ ଚନ୍ଦ୍ରଗିରି ପୋଲିସ୍ ଫାଣ୍ଡି କୁ ଖବର ଦେଇଥିଲେ ।

