Home ଓଡ଼ିଶା ମହିନ୍ଦ୍ରା ପକ୍ଷରୁ ନୂଆ ସୁପ୍ରୋ ସିଏନ୍ଜି ଡୁଓ ଉନ୍ମୋଚିତ, ମୂଲ୍ୟ ୬.୩୨ ଲକ୍ଷ ଟଙ୍କା by Proprietor Abhimanyu Maharana 3 years ago ???????????????????????????????????? Share on FacebookShare on TwitterWhatsapp ୯ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- କ୍ଷୁଦ୍ର ବାଣିଜ୍ୟିକ ଯାନର ଅଗ୍ରଣୀ ସଂସ୍ଥା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦା ଲିମିଟେଡ୍ ପକ୍ଷରୁ ଏହାର ପ୍ରଥମ ଦ୍ୱେତ ଇନ୍ଧନ ଯାନ ସୁପ୍ରୋ ସିଏନ୍ଜି ଡୁଓକୁ ଉନ୍ମୋଚନ କରାଯାଇଛି । ଏହା ଶ୍ରେଷ୍ଠ ମାନର ପେ’ଲୋଡ୍ ସହିତ ଉଲ୍ଲେଖନୀୟ ମାଇଲେଜ୍ ପ୍ରଦାନ କରୁଥିବା ବେଳେ ଉତ୍କୃଷ୍ଟ ପ୍ରଦର୍ଶନ ଓ ସର୍ବାଧିକ ଲାଭର ପ୍ରତିଶ୍ରୁତି ଦେଉଛି । ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ (ଦିଲ୍ଲୀ) ୬.୩୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । ଏହା ଉଭୟ ସିଏନ୍ଜି ଓ ପେଟ୍ରୋଲ୍ରେ ଚାଲିବ ଯାହା ଅପରେଟରଙ୍କୁ ଶ୍ରେଷ୍ଠ ମାନର ମାଇଲେଜ୍ ପ୍ରଦାନ କରିବା ସହ ଏଥିରେ ରହିଛି ମହିନ୍ଦ୍ରାର ଭରସା ଓ ମାନ । ଶିଳ୍ପର ପ୍ରଥମ ଡାଇରେକ୍ଟ-ଇନ୍ ସିଏନ୍ଜି ଷ୍ଟାର୍ଟ ସୁବିଧା ଏଥିରେ ରହିଛି ଯାହା ଗାଡ଼ିକୁ ସିଏନ୍ଜି ମୋଡ୍ରେ ରଖି ଗ୍ରାହକଙ୍କ ସଂଚୟକୁ ବଢ଼ାଇବ । ଅଧିକ ସୁରକ୍ଷା ପାଇଁ ଏଥିରେ ସିଏନ୍ଜି ଲିକ୍ ଚିହ୍ନଟ ସୁବିଧା ରହିଛି । ଏଥି ସହିତ ସହଜରେ ସେଥିରେ ସିଏନ୍ଜି ଓ ପେଟ୍ରୋଲ୍ ମଧ୍ୟରେ ଅଦଳବଦଳ ହୋଇପାରିବ । ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଅଟୋମୋଟିଭ୍ ଡିଭିଜନ୍ର ସଭାପତି ବିଜୟ ନାକ୍ରା କହିଛନ୍ତି ଯେ, “ଗ୍ରାହକଙ୍କୁ ଭଲ ଭାବେ ବୁଝିବା ଓ ବଜାରରେ ଦଶନ୍ଧି ଧରି ଅଗ୍ରଣୀ ଅନୁସାରେ ଅଭିନବ ଓ ଭରସାଯୋଗ୍ୟ କମର୍ସିଆଲ୍ ଯାନ ପ୍ରସ୍ତୁତ କରିବା ଲାଗି ମହିନ୍ଦ୍ରାର ରହିଥିବା ସମୃଦ୍ଧ ଓ ଗର୍ବିତ ଐତିହ୍ୟର ପ୍ରତିଫଳନ ହେଉଛି ସୁପ୍ରୋ ସିଏନ୍ଜି ଡୁଓର ଶୁଭାରମ୍ଭ । ମାଲିକ ଓ ଅପରେଟରଙ୍କୁ ଉଲ୍ଲେଖନୀୟ କମ୍ ପରିଚାଳନା ଖର୍ଚ ପ୍ରଦାନ କରିବା ଲାଗି ସିଏନ୍ଜି ସୁପ୍ରୋ ଡୁଓ ଜରିଆରେ କଂପାନି ଦ୍ୱେତ-ଇନ୍ଧନ କ୍ଷେତ୍ରରେ ପ୍ରବେଶ କରିଛି । ଲଜିଷ୍ଟିକ୍ସ, ଯୋଗାଣ ଶୃଙ୍ଖଳ ଓ ଇ-କମର୍ସ କଂପାନିର କଠିନ ଚାହିଦା ପୂରଣ କରିବା ଲାଗି ଏହାକୁ ପ୍ରସ୍ତୁତ କରାଯାଇଛି ଯାହା ଗ୍ରାହକମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବ । ମହିନ୍ଦ୍ରା ସହ ଗଭୀର ଭାବେ ଯୋଡ଼ିହୋଇରହିଥିବା ରାଇଜ୍ ଫର ଗୁଡ୍ ଦର୍ଶନର ଏକ ସ୍ପଷ୍ଟ ପ୍ରତିଫଳନ ହେଉଛି ସୁପ୍ରୋ ସିଏନ୍ଜି ଡୁଓର ଶୁଭାରମ୍ଭ ଯାହା ଲୋକମାନଙ୍କ ସମେତ ସମାଜ ଓ ବ୍ୟବସାୟରେ ସକାରାତ୍ମକ ପରିବର୍ତନକୁ ଆଗକୁ ବଢ଼ାଇବ ।’’ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ସଭାପତି-ଅଟୋମୋଟିଭ୍ ଟେକ୍ନୋଲୋଜି ଆଣ୍ଡ୍ ପ୍ରଡକ୍ଟ ଡେଭେଲପ୍ମେଂଟ୍ ଆର୍ ଭେଲୁସ୍ୱାମୀ କହିଛନ୍ତି ଯେ, “ନୂଆ ସୁପ୍ରୋ ସିଏନ୍ଜି ଡୁଓକୁ ସ୍ମାର୍ଟ ଓ ସହଜରେ ପରିଚାଳିତ ହେଉଥିବା ଦ୍ୱେତ-ଇନ୍ଧନ ବିଶିଷ୍ଟ ଛୋଟ କମର୍ସିଆଲ ଯାନ ଭାବେ ବିକାଶ କରାଯାଇଛି ଯାହା ପ୍ରଦୂଷଣ ଓ ପରିଚାଳନା ଖର୍ଚ୍ଚ କମ୍ କରିବ, ଫଳରେ ଉଲ୍ଲେଖନୀୟ ସଂଚୟ ହେବ । ସିଧା ସିଏନ୍ଜିରେ ଷ୍ଟାର୍ଟ ହେବା, ସର୍ବାଧିକ ସୁରକ୍ଷା ପାଇଁ ସିଏନ୍ଜି ଲିକ୍ ଚିହ୍ନଟ, ୭୫୦ କେଜିର ଶ୍ରେଷ୍ଠ ମାନର ପେ’ଲୋଡ୍ ୂଭଳି ଶିଳ୍ପର ଅନେକ ପ୍ରଥମ ଉକ୍ଟକ୍ଟ୍ରଚ୍ଚକ୍ସସଶଷଗ୍ଧ ତ୍ତ ୨୦୨୩ ଗବଷସଦ୍ଭୟକ୍ସବ ଌବଜ୍ଞକ୍ଟ୍ର; ଗବଷସଦ୍ଭୟକ୍ସବ ଖଗ୍ଧୟ. ଇକ୍ଷକ୍ଷ କ୍ସସଶଷଗ୍ଧଗ୍ଦ କ୍ସରଗ୍ଦରକ୍ସଙ୍ଖରୟ. ଧରଣର ସୁବିଧାସୁଯୋଗକୁ ଏଥିରେ ସମନ୍ୱିତ କରାଯାଇଛି । ୭୫ ଲିଟରର ବଡ଼ ସିଏନ୍ଜି ଟାଙ୍କି କ୍ଷମତା ସହିତ ଉତ୍କଷ୍ଟ ମାଇଲେଜ୍କୁ ନେଇ ଆମେ ନିଶ୍ଚିତ ଯେ ମହିନ୍ଦ୍ରାର ଏହି ନୂଆ କ୍ଷୁଦ୍ର ଯାନ ପୁଣି ଥରେ ଏହାର ଗ୍ରାହକ ଓ ଅପରେଟରଙ୍କୁ ଏକ ଉଲ୍ଲେଖନୀୟ ସଂପତି ପ୍ରଦାନ କରିବ ।’’ ସୁପ୍ରୋ ସିଏନ୍ଜି ଡୁଓ ଟାଙ୍କିକୁ ଥରେ ଫୁଲ୍ କଲେ ତାହା ୩୨୫ କିମି ଯାତ୍ରା କରିବ । ଏଥିରେ ୨୦.୦୧ କିଲୋୱାଟ୍ର ବିଏସ୍-୬ ଆର୍ଡିଇ ଇଂଜିନ୍ ମଧ୍ୟ ରହଛି । ଗାଡ଼ିରେ ୧୨ ଇଂଚ୍ ଟାୟାର ଓ ୧୫୮ ଏମ୍ଏମ୍ ଗ୍ରାଉଣ୍ଡ୍ କ୍ଲିୟରାନ୍ସ ରହିଛି । ଗ୍ରାହକମାନେ କମ୍ ଡାଉନ୍ ପେମେଂଟ୍ ଦେଇ ଗାଡ଼ିର ବୁକିଂ କରିପାରିବେ ଏବଂ ଆକର୍ଷଣୀୟ ଫାଇନାନ୍ସ ସ୍କିମ୍ ଜରିଆରେ ତାହାକୁ କିଣିପାରିବେ । ଏହା ଉପରେ ୩ ବର୍ଷ/୮୦,୦୦୦ କିମି ୱାରେଂଟି ପ୍ରଦାନ କରାଯାଉଛି । ଡାଇମଣ୍ଡ୍ ହ୍ୱାଇଟ୍ ଓ ଡିମ୍ ୱାର୍ମ ବ୍ଲୁ ରଙ୍ଗରେ ତାହା ଉପଲବ୍ଧ ହେଉଛି । Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ଶ୍ୟାମା କାଳୀ ପୂଜା ପାଇଁ ଶୁଭ ମାଟି ଅନୁକୂଳ by Proprietor Abhimanyu Maharana September 26, 2026 ବୟାଳିସମୌଜା ଚାନ୍ଦୁଲି ବଳି ବାମନ ପୀଠରେ ଭବ୍ୟ ବାମନ ଜନ୍ମ ଓ ସୁନିଆ ଉତ୍ସବ ସମ୍ପନ୍ନ by Proprietor Abhimanyu Maharana September 26, 2026 न्यूबर्ग डायग्नोस्टिक्स और प्रोलाइफ डायग्नोस्टिक्स ने ओडिशा में बेहतर और आधुनिक जांच सेवाओं का विस्तार करने के लिए साझेदारी की by Proprietor Abhimanyu Maharana September 25, 2026 ଓଡ଼ିଶାରେ ଉନ୍ନତ ଡାଇଗ୍ନୋଷ୍ଟିକ୍ ସେବାର ସମ୍ପ୍ରସାରଣ ପାଇଁ ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ ଏବଂ ପ୍ରୋଲାଇଫ୍ ଡାଇଗ୍ନୋଷ୍ଟିକ୍ସ ମଧ୍ୟରେ ରଣନୈତିକ ଯୌଥ ଉଦ୍ୟୋଗ ଗଠନ by Proprietor Abhimanyu Maharana September 25, 2026 Neuberg Diagnostics and ProLife Diagnostics Form Strategic Joint Venture to Expand Advanced Diagnostics across Odisha by Proprietor Abhimanyu Maharana September 25, 2026 स्वच्छता ही सेवा एवं स्वच्छता पखवाड़ा-2026 by Proprietor Abhimanyu Maharana September 25, 2026