ଓଡିଶା ଇଭି ନୀତିର ଆକର୍ଷଣୀୟ ସବସିଡି ସହିତ ମହିନ୍ଦ୍ରା ଇଲେକ୍ଟ୍ରିକ୍ ୩ ଚକିଆ ଯାନ ଉପଲବ୍ଧ

Print

୯ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା (ଏମ୍ ଆଣ୍ଡ ଏମ୍ )ର ଡିଭିଜନ ମହିନ୍ଦ୍ରା ଲାଷ୍ଟ ମାଇଲ୍ ମୋବିଲିଟି (ଏଲ୍ଏମ୍ଏମ୍ ) ଓଡ଼ିଶା ସରକାରଙ୍କ ଦ୍ୱାରା ଘୋଷଣା କରିଥିବା ଇଭି ନୀତିକୁ ସ୍ୱାଗତ କରିଛି। ଏହି ଇଭି ନୀତିରେ ସମସ୍ତ ଇଲେକ୍ଟ୍ରିକ୍ ୩ ଚକିଆ ଯାନ ଲିଡ୍ ଏସିଡ୍ ଏବଂ ଲିଥିୟମ୍ ଆୟନ ଉପରେ ₹୩୦,୦୦୦.୦୦ ଟଙ୍କାର ସବସିଡି ପ୍ରଦାନ କରାଯାଇଛି। ଏହି ନୀତି ଅଧୀନରେ ଭାରତର ୧ ନମ୍ବରଞ୍ଚ ଇଲେକ୍ଟ୍ରିକ୍ ୩ ଚକିଆ ଯାନ ନିର୍ମାତା ଏଲ୍ଏମ୍ଏମ୍ ଯାନଗୁଡ଼ିକୁ ଆକର୍ଷଣୀୟ ପ୍ରୋତ୍ସାହନ ପ୍ରଦାନ କରିପାରୁଛି  ଯାହା ମୋଟରିଂରେ ଅପଗ୍ରେଡ୍ କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ସହଜ କରୁଛି ।

କେନ୍ଦ୍ର ସରକାରଙ୍କ ଫେମ୍ -୨ ସବସିଡିକୁ ମିଶାଇ ଟ୍ରେଓ ଅଟୋ ଏବଂ ଜୋରକୁ ₹ ୧ ୦୩ ୭୦୦.୦୦ ଟଙ୍କା ଏବଂ ଟ୍ରେଓ ୟାରିକୁ ₹୬୭,୦୦୦.୦୦ ଟଙ୍କାର ସବସିଡି ମିଳୁଛି । ଟ୍ରେଓ ଜୋର କାର୍ଗୋ ୩-ଚକିଆ ଯାନ ₹୧,୦୩,୭୦୦.୦୦ ଟଙ୍କାର ସବସିଡି ସହିତ ଉପଲବ୍ଧ ହେଉଥିବା ବେଳେ ଫ୍ଲାଗସିପ୍ ଜୋର ଗ୍ରାଣ୍ଡ ପାଇଁ ଷ୍ଟିକର ମୂଲ୍ୟରେ ₹୧,୩୨,୪୦୦.୦୦ ଟଙ୍କାର ସବସିଡି ରହିଛି। ମହିନ୍ଦ୍ରାର ଲିଡ୍ ଏସିଡ୍ ୩ ଚକିଆ ଯାନ, ଇ-ଆଲଫା ମିନି ଏବଂ ଇ-ଆଲଫା କାର୍ଗୋ ଯାହା ଫେମ୍ -୨ ଅଧୀନରେ ଆସୁନାହିଁ, ସେମାନଙ୍କୁ ମଧ୍ୟ ₹୩୦,୦୦୦.୦୦ ଟଙ୍କାର ସରକାରୀ ସବସିଡି ମିଳୁଛି। ଅତ୍ୟଧିକ ଟଚ୍ ପଏଣ୍ଟ, ଏବଂ ଅତୁଳନୀୟ ବିଶ୍ୱକ୍ଷସ ସହିତ ଆସୁଥିବା ବ୍ରାଣ୍ଡ ମହିନ୍ଦ୍ରା, ଗ୍ରାହକମାନଙ୍କୁ ନିଶ୍ଚିତ ଭାବରେ ଏଲ୍ଏମ୍ଏମ୍ ଇଭି ଦ୍ୱାରା ଆନନ୍ଦିତ କରୀବ ।

Exit mobile version