ଶ୍ରୀ ଶ୍ରୀ ମା ତାରିଣୀ ଦେବୀଙ୍କ ପିଠ ରେ ବିଶ୍ଵଶାନ୍ତି ମହାଯଜ୍ଞ ଚାରିଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି

୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର :- ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ର କାନ୍ଥମାଳ ସୀମା  ଝିଣ୍ଟିକା ପଲ୍ଲୀ ଗ୍ରାମ ନିକଟସ୍ଥ ଭାଲେରି ପାହାଡ ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ମା ତାରିଣୀ ଦେବୀଙ୍କ ପିଠ ରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଚାରି ଦିନ ଧରି ବିଶ୍ଵ ଶାନ୍ତି ମହା ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ପ୍ରଥମ ଦିନ ଠାରୁ ଶେଷଦିନ ପର୍ଯ୍ୟନ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ହଜାର ,ହଜାର ଭକ୍ତ ମାନେ ମା ତାରିଣୀ ଦେବୀଙ୍କ ଆଶ୍ରିବାର୍ଦ୍ ଭିକ୍ଷା ଲାଭ କରି ପ୍ରସାଦ ସେବନ କରିଥିଲେ, ଚିଲିକା ନିର୍ବାଚନ ମଣ୍ଡଳୀର ରାଜ ନେତା ମାନେ  ଯୋଗଦେଇ ଶ୍ରୀ ମା ତାରିଣୀ ଦେବୀଙ୍କ ଆଶ୍ରିବାର୍ଦ୍ କୃପା ଲାଭ କରିଥିଲେ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ,ୱାର୍ଡ ମେମ୍ବର ଶ୍ରୀଯୁକ୍ତ ଦୁର୍ଯୋଧନ ପରିଡ଼ା,ନୀମିଖେତା ପଞ୍ଚାୟତ ବରିଷ୍ଠ ସମାଜ ସେବୀ ଶ୍ରୀମତୀ ଅଞ୍ଜଳି ସ୍ୱାଇଁ , ଯୁବ ନେତା ଆଲୋକ ପ୍ରଧାନ, ବାଣପୁର ବ୍ଲକ ଛାତ୍ର ନେତା ରତ୍ନାକର ନାୟକ ଆଦି ଯୋଗଦେଇଥିଲେ । ଝିଣ୍ଟିକା ପଲ୍ଲୀ ଗ୍ରାମବାସୀଙ୍କ ଏବଂ ମା ପରିବାର ,ମା ମନ୍ଦିର ସହୋଯୋଗ ,ଅଦ୍ୟମ ଇଚ୍ଛା ଶକ୍ତି ଏବଂ ରାତି ଦିନ ଏକକରି, ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲେ, ପରିଶେଷରେ ମା ପରିବାର ବାସୀ ସମସ୍ତ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଶ୍ରୀ ଶ୍ରୀ ମା ତାରିଣୀ ଦେବୀଙ୍କ ନିକଟରେ ବିଶ୍ଵର କଲ୍ୟାଣ ହେଉ ପ୍ରାର୍ଥନା କରିଥିଲେ ।

 

Exit mobile version