ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଫାଇଟର୍ସ ଗ୍ରୁପ ପକ୍ଷରୁ କେନସର ସରଭାଇବର ଡେ ପାଳନ

୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବରଗଡ଼ :- ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଆଜି ଫାଇଟର୍ସ ଗ୍ରୁପ ପକ୍ଷରୁ କେନସର ସରଭାଇବର ଡେ ପାଳନ କରାଯାଇଥିଲା। ଗ୍ରୁପ ର ସଭାପତି ପ୍ରସନ୍ନ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଯୋଜନା ବୋର୍ଡର ସଭ୍ୟ ସାଧୁ ଚରଣ ନେପାକ,ପାଣ୍ୟାଗାର ନିଗମ ର ଅଧ୍ୟକ୍ଷ ମହେନ୍ଦ୍ର ବଢେଇ, ସମ୍ବଲପୁରୀ ବସ୍ତ୍ରାଳୟର ସଭାପତି ସମ୍ବିତ ଆଚାର୍ଯ୍ୟ ଯୋଗ ଦେଇ ଥିଲେ। ଗ୍ରୁପ ର ସମ୍ପାଦନା ବିଶ୍ବଜିତ ବାରିକ ମଞ୍ଚାସୀନ ଥିଲେ। ଗ୍ରୁପ ର ଅଧ୍ୟକ୍ଷ ଅଶ୍ବିନୀ ଦର୍ଜିଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ରାଜଗୋପାଳ ଦାଶ ପରିଚାଳନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ମିନତୀ ପତି, ଅର୍ଜୁନ ସେଠ୍,ପ୍ରତାପ ନାୟକ, ପ୍ରତାପ ଦାଶ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ସଭାରେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସମାଜସେବୀ ସଂଗଠନ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସମାଜସେବୀ ଦିବସ ସାହୁ ଙ୍କୁ ବିନ୍ଧ୍ୟବାସିନୀ ଷଡଙ୍ଗୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ସେହିପରି ମାତୃଛାୟାର ମୁଖ୍ୟ ସମାଜସେବୀ ଦେବଦତ୍ତ ତ୍ରିପାଠୀ, ମିନତୀ ସାହୁ,ମଗ୍ଧା ଦାଶ, ସଂକଳ୍ପ ପରିବାର ଙ୍କୁ ସମ୍ମାନିତ କରାଯାଇଥିଲା। ଏକ ଆଲୋଚନା କାର୍ଯ୍ୟକ୍ରମ ରେ ବାଲକୋ ଡାକ୍ତରଖାନା, ଛତିଶଗଡ଼ ର କେନସର ବିଭାଗ ର ଡାକ୍ତର ମୋନା ରାୟ ଏବଂ ଡାକ୍ତର ସ୍ବାଇଁ କେନସର ସଚେତନତା ସୃଷ୍ଟି ଉପରେ ଆଲୋଚନା କରିଥିଲେ।

Exit mobile version