ଯୁକ୍ତଦୁଇ କଳାର ପରୀକ୍ଷା ଫଳ ପ୍ରକାଶ

ଶଙ୍ଖଚିଲା କଳେଜରୁ ୧୬୫ରୁ ୧୨୫ପାସ 

ଅଭିସ୍ମିତା ସାହୁ କଲେଜ ଟପର

୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ଆଜି(ଗୁରୁବର) ପ୍ରକାଶ ପାଇଛି । ଏଥିରେ କୋରାଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ସ୍ମିତ ହିଙ୍ଗୁଳା (ଜୁନିୟର)ମହାବିଦ୍ୟାଳୟରୁ କଳାରେ ପରୀକ୍ଷା ଦେଇଥିବା ୧୬୫ଜଣଙ୍କ ମଧ୍ୟରୁ ୧୨୫ଜଣ ପାସ କରିଛନ୍ତି । ଯାହାର ପାସ ହାର ୭୫.୭୫ପ୍ରତିଶତ ହୋଇଥିଲା ବେଳେ ପୂର୍ବବର୍ଷ ତୁଳନାରେ ପାସ ହାର ଭଲ ହୋଇଛି । ମିଳିଥିବା ସୂଚନାନୁଯାୟୀ ଶଙ୍ଖଚିଲା ହିଙ୍ଗୁଳା (ଜୁନିୟର) ମହାବିଦ୍ୟାଳରୁ କଳାରେ ପରୀକ୍ଷା ଦେଇଥିବା ୧୬୫ଜଣଙ୍କ ମଧ୍ୟରୁ ୧୨୫ଜଣ ପାସ କରିଛନ୍ତି।

ସେମାନଙ୍କ ମଧ୍ୟରେ ୧୨ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିଲା . ବେଳେ ୧୪ଜଣ ଦ୍ବିତୀୟ ଶ୍ରେଣୀରେ ଓ ୯୯ଜଣ ତୃତୀୟ ଶ୍ରେଣୀରେ ପସ କରିଛନ୍ତି । ଉତୀର୍ଣ୍ଣଙ୍କ ମଧ୍ୟରୁ ଅଭିସ୍ମିତା ସାହୁ ସର୍ବାଧୂକ ୪୫୧ ନମ୍ବର ରଖ୍ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ କୋରାଇ ବ୍ଲକ ଅନ୍ତର୍ଗତ ଜହ୍ନା ପଂଚାୟତ ସ୍ଥିତ ଛୋଟରାପୁର ଗ୍ରାମର ଅଭିମନ୍ୟୁ ସାହୁ ଓ କମଳିନୀ ସାହୁଙ୍କ ଝିଅ ଅଟନ୍ତି । କଲେଜରେ ଟପର ହେବାର ଶ୍ରେୟ ସେ ଅଧ୍ୟକ୍ଷ ପର୍ଶୁରାମ ମଲ୍ଲିକଙ୍କ ସମେତ ସମସ୍ତ ଅଧ୍ୟାପିକ ଓ ଅଧ୍ୟାପିକାଙ୍କୁ ଦେଇଥିଲା ବେଳେ ମାଆ ଓ ବଡଭଉଣୀଙ୍କ ଗାଇଡ ଯୋଗୁ ଏହି ସଫଳାତା ପାଇବାରେ ସହାୟକ ହୋଇପାରିଛନ୍ତି ବୋଲି କହିଛନ୍ତି ଅଭିସ୍ମିତା । ସେ ଭବିଷ୍ୟତରେ ଜେଣ ଅଧ୍ୟାପିକା ହୋଇ ଦେଶ ଗଠନରେ ଆଦର୍ଶ ଛାତ୍ରଛାତ୍ରୀ ସୃଷ୍ଟିକରିବାକୁ ଲକ୍ଷ ରଖୁଛନ୍ତି ।

ସେହିପରି ୪୨୯ ନମ୍ବର ରଖ୍ କଲେଜର ଆଦର୍ଶ ସାହୁ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ରଶ୍ମିତା ଦଳାଇ ୪୨୩ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ କଲେଜରେ ପ୍ରଥମ ସ୍ଥାନରେ ଉତୀର୍ଣ୍ଣ ହୋଇଥିବା ଛାତ୍ରୀ ଅଭିସ୍ମିତାଙ୍କ ସମେତ କୃତିତ୍ବର ପାସ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜର ଅଧ୍ୟକ୍ଷ ପର୍ଶୁରାମ ମଲ୍ଲିକଙ୍କ ସମେତ ଗୋବିନ୍ଦଚନ୍ଦ୍ର ବେହେରା, ସ୍ବପ୍ନାମାନସୀ ପୃଷ୍ଟି, ସୁମିତ୍ରା ସ୍ୱାଇଁ, କପିଳେନ୍ଦ୍ର ମାଝୀ, ନିର୍ମଳରଞ୍ଜନ ସାହୁ, ଉପେନ୍ଦ୍ରନାଥ ନାୟକ ପ୍ରମୁଖ ଅଧ୍ୟାପକ/ଅଧ୍ୟାପିକା ଓ ଅଭିଭାବକ ଆଦି ସହପାଠୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।

Exit mobile version