ସହିଦ ଯବାନ ମାନଙ୍କୁ ବରୀ ବିଜୁ ଛାତ୍ର ଜନତା ଦଳ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଓଡିଶା ତାଜା ନ୍ୟୁଜ୍ (୨୩ ଜୁନ୍ ମଙ୍ଗଳବାର) ବରୀ :- ଗଲଓନ ଉପତ୍ୟକା ରେ ଭାରତ ଚୀନ ମଧ୍ୟରେ ହେଇଥିବା ଯୁଦ୍ଧ ରେ ମାଟି ମା ପାଇଁ ସମର୍ପିତ ସେନା ର ସହିଦ ଯବାନ ମାନଙ୍କୁ ବରୀ ବିଜୁ ଛାତ୍ର ଜନତା ଦଳ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ବରୀ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ସଦିଚ୍ଛା ପ୍ରସାଦ ସାମଲ ଙ୍କ ନେତୃତ୍ୱ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖି ଆୟୋଜିତ ଏହି କାର୍ଯ୍ୟକ୍ରମ ବରୀ ବ୍ଲକ ଅନ୍ତର୍ଗତ କଳାମାଟିଆ ପଞ୍ଚାୟତ ସ୍ଥିତ ‘ସହିଦ୍ ପୀଠ’ ଠାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମ ଆରମ୍ଭରେ ବରୀ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ଶ୍ରୀ ସମ୍ବିତ ସାମଲ ଙ୍କ ନିର୍ଦ୍ଦେଶ କ୍ରମେ ସୀମାରେ ମୁତୟନ ଯବାନ ମାନଙ୍କ ନିଷ୍ଠା, ଦେଶ ପ୍ରେମ ଓ ବଳିଦାନ ବିଷୟରେ ଗୁଣଗାନ କରି କ୍ୟାଣ୍ଡେଲ୍ ଜଳାଇ ୨ମିନିଟ୍ ନିରବ ପ୍ରାର୍ଥନା କରାଗଲା।

ଅନ୍ୟମାନଙ୍କ ମଧ୍ୟରେ କଳାମାଟିଆ ପଞ୍ଚାୟତର ସରପଞ୍ଚ ଶ୍ରୀ ସମୀର ମଲିକ୍, ବିଜୁ ଜନତା ଦଳ ବରୀ ର ଯୁବ ନେତା ଶ୍ରୀ ନିର୍ମଳ ଦାସ, ସମୀର ଦାସ, ସୌମ୍ୟ ରଞ୍ଜନ ମହାକୁଳ,ବିଶାଲ ମଲିକ ପ୍ରମୁଖ ଯୋଗଦେଇ ସେନା କର୍ମଚାରୀ ଓ ଯବାନ ମାନଙ୍କ ତ୍ୟାଗ ଓ ନିଷ୍ଠା ବିଷୟରେ ଆଲୋଚନା କଲେ। ( ରିପୋର୍ଟ ସ୍ୱୟଂମ ଦାସ) – ବରୀ

Exit mobile version