ଶୌଚ ପାଇଁ ଯାଇ ବୋମା ବିସ୍ଫୋରଣ ରେ ଜଣେ ଗୁରୁତର

୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :- ପାଟଣାଗଡ଼ ଥାନା ବିଲାଇସାଥି ଗାଁ ରେ ବୋମା ବିସ୍ଫୋରଣ ରେ ହେମସାଗର ସାହୁ (୩୫) ଗୁରୁତର ଅବମସ୍ଥାରେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି । ଆଜି ଅପରାହ୍ନ ଘ. ୪ରେ ପାଟଣାଗଡ଼ ବ୍ଲକ ବଥର୍ଲା ପଞ୍ଚାୟତ ବିଳେଇସାଥୀ ଗାଁ ର ହେମସାଗର ସାହୁ ପାଖରେ ଥିବା କୁକୁରଚବା ନଦୀକୁ ଝାଡ଼ା ଯାଇଥିଲେ ଶୌଚ ହୋଇ ନଦୀ ଭିତରେ ଥିବା ଏକ ବୁଦା ମୂଳେ ହଳଦିଆ ରଙ୍ଗର ବ୍ୟାଗ ପଡ଼ିଥିଲା ବ୍ୟାଗରେ କଣ ଅଛି ବୋଲି ଦେଖିବା ସମୟରେ ହଠାତ ସେହି ବ୍ୟାଗରୁ ବିସ୍ଫୋରଣ ଘଟି ଯୁବକ ଜଣକ ଛିଟିକି ପଡ଼ିଥିଲେ ଓ ଦେହ ର ଅନେକ ଜାଗାରେ ଆଘାତ ଲାଗିଥିଲା ।

ପାଖରେ ଛେଳି ଚରାଉଥିବା ଜଣେ ସମ୍ପର୍କୀୟ ଘରକୁ ଖବର ଦେଇ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସା କରି ଅତି ଗୁରୁତର ହେବାରୁ ଡାକ୍ତର ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜକୁ ରେଫର କରିଛନ୍ତି । ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଗୁରୁତର ଯୁବକକୁ ବଲାଙ୍ଗୀର ନେବାର ବ୍ୟବସ୍ଥା କରାଯାଇଛି ।

ଖବର ପାଇ ଡାକ୍ତରଖାନାରେ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ତହସିଲଦାର ଲକ୍ଷ୍ମଣ ମାଝୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ରେଡକ୍ରସ ପାଣ୍ଠିରୁ ତିରିଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ରକ୍ତ ଆବଶ୍ୟକ କିମ୍ବା ଅନ୍ୟାନ୍ୟ ସହଯୋଗ ପାଇଁ ସେବା ଚେରିଟେବୁଲ ଟ୍ରଷ୍ଟ ଓ ଆଦିବାସୀ କଲ୍ୟାଣ ସଙ୍ଘ ର ସ୍ବେଚ୍ଛାସେବୀ ଟିମ ମଧ୍ୟ ଉପସ୍ଥିତ ଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ଡାକ୍ତରଖାନାରେ ଅଞ୍ଚଳ ତଥା ସହରର ଅନେକ ଜନସାଧାରଣ ରୁଣ୍ଡ ହୋଇଥିଲେ । ଘଟଣା ସ୍ଥଳକୁ ଏସପି ଋଷିକେଶ ଖିଲାରୀ ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ,ଥାନା ଅଧିକାରୀ ଅନନ୍ତ ପ୍ରଧାନ ଓ ବୋମା ନିଷ୍କ୍ରିୟକାରୀ ଟିମ ପହଞ୍ଚି ତଦନ୍ତ କରିଥିଲେ ।

Exit mobile version