ପାରାଢିପି ରେ ଖୋଲିଲା କୃଷି ସେବା ସମବାୟ କେନ୍ଦ୍ର ସମିତି ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ

୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢିପି ପଞ୍ଚାୟତ ରେ ଖୋଲିଲା କୃଷି ସେବା ସମବାୟ କେନ୍ଦ୍ର ସମିତି।ଏନେଇ ଏ ଆର୍ ସି ଏସ ହାଡ଼ିବନ୍ଧୁ ମହାକୁଡ଼ ପାରାଢିପି ପଞ୍ଚାୟତ ରେ କୃଷି ସେବା ସମବାୟ କେନ୍ଦ୍ର ସମିତି ଖୋଲିବା ନେଇ ସାର୍ଟିଫିକେଟ ଅଫ ରେଜିଷ୍ଟ୍ରେସନ୍ ସରପଞ୍ଚ ବିଭୂତି ପ୍ରଧାନ ଙ୍କୁ ପ୍ରଦାନ କରିଥିଲେ।

କୃଷି ସେବା ସମବାୟ କେନ୍ଦ୍ର ସମିତି ଖୋଲିବା ଦ୍ବାରା ରାମପଲ୍ଲୀ, କରଡା ପଲ୍ଲୀ, ବାଲଣ୍ଡା,ଥୁଆ ବାରି, ଅଭୟପୁର,ପାରାଢିପି,ରଗଡ଼ି ସାହି, ମସ୍କାବାରି, କଣ୍ଟିଆମ୍ବା ପୋକସୁଙ୍ଗା ଗ୍ରାମ ର ଲୋକମାନେ ଉପକୃତ ହେବେ।ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଥିବାରୁ ପାରାଢିିପି ପଞ୍ଚାୟତ ର ଜନସାଧାରଣ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ସରପଞ୍ଚ ବିଭୂତି ପ୍ରଧାନ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

Exit mobile version