୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୂଆଗାଁ ଥାନା ମହିତମା ଗ୍ରାମ ରୁ ଜଣେ ଯୁବକ ପାକିସ୍ତାନ ଲିଙ୍କ ରେ ଥିବା ନେଇ ଗିରଫ ହୋଇଛି । ସୂଚନା ଥାଉକି ମହିତମା ଗ୍ରାମ ର ପ୍ରଦ୍ୟୁମ୍ନ ସାହୁ ଜିଓ ଏବଂ ଆଇ ଡି ଆର୍ ସିମ୍ ରେ ସେଲ୍ସ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ପ୍ରଦ୍ୟୁମ୍ନ ପ୍ରି- ଆକ୍ଟିଭ କରିଥିବା ସୀମ ଓ ପେଟିଏମ୍ ର ଲିଙ୍କ ଓଟିପି, ଟ୍ରାଞ୍ଜାକ୍ସନ୍ ଓ ସୀମ କୁ ପାକିସ୍ତାନ ର କରାଚି, ବାଲୁଚିସ୍ତାନ ର ବିଭିନ୍ନ ଅଞ୍ଚଳ ରେ ଆଇ ଏସ ଆଇ ଏଜେଣ୍ଟ ମାନେ ବ୍ୟବହାର କରୁଥିବା ଜଣା ପଡ଼ିବା ପରେ ଏସ ଟି ଏଫ ଟିମ୍ ମହିତମା ଆସି ପ୍ରଦ୍ୟୁମ୍ନ କୁ ଗିରଫ କରିଥିବା ଜଣା ପଡିଛି। ପାକିସ୍ତାନ ଲିଙ୍କ ରେ ପୂର୍ବରୁ ଦଶପଲ୍ଲା ଏବଂ ଇଟାମାଟି ଥାନା ଅଞ୍ଚଳରୁ ଦୁଇଜଣ ଗିରଫ ହୋଇଛନ୍ତି।

