ମୋ ଘର ଯୋଜନା ଉପରେ ମୋ ସେବା କେନ୍ଦ୍ର ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଭା ଗୃହରେ ମୋ ଘର ଯୋଜନା ସମ୍ପର୍କିତ ମୋ ସେବା କେନ୍ଦ୍ର ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶା ସରକାର ମୋ ଘର ଯୋଜନାରେ ଗ୍ରାମାଞ୍ଚଳର ସମସ୍ତ କଚା ଘରକୁ ପକ୍କା ଘର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ଘର ଯୋଜନାକୁ ଆରମ୍ଭ କରିଛନ୍ତି।ଏହି ଯୋଜନା ଉପରେ ତହସିଲ କାର୍ଯ୍ୟାଳୟ ଅଧିକାରୀ ,ବ୍ୟାଙ୍କ୍ ଅଧିକାରୀ ମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଜି ନୂଆଗାଁ ବ୍ଲକ୍ ଅଧୀନରେ ଥିବା ମୋ ସେବା କେନ୍ଦ୍ର ଗୁଡିକୁ ବ୍ଲକ୍ ର ସଭା ଗୃହରେ ପ୍ରଶିକ୍ଷଣ ଦିଆ ଯାଇଥିଲା।

ହିତାଧିକାରୀ ମାନଙ୍କ ଆବେଦନ ପ୍ରକ୍ରିୟା କିପରି ସମ୍ପୂର୍ଣ୍ଣ ସଠିକ୍ ହେବ, କଣ କଣ କାଗଜାତ ଆବଶ୍ୟକ,ଏନେଇ ମୋ ସେବା କେନ୍ଦ୍ର ଗୁଡିକୁ ପ୍ରଶିକ୍ଷଣ ଦିଆ ଯାଇଥିଲା।ଏହି ପ୍ରଶିକ୍ଷଣ ଶିବିର ରେ ୧୮ ଗୋଟି ମୋ ସେବା କେନ୍ଦ୍ର ଉପସ୍ଥିତ ଥିଲେ।ଏହି ପ୍ରଶିକ୍ଷଣ ଶିବିର ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର ଯୋଗଦେଇ ପ୍ରଶିକ୍ଷଣ ଶିବିର ଉଦ୍ଦେଶ୍ୟ ,ସରକାର ଙ୍କ ମୋ ଘର ଯୋଜନା ର ଉପାଦେୟତା ବର୍ଣ୍ଣନା କରିଥିଲେ।ଏବିଡ଼ିଓ ସ୍ବଦେଶ ରଞ୍ଜନ ଶତପଥୀ,,ସିପି ତୁଷାର କାନ୍ତ ପାଣିଗ୍ରାହୀ, ବିପିସି କାର୍ତ୍ତିକ ଦାସ,ବି ପି ଏ ଦେବରାଜ ସାମଲ,ଏ ସିପି ସୁମନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version