କୋରାଇରେ ଗ୍ରହରାଜ ଶନିଶ୍ଚରଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ସାଦକପୁର ପଂଚାୟତର କୋରାଇ ବଜାର ସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତମ ଜୀଉ ପ୍ରାଙ୍ଗଣସ୍ଥ ଠାକୁରବାଡି ଠାରେ ଶ୍ରୀ ଶ୍ରୀ ଗ୍ରହରାଜ ଶନିଶ୍ଚର ମହାପ୍ରଭୁଙ୍କର ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହା ୩ତାରିଖ ଶନିବାର ଠାରୁ ଆରମ୍ଭ ହୋଇ ୬ତାରିଖ ମଙ୍ଗଳବାର ଉଦ୍‌ଯାପିତ ହୋଇଥିଲା ।

ମଙ୍ଗଳବାର ରାତିରେ ପୂର୍ଣ୍ଣାହୂତି, ପ୍ରବଚନ ଓ ଭଜନସନ୍ଧ୍ୟା ଅନୁଷ୍ଠିତ ହୋଥିଲା ବେଳେ ଉଦ୍‌ଯାପନୀ ସଭାରେ ମୁଖ୍ୟଅତିଥି ଭାବେ କୋରାଇର ପ୍ରାକ୍ତନ ବିଧାୟକ ଓ ‘ ମୋ କଲେଜ ଅଧ୍ୟକ୍ଷ’ ଆକାଶ ଦାସନାୟକ ଯୋଗଦେଇ ଯଜ୍ଞମଣ୍ଡପରେ ପୂର୍ଣ୍ଣାହୁତି ଦେଇଥିଲେ । ନୂତନ ମନ୍ଦିରରେ ସ୍ଥାପିତ ଗ୍ରହରାଜ ଶନିଶ୍ଚର ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଗ୍ରହରାଜଙ୍କ କୃପାରୁ ଅଂଚଳବାସୀଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେବାଲାଗି ପ୍ରାର୍ଥନା କରିଥିଲେ ।

ପୂଜ୍ୟପୂଜା ପରମ୍ପରା ଅନୁଯାୟୀ ଗ୍ରାମର ମୁରବୀମାନଙ୍କୁ ଓ ଅତିଥି ଶ୍ରୀ ଦାସନାୟକଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟତମ ଅତିଥିଭାବେ ସାଦକପୁର ପଂଚାୟତର ପୂର୍ବତନ ସରପଂଚ ପୁରୁଷୋତମ ଦାସ, ତୁଳତି ପଂଚାୟତର ପୂର୍ବତନ ସରପଂଚ ଦୀପ୍ତିମୟୀ କୁଅଁର ପ୍ରମୁଖ ଯୋଗ ଦେଇଥିଲେ । ସଭାପ୍ରାରମ୍ଭରେ ବାହାନଗାଠାରେ ଶତାଦ୍ଦୀର ହୃଦୟବିଦାରକ ରେଳ ଦୁର୍ଘଟଣାରେ ପ୍ରାଣହରାଇଥିବା

ବ୍ୟକ୍ତିମାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୧ମିନିଟ୍ ନୀରବପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମ ଅନନ୍ତ ପୁରୁଷୋତମ ଗ୍ରାମ କମିଟି ଅନୁକୂଲ୍ୟରେ ରମାକାନ୍ତ ଦାସଙ୍କ ଆବହାକତ୍ୱରେ ଅନିରୁଦ୍ଧ ଦାସ, ଜିତେନ୍ଦ୍ର ସିଂହ, ଗଣେଶ ମହାରଣା, ବିଜୟକୁମାର ସାହୁ ପ୍ରମୁଖ ଗ୍ରାମ କମିଟିର କର୍ମକର୍ତା ଓ ଗ୍ରାମବସୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version