Home ଓଡ଼ିଶା ବାହାନଗା ରେଳ ଦୁର୍ଘଟଣା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp x. ମୋଟ ମୃତକଙ୍କ ସଂଖ୍ୟା ୨୮୮ x. ୨୦୫ ମୃତଦେହ ଚିହ୍ନଟ ପରେ ହସ୍ତାନ୍ତର x. ଅବଶିଷ୍ଟ ମୃତଦେହର ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ୱିତ ୭ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :– ବାଲେଶ୍ୱର ବାହାନଗା ଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ସଂପର୍କରେ ଜିଲ୍ଲାପାଳ, ବାଲେଶ୍ୱରଙ୍କ ଠାରୁ ମିଳିଥିବା ଶେଷ ତଥ୍ୟ ଅନୁସାରେ ଏହି ସଂଖ୍ୟା ୨୮୮ ବୋଲି ଜଣାପଡିଛି । ଗତକାଲି ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୭୫ ବିବରଣୀ ଦିଆଯାଇଥିଲା । ପ୍ରଥମେ ରେଳ ଟ୍ରାକରୁ ୩୦ ମିଟର, ପରେ ୭୦ ମିଟର ଓ ଏହା ପରେ ୨୦୦ ଫୁଟ ପର୍ୟ୍ୟନ୍ତ ଦୁର୍ଘଟଣା ସ୍ଥାନର ପୁଙ୍ଖାନୁପୁଙ୍ଖ ତନଖି ଏବଂ ଯାଂଚ, ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରେ ଜିଲ୍ଲାପାଳ ଚୂଡାନ୍ତ ରିପୋର୍ଟରେ ମୃତକଙ୍କ ସଂଖ୍ୟା ୨୮୮ ବୋଲି ଦର୍ଶାଇଛନ୍ତି । ଭୁବନେଶ୍ୱରକୁ ପ୍ରଥମେ ଜିଲ୍ଲାରୁ ୧୯୩ଟି ମୃତଦେହ ପଠାଯାଇଥିଲା, ଯାହାକି ବିଭିନ୍ନ ଶବ ସଂରକ୍ଷଣ କେନ୍ଦ୍ରରେ ରଖାଯାଇଥିଲା । ବାଲେଶ୍ୱର ଠାରେ ଜିଲ୍ଲାମଧ୍ୟରେ ଟ୍ରାକ୍ ରୁ ହସ୍ପିଟାଲ ପର୍ୟ୍ୟନ୍ତ ରେକର୍ଡ ଯାଂଚ କରି ଜିଲ୍ଲା ସ୍ତରର ୯୪ଟି ମୃତଦେହ ଚିହ୍ନଟ ପୂର୍ବକ ସେମାନଙ୍କର ସଂପର୍କୀୟମାନଙ୍କୁ ହସ୍ତାନ୍ତର କରିଥିଲେ । ସେହିପରି ଭଦ୍ରକ ରେ ଚିକିତ୍ସିତ ଥିବା ଆହତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ମୃତଦେହ ଚିହ୍ନଟ ପରେ ତାହା ତାଙ୍କର ନିକଟ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଏହିପରି ଦୁର୍ଘଟଣାରେ ମୋଟ ମୃତ୍ୟୁସଂଖ୍ୟା ୨୮୮ ବୋଲି ଜଣା ପଡିଛି । ରେଲଓ୍ୱେ ପୋଲିସ୍ ମଧ୍ୟ ତାଙ୍କ ପତ୍ରରେ ଏହି ସଂଖ୍ୟା ବାଲେଶ୍ୱର ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଆହତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଜଣେ ସଂକଟାପନ୍ନ ସ୍ଥିତିରେ ଅଛନ୍ତି । ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ୯୬ ଟି ଆମ୍ବୁଲାନ୍ସରେ ୧୯୩ ଟି ମୃତଦେହକୁ ଭୁବନେଶ୍ୱର ଅଣାଯାଇଥିଲା । ସେଥିରୁ ଆଜି ଅପରାହ୍ଣ ସୁଦ୍ଧା ୧୧୦ ଟି ମୃତଦେହ ଚିହ୍ନଟ ହୋଇ ସେମାନଙ୍କର ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ବାଲେଶ୍ୱରରେ ୯୪ , ଭଦ୍ରକରେ ଗୋଟିଏ ଓ ଭୁବନେଶ୍ୱରରେ ୧୧୦ କୁ ମିଶାଇ ମୋଟ ୨୦୫ ଟି ମୃତଦେହ ଚିହ୍ନଟ ପରେ ହସ୍ତାନ୍ତର କରାଯାଇଛି ।ଆଉ ୮୩ ଟି ମୃତଦେହ ଚିହ୍ନଟ ପ୍ରକ୍ରିୟାରେ ରହିଛି । ଚିହ୍ନଟ ହୋଇପାରିନଥିବା ସବୁ ମୃତଦେହଗୁଡିକର ଡିଏନ୍ଏ ନମୁନା ସଂଗ୍ରହ କରାଯାଇସାରିଛି , ଯାହାକି ପରବର୍ତ୍ତୀ ସମୟରେ ଚିହ୍ନଟ ପ୍ରକ୍ରିୟାକୁ ସାହାଯ୍ୟ କରିବ । ଆମର ରହିଥିବା କଲ ସେଣ୍ଟରକୁ ଟ୍ରୋଲ ଫ୍ରି ନମ୍ବର-୧୮୦୦୩୪୫୦୦୬୧ ଏବଂ ୧୯୨୯ ରେ ବହୁ ଟେଲିଫୋନ୍ ଆସୁଛି ଯେଉଁଥିରେ ଲୋକମାନେ ସେମାନଙ୍କର ଆତ୍ମୀୟ ସ୍ଵଜନଙ୍କ ସମ୍ପର୍କରେ ଅନୁସନ୍ଧାନ କରୁଛନ୍ତି । ଚିକିତ୍ସିତଙ୍କୁ ସାକ୍ଷାତ , ମୃତହେହ ଚିହ୍ନଟକରଣ ଓ ପରିବହନ ଆଦି ବିଭିନ୍ନ କ୍ଷେତ୍ରରେସାହାଯ୍ୟ କରାଯାଉଛି । ଆସନ୍ତା କାଲି ଭିତରେ ମୃତଦେହ ଚିହ୍ନଟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ବୋଲି ମୁଖ୍ୟ ଶାସନ ସଚିବ ଆଶା ପ୍ରକାଶ କରିଛନ୍ତି । ସଂଧ୍ୟାରେ ଅନୁଷ୍ଠିତ ଏ ସଂପର୍କିତ ଏକ ବୈଠକରେରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ହସ୍ପିଟାଲରେ ଅଲଗା ରହିଥିବା ମୃତଦେହଗୁଡିକୁ ଏମ୍ସ ହସ୍ପିଟାଲକୁଅଣାଯାଇଏକତ୍ର ଗୋଟିଏ ସ୍ଥାନରେ ସଂରକ୍ଷିତ କରି ରଖାଯିବା ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି।ଫଳରେ ମୃତଦେହ ଚିହ୍ନଟକରଣ ପାଇଁ ସଂପର୍କୀୟମାନେ ନିର୍ଦ୍ଦିଷ୍ଟ ଗୋଟିଏ ସ୍ଥାନରେ ଆସି ପହଁଚିବେ ଓ ଏହା ଫଳରେ ମଧ୍ୟ ଚିହ୍ନଟ ଓ ହସ୍ତାନ୍ତର ପ୍ରକ୍ରିୟା ଅଧିକ ସହଜ ହୋଇପାରିବ । Categories: ଓଡ଼ିଶା, ମହାନଗର, ହୋମ୍ Related Content ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି by Proprietor Abhimanyu Maharana June 30, 2026 ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ by Proprietor Abhimanyu Maharana June 30, 2026 ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ by Proprietor Abhimanyu Maharana June 30, 2026 ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ by Proprietor Abhimanyu Maharana June 30, 2026 ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ - ପୁରୀ by Proprietor Abhimanyu Maharana June 29, 2026 ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ - ସିଆଇଆଇ ଏନର୍ଜି କନ୍କ୍ଲେଭ by Proprietor Abhimanyu Maharana June 29, 2026