ନିଆଳି : ବିଶ୍ବ ପରିବେଶ ଦିବସ ପାଳିତ

୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :- କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ମାଧବ ତେଲିପାଟଣା ଗ୍ରାମରେ ଜୀବନ  ଜ୍ୟୋତି ଶିଶୁ ବିକାଶ ସଂଗଠନ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସଂଗଠନର ସଂପାଦକ ସୁଦାମ ସାମଲ ତତ୍ବାବଧାନରେ ମହିଳା ଗୋଷ୍ଟିର ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ମହିଳାଙ୍କ ସହଯୋଗ ରେ ଲିମ୍ବ , ବଉଳ , ଅସନ୍ , ଦେବଦାରୁ ଆଦି ବିଭିନ୍ନ ଗଛ ର ଚାରା ରୋପଣ କରାଯାଇଥିଲା । ପ୍ରତେକ ମହିଳା ମାନେ ନିଜ ନିଜ ବାଡ଼ି ବଗିଚା , ରାସ୍ତା ଘାଟ ରେ ଗଛ ଲଗେଇ ବାକୁ ଶପଥ ନେଇଥିଲେ । ଏହି କାର୍ଯ୍ୟକର୍ମରେ ବିକୁ ପ୍ରସାଦ ମହାନ୍ତି , ମୋନାଲିସା ମଲ୍ଲିକ , ରଶ୍ମିତା ସାହୁ , ସବନି ସାହୁ , କନକ ସାହୁ , ମମତା ବେହେରା , ଲକ୍ଷ୍ମୀପ୍ରିୟା ପୃଷ୍ଟି , ଜେମାମଣି ସାହୁ ଓ ବିନୋଦିନୀ ସାହୁ ପ୍ରମୁଖ ବହୁ ମହିଳା ସହଯୋଗ କରିଥିଲେ ।

Exit mobile version