Home ଓଡ଼ିଶା ବୌଦ୍ଧଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଖୋଲିଲା ପାଠାଗାର ଓ ଭିଡିଓ ସମ୍ମିଳନୀ ଗୃହ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୭ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବୌଦ୍ଧ :- ବୁଧବାର ଦିନ ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜିଲ୍ଲାର ସମସ୍ତ ୬୯ ଗୋଟି ଗ୍ରାମପଞ୍ଚାୟତରେ ପାଠାଗାର ଓ ଭିଡିଓ ସମ୍ମିଳନୀ ଗୃହକୁ ଲୋକାର୍ପିତ କରିଛନ୍ତି । ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଶ୍ରୀଅମାତ କହିଥିଲେଯେ ରାଜ୍ୟର ବିକାଶରେ ଶିକ୍ଷାର ପ୍ରମୁଖ ଭୂମିକା ରହିଛି । ୯୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବାବେଳେ ଜିଲାରେ ଏହି ପାଠାଗାରଗୁଡିକ ଶିକ୍ଷାର ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବାସହ ଜିଲ୍ଲାର ବିକାଶରେ ସହାୟକ ହେବ । ଆଭାସି ଜରିଆରେ ଅନୁଷ୍ଠିତ ଏହି ବୈଠକରେ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀକକ୍ଷଠାରେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତାରେ ପାଠାଗାର ସ୍ଥାପନ ନିଷ୍ପତିକୁ ସ୍ୱାଗତ କରିବା ସହିତ ଏହାଦ୍ୱାରା ଗ୍ରାମାଞ୍ଚଳର ଶିକ୍ଷା ପ୍ରେମୀ ଲୋକମାନେ ଉପକୃତ ହେବେ ଏବଂ ପାଠାଗାର ଗୁଡିକ ସୁପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ଆଭାସୀ ଜରିଆରେ ସମସ୍ତ ୬୯ ଟି ଗ୍ରାମପଞ୍ଚାୟତର କର୍ମକର୍ତ୍ତା ଓ ଅଧିକାରୀ, ପ୍ରତ୍ୟେକ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଏହି ବୈଠକରେ ଯୋଡି ହୋଇ ପାଠଗାର ଖୋଲାଯିବା ନିଷ୍ପତିକୁ ସ୍ୱାଗତ କରିଥିଲେ । କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତର ସରପଞ୍ଚ ସୌଦାମିନୀ ମଲ୍ଲିକ,ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର କହଁର ଓ ବୌଦ୍ଧ ବ୍ଲକ ବ୍ରାହ୍ମଣିପାଲି ପଞ୍ଚାୟତର ସରପଞ୍ଚ ଅରୁଣ ବାଘ ଏବଂ ଖୁଣ୍ଟବନ୍ଧ ପଞ୍ଚାୟତର ସରପଞ୍ଚ ଟୁନି ମହାନନ୍ଦିଆ ପ୍ରମୁଖ ଆଭାସୀ ଜରିଆରେ ପାଠାଗାର ଓ ଭିଡିଓ ସମ୍ମିଳନୀ କକ୍ଷ ସ୍ଥାପନ ନେଇ ନିଜର ଖୁସି ବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ସତ୍ୟରଂଜନ ସାହୁ ସ୍ୱାଗତ ଭାଷଣ ପ୍ରଦାନ ସହିତ ଏହି ପାଠାଗାର ଓ ସମ୍ମିଳନୀ କକ୍ଷର ସୁପରିଚାଳନା ନେଇ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଜିଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରି କହିଥିଲେଯେ ରାଜ୍ୟରେ ପ୍ରଥମ କରି ବୌଦ୍ଧଜିଲାର ସମସ୍ତ ପଞ୍ଚାୟତରେ ପାଠାଗାର ସ୍ଥାପନ କରାଯାଇଥିବାବେଳେ ପାଠାଗାର ମଧ୍ୟମରେ ଇ-ଲାଇବ୍ରେରୀ ଖୋଲାଯାଇ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ବୟସ୍କ ଲୋକଙ୍କ ପାଇଁ ଉପାଦେୟ ୮୦ ହଜାର ପୁସ୍ତକକୁ ଯୋଡାଯାଇଛି । ଏହାବ୍ୟତୀତ ପ୍ରତ୍ୟେକ ପାଠାଗାରକୁ ୫୦ ହଜାର ଟଙ୍କା ମୂଲ୍ୟର ବହି ଯୋଗାଇଦିଆଯାଇଛି । ଜନସାଧାରଣ ଏହି ପାଠାଗାରର ଉପଯୋଗ କରି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାସହ ନିଜର ତଥା ଜିଲ୍ଲା ଓ ରାଜ୍ୟର ସାମଗ୍ରୀକ ବିକାଶରେ ସାମିଲ ହେବାକୁ ନିବେଦନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର,ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର, ଡେପୁଟି କଲେକ୍ଟର ଝରଣା ପ୍ରଧାନ,ସତ୍ୟଜିତ ମହାପାତ୍ର,ଶାସ୍ୱତ ପ୍ରଧାନ,ହୃଷିକେଶ ତ୍ରିପାଠୀ,ଜିଲ୍ଲା ପଞ୍ଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ,ଜିଲ୍ଲା ଜରୂରୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା,ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ବିରଞ୍ଚି ଧରୁଆ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସସ୍ମିତା ପ୍ରଧାନ, ବାଲ୍ୟବିବାହ ନିଷେଧ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ବୌଦ୍ଧ, ହୋମ୍ Related Content ରଣପୁର ଏନଏସି ରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନର ଚଢାଉ : ୧୧ ଜଣଙ୍କ ଠାରୁ ଟ ୫୦୦୦/- ଜୋରିମାନା ଆଦାୟ by Proprietor Abhimanyu Maharana September 10, 2026 ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ by Proprietor Abhimanyu Maharana September 10, 2026 ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି by Proprietor Abhimanyu Maharana September 10, 2026 ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026