ରେଳ ଦୁର୍ଘଟଣାରେ ମୃତକଙ୍କୁ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି

୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମା ସ୍ଥିତ ଦୁର୍ଗା ମଣ୍ଡପ ଠାରେ ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ସ୍ଥାନୀୟ ଯୁବକ ମାନେ କ୍ୟାଣ୍ଡେଲ ଜାଳି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ମୁତ୍ୟଵରଣ କରିଥିବା ବ୍ୟକ୍ତିମାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯିବ ସହ ଆହତ ବ୍ୟକ୍ତିମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରାଯାଇଥିଲା ।

ଏହି ଅବସରରେ ପଡ଼ିଆର ଦିଲ୍ଲୀପ ଲିମା, ଏମ୍ ଡି ଅଶୋକ, ମାଝୀ ଭିମା ରାଓ, କୋରାପୁ ଭାସ୍କର, ବି. ଶ୍ରୀନିବାସ ରାଓ, ନାକା ରବି କୁମାର, ତୁମ ରାଜେଶ୍ଵର ରାଓ, କୋରାପୁ ଉଦୟଙ୍କ ସମେତ ପ୍ରାୟ ୩୦ରୁ ଉର୍ଦ୍ଧ ଯୁବକ ଉପସ୍ଥିତ ଥିଲେ ।

Exit mobile version