Home ଓଡ଼ିଶା ଓଡ଼ିଶାର ଲକ୍ଷ ଲକ୍ଷ ବିଦ୍ୟୁତ ଗ୍ରାହକଙ୍କୁ ଶୋଷଣ କରୁଛି ବିଦ୍ୟୁତ ବିତରକ କମ୍ପାନୀ ଟାଟା ପାୱାର – ପ୍ରଦେଶ କଂଗ୍ରେସ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଓଡ଼ିଶାର ବିଦ୍ୟୁତ ବିତରଣ ଦାୟୀତ୍ୱରେ ଥିବା ଟାଟା ପାୱାର କମ୍ପାନୀ ଦୀର୍ଘ ବର୍ଷ ବର୍ଷ ଧରି ଓଡ଼ିଶାର ବିଦ୍ୟୁତ ଉପଭୋକ୍ତମାନଙ୍କୁ ଶୋଷଣ କରିଚାଲିଛି । ଏକଥା ରାଜ୍ୟସରକାରଙ୍କର ଶକ୍ତିମନ୍ତ୍ରୀ, ଶକ୍ତି ସଚିବ, ଗ୍ରୀଡ଼କୋର ପଦାଧିକାରୀ, ଓଇଆରସିର ଚେୟାରମାନ୍ୟ ତଥା ସଦ୍ୟମାନଙ୍କୁ ଜଣାଥିଲେ ସୁଦ୍ଧା ସେମାନଙ୍କର ଦୀର୍ଘକାଳୀନ ମୌନବ୍ରତ ଟାଟା ପାୱାରକୁ ଅଧିକ ଶୋଷଣ କରିବାପାଇଁ ପ୍ରୋତ୍ସାହିତ କରିୁଛି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱର ଅଭିଯୋଗ ବାଢ଼ିଛନ୍ତି । ଟାଟା ପାୱାର କମ୍ପାନୀକୁ ରାଜ୍ୟ ସରକାର ଓଡ଼ିଶାର ବିଦ୍ୟୁତ ବିତରଣ ଦାୟୀତ୍ୱ ଦେବାପୂର୍ବରୁ ଓଡ଼ିଶାର ବିଦ୍ୟୁତ ଉପଭୋକ୍ତମାନଙ୍କୁ ପ୍ରଥମ ୧୦୦ ୟୁନିଟ ପର୍ଯ୍ୟନ୍ତ ଏକ ସର୍ବନିମ୍ନ ୟୁନିଟ୍ପିଛାରେ ଲାଗୁ ହେଉଥିଲା । ଯାହାକି ସେତେବେଳେ ଟ.୨.୫୦ ପଇସା ଥିଲା । କିନ୍ତୁ ଟାଟା ପାୱାର ବିତରଣ ଦାୟୀତ୍ୱ ନେବାପରେ ପ୍ରଥମ ସ୍ଲାବ ଯାହକି ୧ ରୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ଥିଲା ତାହାକୁ କମାଇ ଦିଆଯାଇ ୧ରୁ ୫୦ ୟୁନିଟ ପର୍ଯନ୍ତ କରାଗଲା ଏବଂ ୟୁନିଟ ପିଛା ଦରବୃଦ୍ଧି ଟ. ୩.୫୦ ପଇସା କରାଗାଲା । ତଦ୍ୱାରା ଓଡ଼ିଶାର ଲକ୍ଷଲକ୍ଷ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଜନବିରୋଧି ନିଷ୍ପତି ଯୋଗୁଁ ଟାଟା ପାୱାର ଶୋଷଣ କରିଚାଲିଲା । ପ୍ରତମାସ ୩୦ ଦିନ ପରେ ମିଟର ରିଡିଂ କରିବା ପରିବର୍ତେ ଟାଟାପାୱାର ଜାଣିସୁଣି ୧୦ ଦିନ ବିଳମ୍ବରେ ମିଟର ରିଡିଂ କରୁଛନ୍ତି ଯଦ୍ୱାରା ଉପଭୋକ୍ତାମାନଙ୍କୁ ମିନିୟମ ସ୍ଲାବ ରେଟ ପରିବର୍ତେ ୫୦ରୁ୧୦୦ ୟୁନିଟ୍ ସ୍ଲାବର ଦର ଅନୁସାରେ ଆଦାୟ କରାଯାଉଛି । ଯଦ୍ୱାରକି ଟାଟା ପାୱାର ଓଡ଼ିଶାର ପ୍ରତି ମାସରେ ଶହ ଶହ କୋଟି ଟଙ୍କାର ମୁନାଫା କମାଉଛି । ଏକଥାକୁ ଖୋଦ ରାଜ୍ୟ ସରକାର ଓ ତାଙ୍କ ତଥାକଥିତ ଟ୍ରାନଫରମେସନ ବିଭାଗ ଜାଣିଥିଲେ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବା ପରିବର୍ତେ ଏ ସମସ୍ତେ ଟାଟା ପାୱାର ଗୋଲାମଗିରି କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଅଭିଯୋଗ କରିଛନ୍ତି । ଆଜି ପ୍ରଦେଶ କଂଗ୍ରେସ ଭବନରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଓଡ଼ିଶା ବିଦ୍ୟୁତ ବିତରଣ ଓ ଦରଧାର୍ଯ୍ୟର ସ୍ୱଚ୍ଛତାକୁ ନେଇ ୫ଟି ଗୁରତ୍ୱପୂର୍ଣ୍ଣ ପ୍ରଶ୍ନ ସେ ସିଧାସଳଖ ସରକାରଙ୍କୁ ପଚାରିଛନ୍ତି । ପ୍ରଶ୍ନ-୧- କାହା ସ୍ୱାର୍ଥରେ ସର୍ବନିମ୍ନ ୟୁନିଟ ୧୦୦ ପରିବର୍ତେ ୫୦କୁ କମାଇ ଦିଆଗଲା ଏହାର ଉତର ମନ୍ତ୍ରୀ ମହୋଦୟ ଉତର ଦେବେକି? ପ୍ରଶ୍ନ-୨- ସର୍ବନିମ୍ନ ସ୍ଥିର ଦେୟ (ମିନିମମ ଫିକ୍ସ ଚାର୍ଜେସ) କିଲୋୱାଟ ପ୍ରତି ଆଦାୟ କରାଯାଉଥିଲା ବେଳେ ପ୍ରକୃତରେ ଗ୍ରାହକ କମ କିଲୋୱାଟ ବିଦ୍ୟୁତ ଖର୍ଚ୍ଚ କରୁଥିଲା ବେଳେ ସରକାର ପ୍ରଥମରୁ ଦିଆଯାଇଥିବା ଡିମାଣ୍ଡ ଅନୁସାରେ ଆଦାୟ କରିବା ଏ ସରକାରଙ୍କ ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ପ୍ରଶ୍ନ-୩- ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇଥିଲେ ମଧ୍ୟ କାହିଁକି ଏବଂ କେଉଁ କାରଣରୁ ଓଡ଼ିଶାର ବିଦ୍ୟୁତ ଦର ୟୁନିଟ ପିଛା ଏତେ ଅଧିକ କାହିଁକି ? ପ୍ରଶ୍ନ-୪- ଓଡ଼ିଶାର ଚାଷୀଭାଇ ମାନଙ୍କୁ ତାଙ୍କର ସମସ୍ତ ବିଦ୍ୟୁତ ଦେୟ ଛାଡ଼ କରାଯିବାର ପ୍ରତିଶୃତି ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରି ହୋଇପାରିଲା ନାହିଁ ଏଥିପାଇଁ କ’ଣ କଂଗ୍ରେସ ଦାୟୀକି? ପ୍ରଶ୍ନ-୫- ବିତରକ କମ୍ପାନୀ ପ୍ରୀତିରେ ରାଜ୍ୟ ସରକାର ଯେଉଁ ହଜାର ହଜାର କୋଟି ଟଙ୍କା ପୁଞ୍ଜି ଯୋଗାଇ ଦେଇଛନ୍ତି ତଦ୍ୱାରା ଆଜି ପର୍ଯ୍ୟନ୍ତ କେତେ ଯାଗାରେ ଟ୍ରାନ୍ସଫରମର, ଇଲେକ୍ଟ୍ରି ପୋଲ, ତାର ଇତ୍ୟାଦି ନୂଆ ଲଗାଯାଇଛି ତାର ହିସାବ ଦେବେକି ? ଏ ସମସ୍ତ ଉତର ସରକାର ଜନସାଧାରଣଙ୍କ ସାମନାରେ ଏକ ଶ୍ୱେତପତ୍ର ମାଧ୍ୟମରେ ପ୍ରକାଶ କରନ୍ତୁ । ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ସାରା ଓଡ଼ିଶାରେ ବାରମ୍ବାର ପାୱାରକଟ ହେଉଛି କିନ୍ତୁ ବିଭାଗୀୟ ମନ୍ତ୍ରୀ ପାୱାର କଟର ଉଦୁଭଟ ସଂଜ୍ଞା ଦେଉଛନ୍ତି । ଖୋଦ ରାଜ୍ୟ ରାଜଧାନୀରେ ପ୍ରତିଦିନ ବିଭିନ୍ନ ଅଂଚଳରେ ଘଂଟା ଘଂଟା ଧରି ବିଦ୍ୟୁତ କାଟ ହେଉଛି । ଗ୍ରାମାଂଚଳରେ ୪ଘଂଟା ରୁ ୫ ଘଂଟା ବିଦ୍ୟୁତ କାଟ ହେଉଛି କିନ୍ତୁ ବିଭାଗୀୟ ମନ୍ତ୍ରୀ ଏହାକୁ ସ୍ୱୀକାର କରୁନାହାନ୍ତି ଏହା ହେଉଛି ୨୩ ବର୍ଷ ସରକାରର ଅହଙ୍କାର ଓ ଗର୍ବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ ଓ ପ୍ରଦେଶ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ । Categories: ଓଡ଼ିଶା, ମହାନଗର, ହୋମ୍ Related Content ଉତ୍କଳ ହସ୍ପିଟାଲରେ ଅତ୍ୟାଧୁନିକ ସ୍ଲିପ୍ ଲାବ୍ ଚେୟାରମ୍ୟାନ ଡ଼ ଅଦିତ୍ୟ କୁମାର ସାମଲଙ୍କ ଦ୍ବାରା ଉଦ୍ଘାଟିତ। by Proprietor Abhimanyu Maharana October 10, 2026 ଆକ୍ୱାପଲ୍ସର ବାର୍ଷିକ ସମ୍ମିଳନୀ ୨୦୨୬ : ‘ପଣ୍ଡ ଟୁ ପୋର୍ଟ’ ଟେକ୍ନୋଲୋଜି ଷ୍ଟାକ୍ ଉନ୍ମୋଚିତ, ଚିଙ୍ଗୁଡ଼ି ଚାଷୀ ଓ କର୍ମଚାରୀ ସମ୍ମାନିତ by Proprietor Abhimanyu Maharana October 10, 2026 ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି ଲାଞ୍ଜିଗଡ଼ରେ କମ୍ପାନୀର ସଖୀ ଏସ୍ଏଚ୍ଜି ଉଦ୍ୟମରେ ଏହି ପଦକ୍ଷେପ ନିଆଯାଇଛି by Proprietor Abhimanyu Maharana October 10, 2026 Vedanta Aluminium Empowers 100+ SHG Women with Ragi-Based Entrepreneurial Avenues in Lanjigada by Proprietor Abhimanyu Maharana October 10, 2026 Dr. Ashok Kumar Mittal Brings Together Leaders, Faith Traditions, Country Ambassadors and Sporting Champions at ‘Seva Sankalp – Rashtranirman Ke 25 Saal’ by Proprietor Abhimanyu Maharana October 10, 2026 ତାଲୁକ୍ ଆଇନ୍ ସେବା କମିଟି, ରଣପୁର ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ by Proprietor Abhimanyu Maharana October 10, 2026