Home ଓଡ଼ିଶା ପ୍ରତି ମୃତକଙ୍କ ପରିବାରରୁ ଜଣକୁ କର୍ମସଂସ୍ଥାନ ମିଳୁ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ବାଲେଶ୍ୱର-ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ବାଲେଶ୍ୱର-ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱରର ସାମ୍ବାଦିକମାନଙ୍କ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଲୋକସେବା ଭବନ ପ୍ରେସ୍ ଲାଉଞ୍ଜ ପରିସରରେ ଏକ ଶୋକସଭା ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କ ଆଶୁ ଆରୋଗ୍ୟ କାମନା ସହ ସେମାନଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବାପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ସେହିପରି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରରୁ ଜଣକୁ ରେଳବାଇ କିମ୍ବା ସରକାରୀ ସଂସ୍ଥାରେ ସ୍ଥାୟୀ ନିଯୁକ୍ତି ବା କର୍ମସଂସ୍ଥାନ ଯୋଗାଇ ଦେବାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ ପତ୍ର ପଠାଇବାକୁ ଶୋକସଭାରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଟ୍ରେନ୍ ଦୁର୍ଘଟଣା ପରେ ରାଜ୍ୟ ସରକାର ଏବଂ ସ୍ଥାନୀୟ ଲୋକମାନଙ୍କ ତତ୍କାଳ ସେବା ସହାୟତା ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ମଧ୍ୟ ଶୋକସଭାରେ ଭୂୟସୀ ପ୍ରଶଂସା କରାଯାଇଥିଲା । ଏହି ଶୋକସଭାରେ ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ବିପିନ୍ ସିଂ, ବିଜୟ କୁମାର ପଣ୍ଡା, ବିବେକାନନ୍ଦ ଜେନା, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସଂଜୟ କୁମାର ପ୍ରଧାନ, ଚିତ୍ତରଂଜନ ପଟ୍ଟନାୟକ, ପାର୍ଥସାରଥୀ ଜେନା, ମାଧବାନନ୍ଦ ବେହୁରା, ଅବିନାଶ ମିଶ୍ର, ଅଜୟ କୁମାର ଦାସ, ଅଶୋକ କୁମାର ସାହୁ, କିଶୋର ମଙ୍ଗରାଜ, ପ୍ରିୟରଂଜନ ସାହୁ, ବଳରାମ ପ୍ରସାଦ ନନ୍ଦ, ସନାତନ ଦଳବେହେରା, ବିମଳ ଦାସ, ଅଭିମନ୍ୟୁ ମହାରଣା ଓ ସୁକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପାଇଁ ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଦୁମ୍ନ କୁମାର ମହାନ୍ତି ବିବେକାନନ୍ଦ ଜେନା ବରିଷ୍ଠ ସାମ୍ବାଦିକ ବରିଷ୍ଠ ସାମ୍ବାଦିକ ମୋ-୯୪୩୭୩୦୯୦୦୯ ମୋ- ୯୪୩୮୩୩୬୩୧୭ Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026