Home ଓଡ଼ିଶା ପ୍ରାଣୀସମ୍ପଦ ବିଭାଗ ଦୁଃସମୟରେ ସରକାରଙ୍କ ସହିତ ମଜଭୁତ ଭାବରେ ଛିଡାହୋଇଛି : ଟ୍ରେନ ଦୁର୍ଘଟଣାର ଦୁର୍ଗତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ଲକ୍ଷ ଟଙ୍କା ଦାନକଲା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ବାଲେଶ୍ୱର ଜିଲା ବାହାନଗାଠାରେ ଚଳିତ ମାସ ୨ ତାରିଖରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି । ଏହାଦ୍ୱାରା ଉଭୟ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଅନେକ ପରିବାର ପାଇଁ ଦାରୁଣ ଧକ୍କା ପହଞ୍ଚିଛି । ଏହି ଦୁଃଖଦ ଘଟଣାରେ ଅନେକ ପିଲା ଅନାଥ ହୋଇଯାଇଥିବାବେଳେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଆଉ ଅନେକ ବ୍ୟକ୍ତିଙ୍କ ପରିବାରବର୍ଗ ଦୀର୍ଘାବଧି ଶାରୀରିକ ଏବଂ ଆର୍ଥିକ ଦୁର୍ଗତିର ଶିକାର ହୋଇଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ମୃତାହତଙ୍କ ନିମନ୍ତେ କୋଣ ଅନୁକୋଣରୁ ମାନବୀୟ ସହାୟତାର ହାତ ବଢାଇବାକୁ ପ୍ରେରିତ କରିଛି । ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ତତ୍କ୍ଷଣାତ ଉଦ୍ଧାର ଓ ପୁନଃଥଇଥାନ ପ୍ରୟାସକୁ ସର୍ବତ୍ର ପ୍ରଶଂସା କରାଯାଉଛି । ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ ଅଧୀନରେ ଓଡ଼ିଶା ସରକାର ଏହି ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କୌଣସିଟି ଉଦ୍ୟମ ବାଦ୍ ଦେଇନାହାନ୍ତି । ସମୁଦାୟ ସରକାରୀ କଳ ପ୍ରଭାବିତ ଯାତ୍ରୀଙ୍କ ଦୁଃଖ ଦୁର୍ଦ୍ଦଶା ଲାଘବ କରିବାକୁ ଦିନ ରାତି କାମ କରିଛନ୍ତି । ସମ୍ବେଦନଶୀଳ ମଣିଷ ଏବଂ ଦାୟିତ୍ୱସମ୍ପନ୍ନ ସରକାରୀ କର୍ମଚାରୀ ଭାବରେ ଓଡ଼ିଶା ପ୍ରାଣୀସମ୍ପଦ ସେବା ସଂଘ (ଓଭିଏସ୍ଏ) ନେତୃତ୍ୱରେ ପ୍ରାଣୀସମ୍ପଦ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ମଧ୍ୟ ଏହି ଦୁର୍ଘଟଣାର ମୃତାହତଙ୍କ ପାଇଁ ସେମାନଙ୍କ ସହାୟତାର ହାତ ବଢାଇଛନ୍ତି । ଡା.ଯଦୁନାଥ ପରିଡା, ସଭାପତି, ଓଭିଏସ୍ଏ ସୂଚନା ଦେଇ କହିଛନ୍ତି ଯେ ସେମାନେ ଚଳିତ ମାସ ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଉଦ୍ଦେଶ୍ୟରେ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହି ପରିମାଣ ଅର୍ଥକୁ ଏକ ବ୍ୟାଙ୍କ ଡ୍ରାଫ୍ଟ ଆକାରରେ ଓଭିଏସ୍ଏର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିର କାର୍ଯ୍ୟକର୍ତ୍ତାଗଣ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ପ୍ରଦାନ କରିଛନ୍ତି । ଏହି ଅବସରରେ ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଉପସ୍ଥିତ ଥିଲେ । ଓଭିଏସ୍ଏର ସାଧାରଣ ସମ୍ପାଦକ ଡା.ଶଙ୍କର୍ଷଣ ମାହୁନ୍ତ ସୂଚନା ଦେଇ କହିଛନ୍ତି ଯେ, ଚଳିତ ମାସ ୩ ତାରିଖରେ ସଂଘର ଏକ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସମସ୍ତ ସଦସ୍ୟ ଏକସ୍ୱରରେ ଦୁର୍ଗତଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ପାଣ୍ଠି ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଥିଲେ । ସଂଘ ମଧ୍ୟ ନିଜର ଅବଦାନ ପାଣ୍ଠି ସଂଗ୍ରହ କରିବାକୁ ସ୍ଥିର କରିଥିଲା, ଯଦ୍ଦ୍ୱାରା ଏହା ଯଥାସମ୍ଭବ ଏହି ଉଦ୍ଦେଶ୍ୟରେ ସହାୟତାର ହାତ ବଢାଇପାରିବ । ପରିଣତି ସ୍ୱରୂପ ଏହି ପରିମାଣ ଅର୍ଥ ପ୍ରାଣୀ ସମ୍ପଦ ବିଭାଗର ସମସ୍ତ କର୍ମଚାରୀ ଓ ଅଧିକାରୀଗଣ ମାତ୍ର ୧୨ ଘଌକ୍ଷଗ୍ଧ;ା ମଧ୍ୟରେ ସଂଗ୍ରହ କରିଥିଲେ । ସଂଘ ମଧ୍ୟ ସମ୍ପ୍ରତି ଚିକିତ୍ସାଧୀନ ଥିବା ଆହତ ଯାତ୍ରୀଙ୍କ ଆବଶ୍ୟକତା ପୂରଣ ନିମନ୍ତେ ଖୁବ୍ଶୀଘ୍ର ଏକ ରକ୍ତଦାନ ଶିବିର ଆୟୋଜନ ଯୋଜନା କରିଛି । ଏଥିସହିତ ସରକାର ଯେତେବେଳେ ଚାହିଁବେ ସଂଘ ଯେକୌଣସି ପ୍ରକାର ସହାୟତା ଯୋଗାଇଦେବ ବୋଲି ଡା.ମାହୁନ୍ତ କହିଛନ୍ତି । ଓଭିଏସ୍ଏ ଦ୍ୱାରା ସହାୟତାର ହାତ ବଢାଇବାକୁ ଯେଉଁଭଳି ମହତ୍ ଏବଂ ଉଦାର ପଦକ୍ଷେପ ଗ୍ରହଣ କରାଯାଇଛି ତାହା ରାଜ୍ୟର ଏକମାତ୍ର ସେବା ସଂଘ ଭାବରେ ହାତକୁ ନିଆଯାଇଛି ଏବଂ ଏହାକୁ ସବୁ ମହଲରୁ ପ୍ରଶଂସା କରାଯାଉଛି । ସ୍ୱଳ୍ପ ସମୟ ମଧ୍ୟରେ ଏଭଳି ବଡଧରଣର ଆର୍ଥିକ ସହାୟତାକୁ ସମାଜର ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଛନ୍ତି । Categories: ଓଡ଼ିଶା, ବାଲେଶ୍ଵର, ହୋମ୍ Related Content ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ by Proprietor Abhimanyu Maharana September 20, 2026 ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ by Proprietor Abhimanyu Maharana September 20, 2026 ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ by Proprietor Abhimanyu Maharana September 20, 2026 ଓଡିଶା ପ୍ରାନ୍ତର ଏକ ନମ୍ବର ହେବ ପୁରୀ ଯୋଗଜିଲ୍ଲା : ମନମୋହନ by Proprietor Abhimanyu Maharana September 20, 2026 ୨୬ତମ ଗଣପତି ମହୋତ୍ସବ ଉଦଯାପିତ by Proprietor Abhimanyu Maharana September 20, 2026