ବେଦାନ୍ତ ଆଲୁମିନିୟମର ଉତ୍ପାଦକୁ ଆନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ପରିବେଶ ଉପଯୋଗି  ବୋଲି ସ୍ୱୀକୃତି ପ୍ରଦାନ

ପରିବେଶ ଉତ୍ପାଦ ଘୋଷଣାନାମା (ଇପିଡି) ପ୍ରମାଣପତ୍ର ବେଦାନ୍ତ ଆଲୁମିନିୟମ ସ୍ଥାୟୀ ଉତ୍ପାଦନରେ ସର୍ବୋଚ୍ଚ ଶିଳ୍ପ ସମ୍ମାନ ହାସଲ କରିବାକୁ ସ୍ୱୀକୃତି ଦେଇଥାଏ

୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :- ବିଶ୍ୱ ପରିବେଶ ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର ଉତ୍ପାଦ ପରିସର ପାଇଁ ପରିବେଶ ଉତ୍ପାଦ ଘୋଷଣାନାମା (ଇପିଡି) ପ୍ରମାଣପତ୍ର ଗ୍ରହଣ କରିଥିବା ଘୋଷଣା କରିଛି । ଏକ କଠୋର ଜୀବନ ଚକ୍ର ଆକଳନ (ଏଲସିଏ) ଅତିକ୍ରମ କରି ବେଦାନ୍ତର ପ୍ରାଥମିକ ଆଲୁମିନିୟମ ଉତ୍ପାଦ ଗୁଡ଼ିକ ଶକ୍ତି ବ୍ୟବହାର, ଗ୍ରୀନ ହାଉସ ଗ୍ୟାସ ନିର୍ଗମନ, ଜଳ ବ୍ୟବହାର ଓ ବର୍ଜ୍ୟ ବସ୍ତୁ ସୃଷ୍ଟି ମାପଦଣ୍ଡରେ ଭଲ ପ୍ରଦର୍ଶନ କରିଛି ଯାହା ଉନ୍ନତ ଉତ୍ପାଦନ ଅଭ୍ୟାସ ଓ ସବୁଜ ଉଦ୍ଭାବନକୁ ସ୍ୱୀକୃତି ପ୍ରଦାନ କରେ ।

ଏକ ପରିବଶ ଉପଯୋଗୀ ଉତ୍ପାଦ ଘୋଷଣାନାମା (ଇପିଡି) ହେଉଛି ଏକ ମାନକ ଏବଂ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଡକ୍ୟୁମେଂଟ ଯାହା ଏକ ଉତ୍ପାଦର ପରିବେଶ ଉପଯୋଗିତା ଉପରେ ସୂଚନା ପ୍ରଦାନ କରିଥାଏ । ଏକ ବିସ୍ତୃତ ଜୀବନ ଚକ୍ର ମୂଲ୍ୟାୟନ (ଏଲସିଏ) ଉପରେ ଆଧାରିତ ଓ କଂଚାମାଲ ଉତୋଳନ, ଉତ୍ପାଦନ, ବ୍ୟବହାର ଓ ଶେଷ ନିଷ୍ପାଦନ ସହିତ ଉତ୍ପାଦର ପରିବଶେ ଉପରେ ତଥ୍ୟ ପ୍ରଦାନ କରିଥାଏ ।

ବେଦାନ୍ତ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଓ ଇପିଡି ଦ୍ୱାରା ପ୍ରମାଣିତ ହୋଇଥିବା ପ୍ରାଥମିକ ଆଲୁମିନିୟମ ଉତ୍ପାଦରେ ବିଲେଟ, ପ୍ରାଥମିକ ଫାଉଣ୍ଡ୍ରି ଆଲୋଏ (ପିଏଫଏ), ଓୟାର ରଡ ଓ ସବୁ ବର୍ଗର ଇନଗଟ ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଗୁଡ଼ିକରେ ଉଚ୍ଚ ପ୍ରୟୋଗ ହାଇ ଟେକ ଉତ୍ପାଦନ, ଅକ୍ଷୟ ଶକ୍ତି, ବ୍ୟାଟେରି ପ୍ରଯୁକ୍ତି ବିଦ୍ୟା ପ୍ରଭୃତି ସନ ରାଇଜ ଉଦ୍ୟୋଗ ଅନୁଯାୟୀ ଅନ୍ତର୍ଭୁକ୍ତ । କୌତୂହଳର ବିଷୟ ହେଉଛି ଯେ ବିଶ୍ୱ ପରିବେଶ ଦିବସ ପାଇଁ ଏହି ବର୍ଷର ବିଶ୍ୱସ୍ତରୀୟ ଥିମ୍ ହେଉଛି ବିଟ୍ ପ୍ଲାଷ୍ଟିକ୍ ପ୍ରଦୂଷଣ । ଭଲ ଶକ୍ତି, ହାଲୁକା ଓଜନ, କ୍ଷୟ-ପ୍ରତିରୋଧ ଏବଂ ଅସୀମ ପୁନ ବ୍ୟବହାରର ଆଲୁମିନିୟମ୍ ଏହାର ଅନ୍ତର୍ନିହିତ ଗୁଣ ସହିତ ନିଜକୁ ପ୍ଲାଷ୍ଟିକ୍ ପାଇଁ ଏକ ଉପଯୋଗୀ ବିକଳ୍ପ ଭାବରେ ଉପସ୍ଥାପନ କରେ ।

ଏହି ପ୍ରମାଣପତ୍ର ଉପରେ ମତ ଦେଇ ବେଦାନ୍ତ ଲିମିଟେଡ-ଆଲୁମିନିୟମ ବ୍ୟବସାୟର ସିଇଓ ଶ୍ରୀ ରାହୁଲ ଶର୍ମା କହିଛନ୍ତିଯେ ଅଧିକ ସ୍ଥାୟୀ ଆଭିମୁଖ୍ୟକୁ ନେଇ ଶୀଘ୍ର ଗତି କରୁଥିବା ଏକ ବିଶ୍ୱରେ ଆଲୁମିନିୟମ ଶିଳ୍ପର ଅଭିବୃଦ୍ଧି ଓ ନୁତନତ୍ୱ ପାଇଁ ପ୍ରସ୍ତୁତ ରହିଛି । ଏକ ସ୍ୱଛ କାର୍ବନ ଭବିଷ୍ୟତର ମେରୁଦଣ୍ଡ ଭାବରେ ଆଲୁମିନିୟମର ଅସାଧାରଣ ଗୁଣ ପରିବର୍ତନ ପାଇଁ ଅପାର ସମ୍ଭାବନାକୁ ଦର୍ଶାଇଥାଏ । ବେଦାନ୍ତ ଆଲୁମିନିୟମର ଇପିଡି ପ୍ରମାଣପତ୍ର ହେଉଛି ବିଶ୍ୱର ଗ୍ରାହକଙ୍କ ପାଇଁ ଉଞ୍ଜିନିୟରିଂ ସ୍ଥାୟୀ ଉତ୍ପାଦ ପ୍ରତି ଆମର ଉତ୍ସର୍ଗୀକୃତ କାର୍ଯ୍ୟର ଏକ ପ୍ରମାଣ । ଆମେ ସର୍ବଦା ପରିବେଶ ଉପଯୋଗୀ ସ୍ଥାୟୀ ଅଭ୍ୟାସ ବିକାଶ କରିବାକୁ ଚେଷ୍ଟା କରୁଛୁ ।

ଇପିଡିକୁ ଦେଖିବାପାଇଁ ଲଗଅନ କରନ୍ତୁ  https://www.environdec.com/library/epd6491

ସେବାଷ୍ଟିଆନ ଷ୍ଟିଲର, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଇପିଡି ଇଂଟରନ୍ୟାସନାଲ ଆଲାଏଡ କହଇଛନ୍ତିଯେ ଏହାର ଉତ୍ପାଦ ପରିସର ପାଇଁ କଠୋର ପରିବେଶ ଉତ୍ପାଦ ଘୋଷଣାନାମା (ଇପିଡି) ଆନ୍ତର୍ଜାତୀୟ ପ୍ରମାଣପତ୍ର ହାସଲ କରିଥିବାରୁ ଆମେ ବେଦାନ୍ତ ଆଲୁମିନିୟମକୁ ଅଭିନନ୍ଦନ ଜଣାଉଛୁ । ଏହା ବିଶ୍ୱ ବ୍ୟାପୀ ଗ୍ରାହକ ଆଧାରକୁ ସାମଗ୍ରୀ ସମ୍ବନ୍ଧରେ ସୂଚନାପୂର୍ଣ୍ଣ ନିଷ୍ପତି ନେବାରେ ସହାୟକ ହେବ । ବେଦାନ୍ତ ଆଲୁମିନିୟମ ମଧ୍ୟ ଭାରତୀୟ ଆଲୁମିନିୟମ ଉଦ୍ୟୋଗରେ ପ୍ରଥମ ଅଟେ ଯାହାକି ଏହାର ବୃହତ ପରିମାଣର ଆଲୁମିନିୟମ ଉତ୍ପାଦ ପାଇଁ ଉପଲବ୍ଧ ବିଏସ ପ୍ରମାଣପତ୍ର ସୁରକ୍ଷିତ ରଖିଛି । ଗୁଣବତା ଉପରେ କଂପାନି ସକ୍ରିୟ ଭାବରେ କାର୍ବନ ଫୁଟ ପ୍ରିଂଟକୁ କମ କରିବାକୁ ଚାହୁଁଛି ।

କମ କାର୍ବନ ଫୁଟ ପ୍ରିଂଟ ସହିତ ଧାତୁର ଚାହିଦାକୁ ଦୃଷ୍ଟିରେ ରଖି ଏହାର କମ ଅଙ୍ଗାରକାମ୍ଳ ସବୁଜ ଆଲୁମିନିୟମ ରେଂଜ ବ୍ରାଣ୍ଡେଡ ରେସ୍ତୋରାଁ ଭାରତ ପାଇଁ ପ୍ରଥମ ଅଟେ । ଏହି କାରଣରୁ ଆର୍ଥିକ ବର୍ଷ ୨୨ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ଇଣ୍ଡେକ୍ସ (ଡିଜେଏସଆଇ) ବିଶ୍ୱ ମାନ୍ୟତା ଏହାକୁ ଆଜି ବିଶ୍ୱର ଦ୍ୱିତୀୟ ସ୍ଥାୟୀ ଆଲୁମିନିୟମ ଉତ୍ପାଦକ ଭାବେ ପରିଣତ କରିଛି । ଏହାର କାର୍ଯ୍ୟକଳାପରେ ପରିବେଶ ପରିଚାଳନା ଅଭ୍ୟାସକୁ ବୃଦ୍ଧି କରି ଏହା ନିରନ୍ତର ଯାତ୍ରାରେ ଅନେକ ମାଇଲ ଖୁଂଟ ଅତିକ୍ରମ କରିଛି ।

୨୦୧୨ର ବେସଲାଇନରୁ ଗ୍ରୀନହାଉସ ଗ୍ୟାସ ନିର୍ଗମନ ତୀବ୍ରତାକୁ ବେସ ଲାଇନ ଠାରୁ ୨୪% ହ୍ରାସ କରିଛି ଓ ଉତ୍ପାଦନକୁ ଆଠ ଗୁଣା ବୃଦ୍ଧି କରିଛି ।

୬୯ ବିଲିୟନ ଲିଟର ଜଳ ପୁନଃ ବ୍ୟବହାର ଓ ଆର୍ଥିକ ବର୍ଷ ୨୩ରେ ୧.୫୧ ବିଲିୟନ ଲିଟରରୁ ଅଧିକ ଜଳ ସଂରକ୍ଷଣ କରାଯାଇ ପାରିଛି ।

୧୦୦%ରୁ ଅଧିକ ଫ୍ଲାଏ ଆଶକୁ ଉପଯୋଗ ବ୍ୟବସ୍ଥା କରାଯାଇ ଭାରତୀୟ ଶିଳ୍ପ ସଂସ୍ଥା ଗୁଡ଼ିକ ସହିତ ଏକ ଅର୍ଥନୈତିକ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରାଯାଉଛି ।

ଆର୍ଥିକ ବର୍ଷ ୨୩ରେ ୧.୩୬ ମିଲିୟନ ଜିଜେ ଶକ୍ତି ସଂରକ୍ଷଣ କରାଯାଇଛି । ବୃହତ ଲିଥିୟମ ଆୟନ ବ୍ୟାଟେରି ଚାଳିତ ଇଭି ଫର୍କଲିଫର କାର୍ଯ୍ୟକାରୀତା ପ୍ରତିଷ୍ଠା ହୋଇଛି ।

ମେଟାଲ ରିକଭରି ସୁବିଧାକୁ ପ୍ରତିଷ୍ଠା କରାଯାଇ ଦରକାରୀ ପଦାର୍ଥକୁ ପୃଥକୀକରଣ ବ୍ୟବସ୍ଥା ଝାରସୁଗୁଡ଼ାରେ ପ୍ରଚଳନ କରାଯାଉଛି ।

ଏହାର ପରିବେଶ କ୍ଷେତ୍ରରେ ଜୈବ ବିବିଧତା ପରିଚାଳନା ଯୋଜନାକୁ ବଢାଇବା ପାଇଁ ଅଗ୍ରଣୀ ପରିବେଶ ସଂରକ୍ଷଣ ସଂସ୍ଥା ଇଆରଏମ ସହିତ ସହଭାଗୀ ହୋଇଛି ।

ବେଦାନ୍ତ ଆଲୁମିନିୟମ୍ ର ସମସ୍ତ ବ୍ୟବସାୟ ୟୁନିଟ୍ ଗୁଡିକରେ ଆଇଏସଓ ୧୪୦୦୧: ୨୦୧୫ କୁ ଅନୁସରଣ କରୁଥିବା ଦୃଢ ପରିବେଶ ପରିଚାଳନା ସିଷ୍ଟମ୍ (ଇଏମଏସ)କୁ ନିୟୋଜିତ କରିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ  ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Exit mobile version