
୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ଥାନା ଅନ୍ତର୍ଗତ ନଗରୀ ପଞ୍ଚାୟତର ମହିଧରପଡା ଗ୍ରାମରେ ୨୧ ତମ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଛି । ସକାଳୁ ହନୁମାନଙ୍କ ସ୍ନାନ ନୀତିକାନ୍ତି ଶେଷ ହେବାପରେ ହନୁମାନ ଚାଳିଶା ପାଠ ସାଙ୍ଗକୁ ହୋମ ଯଞ କରାଯାଇଥିଲା । ସନ୍ଧ୍ୟାରେ ପୂର୍ଣ୍ଣ ଆହୁତି ଦିଆଯାଇ ଯଞ କାର୍ଯ୍ୟ ଶେଷ ହୋଇଥିଲା । ଆତସ ବାଜି ପ୍ରଦର୍ଶନ ସାଙ୍ଗକୁ ଆଖପାଖ ଅଞ୍ଚଳର ଛ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଏହି ଉତ୍ସବରେ ଆଖପାଖ ଅଞ୍ଚଳର ମୁରବୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବକ୍ତି ଯୋଗଦାନ କରିଥିଲେ । ଦୁଇ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଗ୍ରାମର ଉତ୍ସାହୀ ଯୁବଙ୍କ ପକ୍ଷରୁ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଗ୍ରାମର ବୟଜ୍ୟେଷ୍ଠ ବ୍ୟକ୍ତି ମାନେ ଯୁବକ ମାନଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିଲେ ।

