କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଭାଗୃହରେ ମିଶନ ଶକ୍ତି ଆନୁକୁଲ୍ୟରେ ଆଜି ଇଣ୍ଟିଗ୍ରେଟେଡ୍ ଫାର୍ମ (ଏକୀକୃତ)କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିରଆରମ୍ଭ ହୋଇ ଯାଇଛି । ଆଜିର ଏହି ପ୍ରଶିକ୍ଷଣ ଶିବିରରରେ ମୁଖ୍ୟ ଅତିଥି ଭାବରେ ବିଡ଼ିଓ ସଚିଦାନନ୍ଦ ମିଶ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଶିକ୍ଷଣ ଶିବିର ର ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ । ତତ ସହିତ ଅତିଥି ଭାବେ ପ୍ରଦାନ ଏନ୍ ଜି ଓ ଶ୍ରୀ ସଞ୍ଜୀବ କୁମାର ରାଉତ , ଓ ଏଲ ଏମ ସୁଚରିତ୍ରା ପଣ୍ଡା ,ମୁମୁନ୍ ମହାପାତ୍ର ଯୋଗ ଦେଇଥିଲେ । ଆଜିର ଏହି ପ୍ରଶିକ୍ଷଣ ଶିବିରରେ ନୂଆଗାଁ ,ଉଦୟପୁର, କୋରଡା ଜି.ପି.ର ୨୫ ଜଣ ମହିଳା ଚାଷୀ ଏହି ଆଇ ଏଫ୍ ସି କ୍ଲଷ୍ଟର ପ୍ରଶିକ୍ଷଣ ଶିବିରରେ ଅଂଶ ଗ୍ରହଣ କରିଥିଲେ | ୩ ଦିନ ଧରି ପ୍ରଶିକ୍ଷଣ ଶିବିର ବ୍ଲକ ସଭା ଗୃହରେ ଅନୁଷ୍ଠିତ ହେବ ।

Exit mobile version