୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧୀନରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି । ମହିପୁର ବନାଞ୍ଚଳ ଅଧୀନରେ ଥିବା ସମସ୍ତ ବନକର୍ମଚାରୀ ଓ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ , ଛାତ୍ର ଛାତ୍ରୀ ଓ ବିଭିନ୍ନ ଜଙ୍ଗଲ କମିଟି,ବନସୁରକ୍ଷା ସମିତିର ସଭାପତି ,ସ୍ଥାନୀୟ ବୁଦ୍ଧିଜୀବି ଙ୍କୁ ନେଇ ଆଜି ମହିପୁର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ବିଶ୍ଵ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ମହିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ନିରଞ୍ଜନ ଦାସ ଯୋଗଦେଇଥିଲେ ।
ଉପସ୍ଥିତ ଥିବା ସମସ୍ତ ବନ କର୍ମଚାରୀ ଙ୍କୁ ନେଇ ସଚେତନତା ସ୍ଵାଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରନ୍ତୁ ବିଶ୍ଵକୁ ସୁରକ୍ଷା ଦିଅନ୍ତୁ ,ପରିବେଶ ସୁରକ୍ଷା ,ଜଙ୍ଗଲ ଜୀବଜନ୍ତୁଙ୍କର ସୁରକ୍ଷା ସ୍ଲୋଗାନ ମାଧ୍ୟମରେ ସଚେତନ ବାର୍ତା ଦିଆଯାଇଥିଲା । ଶେଷରେ ମହିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଏକ ସଭା ଅନୁଷ୍ଠିତ କରାଯାଇ ସ୍ଥାନୀୟ ଛାତ୍ର ଛାତ୍ରୀଙ୍କୁ ନେଇ କୁଇଜ ପ୍ରତିଯୋଗୀତା କରଯାଇଥିଲା ।ଏହି ପ୍ରତିଯୋଗିତାରେ ୪ର୍ଥ ଶ୍ରେଣୀରୁ ୧୦ ମ ଶ୍ରେଣୀର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ ପୁରସ୍କୃତ କରାଯାଇଥିଲା ।
ଭୁବନେଶ୍ବର ଲୋକସେବା ଭବନ ଠାରେ ବିଶ୍ବପରିବେଶ ଦିବସ ଆନୁକୁଲ୍ଯରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ମହିପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରିଥିଲେ । ଯାହାକି ନୂଆଗାଁ ବ୍ଲକ ଓ ମହିପୁର ବନାଞ୍ଚଳ ପାଇଁ ଗର୍ବ ଓ ଗୌରବ । ଆଜିର ଏହି କାର୍ଯ୍ୟ କ୍ରମରେ ମହିପୁର ରେଞ୍ଜର ଅମ୍ରିତ କୁମାର ସାହୁ ,ବନପାଳ ସୂର୍ଯ୍ୟକାନ୍ତ ମହାରଣା ,ବିଗନେଶ ବେହେରା ,ଶ୍ରଦ୍ଧାଞ୍ଜଳି ସାହୁ ,ସିଗ୍ନାନ୍ରାନୀ ସାହୁ ,ରିନା ଶେଠୀ, ରଶ୍ମିତା ଶେଠୀ ଓ ଅନ୍ୟାନ ବନସୁରକ୍ଷା କର୍ମଚାରୀ ଯୋଗ ଦେଇଥିଲେ ।
