Home ଓଡ଼ିଶା ଶିଶୁପୁତ୍ରର ମୃତ୍ୟୁକୁ କେନ୍ଦ୍ର କରି ଗୋଷାଣୀ ବ୍ଲକ ଯାଜପୁର ଗ୍ରାମରେଉତେଜନା ଗ୍ରାମବାସୀଙ୍କ ରାସ୍ତାରୋକ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠର ଗୋଷାଣି ବ୍ଳକ ଅନ୍ତର୍ଗତ ଯାଜପୁର ଗ୍ରାମରେ ଜଣେ ୧୧ମାସର ଶିଶୁପୁତ୍ରର ମ଼ୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଘଟଣାରୁ ପ୍ରକାଶ ଉପେନ୍ଦ୍ର ସ୍ୱାଇଁଙ୍କ ୧୧ମାସର ଶିଶୁପୁତ୍ରଙ୍କ ସହ ଗ୍ରାମର କିଛି ଶିଶୁଙ୍କୁ ନିୟମିତ ସ୍ବାସ୍ଥ୍ୟ ପରିକ୍ଷା କରାଯାଇ ଶିଶୁମାନଙ୍କର ଓଜନ କମ ରହିଥିବରୁ କିଛି ଔଷଧ ଦିଆଯାଇଥିଲା | ଏହି ଔଷଧ ସେବନ ପରେ ଶିଶୁ ମାନଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା. ସମସ୍ତ ଶିଶୁଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ହେଲେ ଉପେନ୍ଦ୍ର ସ୍ୱାଇଁଙ୍କ ଶିଶୁପୁତ୍ର ବ୍ୟତୀତ ଅନ୍ୟ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟଅବସ୍ଥା ବିପଦମୁକ୍ତ ହୋଇଥିଲା. ଉପେନ୍ଦ୍ରଙ୍କ ପୁତ୍ରର ସ୍ବାସ୍ଥ୍ୟବସ୍ତା ଗୁରୁତର ହେବାରୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିଲା | ଉକ୍ତ ଶିଶୁଟି ଗତକାଲି କଟକ ଶିଶୁ ଭବନ ଠାରେ ମୃତ୍ଯୁ ଘଟିଥିଲା | ମୃତ୍ଯୁ ପାଇଁ ସ୍ଥାନିୟ ଅଙ୍ଗନୱାଡ଼ି, ଆଶା କର୍ମୀ ଓ ଏଏନଏମ ଶିଶୁକୁ ଏକ୍ସପାରୀ ଔଷଧ ଦେବାରୁ ଶିଶୁର ମୃତ୍ୟୁ ଘଟିଥିବା ଦାବିକରି ପରିବାର ଓ ଗ୍ରାମବାସୀ ଦାୟୀ କରି ପାରଳାଖେମୁଣ୍ଡି ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ଶିଶୁର ମୃତ ଦେହକୁ ରଖି ରାସ୍ତାକୁ ଅବରଧ କରିଛନ୍ତି| ପ୍ରସାସନ ପକ୍ଷରୁ ଆଶା, ଅଙ୍ଗନୱ୍ବାଡ଼ି ଓ ଏ.ଏନ୍ଏମଙ୍କ୍ ବିରୋଧରେ ତୁରନ୍ତ୍ ପଦକ୍ଷେପ ନିଆଯାଇ ପରିବାର ବର୍ଗଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁ ଦାବି ହୋଇଛି | ଘଟଣା ସ୍ତ୍ଥଳରେ ପାରଳା ଆଦର୍ଶ ଥାନା ଅଧିକାରୀ ବାବୁଲି ନାୟକ ତହସିଲଦାର୍ ନାରାୟଣ ବେହେରା ଓ ଆଡ଼ିସିନାଲ ତହସିଲଦାର ବିପିନ ଲିମ୍ମା ପ୍ରମୁଖ ପହଂଚି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ସହ ଲୋକଙ୍କୁ ବୁଝା ବୁଝି କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟହୃତ ହୋଇଥିଲା l ରାସ୍ତା ଅବରୋଧ ଯୋଗୁଁ ପାରଳାଖେମୁଣ୍ଡି -ବ୍ରହ୍ମପୁର ରାସ୍ତାରେ ଦୀର୍ଘ ସମୟ ଧରି ଯାନାବାହନ ଅଟକି ରହିଥିଲା ରାସ୍ତା ଅବରୋଧ ପ୍ରତ୍ୟାହାର ହେବାପରେ ଯାନବାହାନ ଚଳାଚଳ ସ୍ୱାଭାବିକହୋଇଥିଲା Categories: ଓଡ଼ିଶା, ଗଜପତି, ଦେଶ, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026