ମୋହନା ବ୍ଲକ ଖାରିଗୁଡ଼ା ପଞ୍ଚାୟତର ନଳାଘାଟ ଗ୍ରାମରେ କାଳବୈଶାଖୀର ଉଡ଼ିଗଲା ଟିଣ ଛପର ଘର

୬ ଜୁନ୍ ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ମୋହନା ବ୍ଲକର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ବର୍ଷା ପ୍ରଭାବରେ ବହୁ ଲୋକଙ୍କ ଘର ସହ ଆବଶ୍ୟକୀୟ ସାମଗ୍ରୀ ନଷ୍ଟ ହୋଇଛି l ମଧ୍ୟାହ୍ନ ସମୟରେ କାଳବୈଶାଖୀ ଆସିବା ସହ ପ୍ରବଳ ବର୍ଷା ହୋଇଥିଲା। ଯାହାଫଳରେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଖାରିଗୁଡା ପଞ୍ଚାୟତ ଅଧିନ ନଳାଘାଟ ଗ୍ରାମର ଗୋପବନ୍ଧୁ ବିଷୋୟୀ, ବବିତା ରଥ ଓ ସୁଦର୍ଶନ ସାହୁଙ୍କ ଟିଣ ଛପର ଘର କାଳବୈଶାଖୀର ପ୍ରଭାବରେ ଉଡ଼ିଯାଇଛି। ଘରେ ରଖାଯାଇଥିବା ଚାଉଳ, ଧାନ ସମେତ ଆବଶ୍ୟକୀୟ ଅସବାବପତ୍ର ବର୍ଷାପାଣିରେ ନଷ୍ଟ ହୋଇଯାଇଛି।

କାଳବୈଶାଖୀ ପ୍ରଭାବରେ ସମସ୍ତ ପରିବାର ଗୁଡିକର ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ଘଟିଛି। ସେହିପରି ବିରିକୋଟ ପଞ୍ଚାୟତ ଅଧିନ ଆଶ୍ରୟପୁର ଗ୍ରାମର ଇସ୍ରାଏଲ ରଇତ ଓ ଲମ୍ବା ଶବରଙ୍କ ଟିଣଛପର ଘର କାଳବୈଶାଖୀର ତାଣ୍ଡବରେ ଉଡିଯାଇଥିବା ସହ ଧନସମ୍ପତ୍ତି ନଷ୍ଟ ହୋଇଛି। ଖବର ପାଇ ବିରି କୋଟ ରାଜସ୍ୱ ନିରୀକ୍ଷକ ୟୁ.ସୁଧାକର ରାଓ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କୁ ଭେଟି ପଲିଥିନ ବଣ୍ଟନ କରିଛନ୍ତି। କ୍ଷତିଗ୍ରସ୍ତ ସମସ୍ତ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Exit mobile version