Home ଓଡ଼ିଶା ରୋମାଂଚକର ଗେମିଂ ଅନୁଭବ ପାଇଁ ସୋନିର ନୂଆ ବ୍ରାଭିଆ ଏକ୍ସ୭୫ଏଲ୍ ଟିଭି ସିରିଜ୍ ଉନ୍ମୋଚନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୭୫ଏଲ୍ ଟିଭି ସିିରିଜ୍କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ୪କେ ଅଲ୍ଟ୍ରା ଏଚ୍ଡି ଏଲ୍ଇଡି ଡିସ୍ପ୍ଲେ ରହିଛି । ଏହି ପରବର୍ତି ପିଢ଼ିର ଟିଭିଗୁଡ଼ିକ ବ୍ୟକ୍ତିଗତ ସୁହାଇବା ଭଳି ଏବଂ ବାସ୍ତବ ଜୀବନ ସଦୃଶ ଟିଭି ଦେଖିବା ଅନୁଭୂତି ପ୍ରଦାନ କରୁଛି । ବ୍ରାଭିଆ ଏକ୍ସ୍୭୫ଏଲ୍ ସହିତ ଦର୍ଶକ ମାନେ ବାସ୍ତବ ମନୋରଂଜନ ଦୁନିଆରେ ପ୍ରବେଶ କରିପାରିବେ ଏବଂ ରୋମାଂଚକ ଗେମ୍, ସିନେମା ଆଦିକୁ ସୁନ୍ଦର ରଙ୍ଗ ଏବଂ ଅତୁଳନୀୟ ୪କେ ସ୍ପଷ୍ଟତା ସହିତ ସ୍ପଷ୍ଟ ଓ ପ୍ରାକୃତିକ ସ୍ୱର ସହ ଦେଖିପାରିବେ । ନୂଆ ବ୍ରାଭିଆ ଏକ୍ସ୭୫ଏଲ୍ ଟିଭି ସିରିଜ୍ରେ ରହିଛି ଏକ୍ସ୧ ୪କେ ପ୍ରୋସେସର ଓ ଲାଇଭ୍ କଲର ଟେକ୍ନୋଲୋଜି ଯାହା ସୁନ୍ଦର ରଙ୍ଗ, କଂଟ୍ରାଷ୍ଟ୍ ଓ ସୂକ୍ଷ୍ମ ବିବରଣୀର ଅନୁଭବ ପ୍ରଦାନ କରିବ । ଏକ୍୍ସ-ରିଅଲିଟି ପିଆର୍ଓ ଏବଂ ମୋସନ ଫ୍ଲୋ ଏକ୍ସଆର୍ ଅନୁଭବ ସହ ଚମତ୍କାର ୪କେ ଛବି ମାନ ଟିଭି ଦେଖିବା ଅନୁଭବକୁ ଅଧିକ ସ୍ପଷ୍ଟ ଓ ଆରାମଦାୟକ କରିପାରିବ । ପଂଚି ବାସ୍, ଶକ୍ତିଶାଳୀ ଓ ପ୍ରାକୃତିକ ଶବ୍ଦ ଏବଂ ଡଲ୍ବି ଅଡିଓ ତଥା କ୍ଲିୟର୍ ଫେଜ୍ ପ୍ରଯୁକ୍ତି ସହିତ ଏକ ବିଲୀନ ହୋଇଯିବା ଭଳି ଟିଭି ଦେଖିବା ଅନୁଭବକୁ ଏହି ଟିଭି ଜରିଆରେ ହାସଲ କରିହେବ । ଏକ୍ସ୭୫ଏଲ୍ ସିରିଜ୍ ଗୁଗୁଲ୍ ଟିଭିରେ ସ୍ମାର୍ଟ ବ୍ୟବହାରକାରୀ ଅନୁଭୂତି ପ୍ରଦାନ କରୁଛି ଯାହା ଜରିଆରେ ଦର୍ଶକମାନେ ୧୦,୦୦୦ରୁ ଅଧିକ ଆପ୍ ଓ ଗେମ୍ସ ସହିତ, ୭୦୦,୦୦୦ରୁ ଅଧିକ ସିନେମା ଓ ଟିଭି ସିରିଜ୍ ଦେଖିପାରିବେ । ଏହା ଆପଲ୍ ଏୟାରପ୍ଲେ ଓ ହୋମ୍ କିଟ୍ରେ ମଧ୍ୟ କାର୍ଯ୍ୟ କରିବ । ବ୍ରାଭିଆ ଏକ୍ସ୍୭୫ଏଲ୍ ଟିଭିରେ ରହିଛି ପିଏସ୍୫ ଯାହା ଏହାର ଅଟୋ ଏଚ୍ଡିଆର୍ ଟୋନ୍ ମ୍ୟାପିଂ ଓ ଅଟୋ ଜିନିୟର ପିକ୍ଚର ମୋଡ୍ ଜରିଆରେ ଆପଣଙ୍କ ମେଗିଂ ଅନୁଭୂତିକୁ ବଦଳାଇ ପାରିବ । ଅଟୋ ଲୋ ଲାଟେନ୍ସି ମୋଡ୍ (ଏଏଲ୍ଏଲ୍ଏମ୍) ସହିତ ଏଚ୍ଡିଏମ୍ଆଇ ୨.୧ କମ୍ପାଟିବିଲିଟି ଗେମିଂ ପାଇଁ ସହାୟକ ହେବ । ସ୍ୱର ଜରିଆରେ ପରିଚାଳିତ ରିମୋଟ୍ ମାଧ୍ୟମରେ ଆପଣ ମାନେ ଟିଭି ସହିତ ବାର୍ତାଳାପ କରିପାରିବେ ଏବଂ ଟିଭିରେ ନିଜର ଲୋକପ୍ରିୟ ସୋ’ ଓ ସିନେମା ଦେଖିପାରିବେ । ଏକ୍ସଆର୍ ପ୍ରୋଟେକ୍ସନ୍ ପିଆର୍ଓ ଥିବାରୁ ଏହା ଅତ୍ୟନ୍ତ ଜଟିଳ ସ୍ଥିତିରେ ମଧ୍ୟ ବହୁତ ଭଲ ଭାବେ କାର୍ଯ୍ୟ କରିବ । ସୁନ୍ଦର ମନୋରଂଜନ ଅନୁଭୂତି ପ୍ରଦାନ କରିବା ଲାଗି ଏଥିରେ ପତଳା ବେଜେଲ୍ ଓ ସ୍ଲିକ୍ ସ୍ମାର୍ଟ ରିମୋଟ୍ ରହିଛି । ୨୦୨୩ ଏପ୍ରିଲ୍ ୨୪ଠାରୁ ଉପଲବ୍ଧ ହେବାକୁ ଥିବା ଏହି ସିରିଜ୍ର ଟିଭି ଦାମ୍ ୬୯,୯୦୦ ଟଙ୍କାରୁ ଆରମ୍ଭ ହୋଇଛି । ସମସ୍ତ ସୋନି ସେଂଟର, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଦୋକାନ ଓ ଇ-କମର୍ସ ପୋର୍ଟାଲ୍ରୁ ଏହି ଟିଭି କିଣିହେବ । Categories: ଓଡ଼ିଶା, ବାଣିଜ୍ୟ, ହୋମ୍ Related Content ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ବତନ୍ତ୍ର ସଘନ ପ୍ରକ୍ରିୟା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ by Proprietor Abhimanyu Maharana August 4, 2026 ରଥଯାତ୍ରାରେ ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀ ସମ୍ମାନିତ by Proprietor Abhimanyu Maharana August 4, 2026 ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ବସ୍ତ୍ର ଉତ୍ସବ ୨୦୨୬ by Proprietor Abhimanyu Maharana August 4, 2026 ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ନୟାଗଡ ପରମ୍ପରା ପରିଷଦର "ଶ୍ରୀ ନୀଳମାଧବ" ନାଟକ ମଞ୍ଚସ୍ଥ by Proprietor Abhimanyu Maharana August 4, 2026 ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ by Proprietor Abhimanyu Maharana August 3, 2026 ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ by Proprietor Abhimanyu Maharana August 3, 2026