
୫ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା – ଜଟଣୀ :- ଟ୍ରେନ୍ ଦୁର୍ଘଟଣା ରେ ମୃତ ବ୍ୟକ୍ତି ମାନଙ୍କ ଶରୀରଗୁଡିକ ବିଭିନ୍ନ ଡାକ୍ତରଖାନାରେ ବିଜ୍ଞାନିକ ପଦ୍ଧତି ରେ ସଂରକ୍ଷିତ କରି ରଖାଯାଇଅଛି ! ରେଳବାଇ ପକ୍ଷରୁ ମୃତକଙ୍କ ପରିବାର ଓ ସଂପର୍କୀୟ ଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ନିଜ,ନିଜର ସମ୍ପର୍କୀୟ ଙ୍କ ମୃତ ଦେହ ନେଇ ଯାଆନ୍ତୁ । ଏଥିସହ ଆଜି ସୋମବାର ସାଉଥ ଇଷ୍ଟର୍ନ ରେଲୱେ ପକ୍ଷରୁ ସାମାନ୍ୟ୍ ଆହତ ହୋଇଥିବା ୨୦୨ଜଣଙ୍କୁ ୧୦୧୦୦୦୦୦ଟଙ୍କା, ଗୁରୁତର ଆହତ ଜଣଙ୍କୁ ୨୦୦୦୦୦ଟଙ୍କା ଏବଂ ମୃତ୍ୟୁ ବରଣ କରିଥିବା ୪୨ଜଣଙ୍କୁ ୪୨୦୦୦୦୦୦ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ସାମାନ୍ୟ୍ ଆହତ ହୋଇଥିବା ୮୬ଜଣଙ୍କୁ ୪୩୦୦୦୦୦ଟଙ୍କା, ଗୁରୁତର ଆହତ ହୋଇଥିବା ୧୦୦ଜଣଙ୍କୁ ୨୦୦୦୦୦୦୦ଟଙ୍କା ଏବଂ ମୃତ୍ୟୁ ବରଣ କରିଥିବା ୫୧ଜଣଙ୍କୁ ୫୧୦୦୦୦୦୦ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ରେଳବାର ପକ୍ଷରୁ ସୂଚନା ଦିଆଯାଇଛି ।

