
୫ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ମାନବିକତାର କର୍ତ୍ତବ୍ୟ ପାଳନ କରି, ଚର୍ଚ୍ଚାରେ ସିନେ କଳାକାର ବବି ମିଶ୍ର ।ବାଲେଶ୍ଵର ରେଳ ଦୁର୍ଘଟଣାରେ କଟକ ଏସିବି ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ଆହତ ବ୍ୟକ୍ତି ଓ ମେଡ଼ିକାଲ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ପାଣି ବୋତଲ ବାଣ୍ଟି ଚର୍ଚ୍ଚାରେ ବବି ମିଶ୍ର । ଏହି ଦୁଃଖଦ ଘଟଣା ପରେ ଦେଶର କୋଣ ଅନୁକୋଣରୁ ସାଧାରଣ ଜନତା ଓ ବିଭିନ୍ନ ସଙ୍ଗଠନ ମାନେ ସହଯୋଗର ହାତ ବଢ଼ାଇ ଥିବା ବେଳେ, ସିନେ କଳାକାର ମାନେ ଏଥିରୁ ବାଦ୍ ପଡି ନାହାନ୍ତି !! ଆଜି ସିନେ ଅଭିନେତା ବବି ମିଶ୍ର SCB ମେଡିକାଲକୁ ଯାଇ, ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସା ପାଇଁ ଆସିଥିବା ଆହାତ ମାନଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଏହା ବ୍ୟତୀତ ଚିକିତ୍ସାଧୀନ ଆହାତ ଯାତ୍ରୀ ଓ ପ୍ରଚଣ୍ଡ ଖରା ତାତିରେ ଅସମ୍ଭାଳ ଭିଡ ନିୟନ୍ତ୍ରଣ କରୁଥିବା ସୁରକ୍ଷା କର୍ମୀ ମାନଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ବୋତଲ ଆଜି ବଣ୍ଟନ କରିଥଲେ । ରାଜ୍ୟ ତଥା ରାଜ୍ୟ ବାହାରର ଅସହାୟ ଆହାତ ମାନଙ୍କୁ ଘରକୁ ପହଞ୍ଚାଇବାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବବି ମିଶ୍ର । ପରିଚୟ ମିଳି ପାରି ନଥିବା ଆହାତ ମାନଙ୍କ ପରିଚୟ ଓ ଠିକଣା କିପରି ମିଳି ପାରିବ ସେଥିପାଇଁ ପ୍ରାୟାସ କରିବେ ବୋଲି କହିଛନ୍ତି । ଏଥିପାଇଁ ବବି ନିଜ ପରିଚୟ ଓ ନିଜ ନେଟୱର୍କ ଲଗାଇବେ ବୋଲି ସୁଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ରେ ବବି ମିଶ୍ରଙ୍କୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ ସହଯୋଗ କରିଥିଲେ ।

