ନ ଦେଖିଲା ଲୋକ ଦେଖ, ରଣପୁର ବିଜେଡିରେ ଆଲୋକ ଟେକିଛି ବେକ … !!

ଅରୁଣ ଙ୍କ ନାମକୁ ମୋହରା ବନେଇ ଚାଲିଛନ୍ତି ଆଲୋକ …

ଅରୁଣ ଙ୍କ ପ୍ରତିକ୍ରିୟା :- ମୁଁ ସେ ଭଳି ବ୍ୟକ୍ତିତ୍ଵ ଙ୍କ ସହ ପରିଚିତ ନୁହେଁ ।

୨ – ମୁଁ ତାଙ୍କୁ ନିର୍ବାଚନ ମଣ୍ଡଳୀକୁ ପଠାଇ ନାହିଁ ।

୩ – ମୁଁ ତାଙ୍କୁ କେବେ ଦେଖି ନାହିଁ କି ଜାଣି ନାହିଁ ।

୪ – ମୁଁ ଜାଣିବାରେ ସେ ବ୍ୟକ୍ତି ବିଜେଡି ର ସାଙ୍ଗଠନିକ ସଦସ୍ୟ ବି ନୁହନ୍ତି ।

ରଣପୁରରେ ବିଜେଡି କୁ ବିଭ୍ରାନ୍ତ କରୁଥିବା ଆଲୋକ  :-  ଖଣ୍ଡପଡା ବାଇଗିଣିଆରେ କେବେ ଜୀବନରେ ୱାର୍ଡ ମେମ୍ବର ଟିଏ ହୋଇନାହାନ୍ତି ତିନି ତିନି ଥର ସମିତିସଭ୍ୟ ଅମାନତ ହରାଇଛନ୍ତି, ବିଜେପି ରୁ ଜିଲ୍ଲାପରିଷଦ ନିର୍ବାଚନ ଲଢ଼ି ଦଳର ଅମାନତ ହରାଇଥିବା ବେଳେ ବିଜେପି ଦଳର ବିଶ୍ୱାସ ମଧ୍ୟ ହରାଇଥିଲେ ।

ପିନାକୀ ମିଶ୍ର ଙ୍କ ପ୍ରତିକ୍ରିୟା :- ମୁଁ ସେଭଳି ବ୍ୟକ୍ତିତ୍ଵ ଙ୍କୁ ଦଳରେ ମିଶାଇ ନାହିଁ କି ମୁଁ ତାଙ୍କ ସହ ପରିଚିତ ନୁହେଁ । ୨ – ମୁଁ ତାଙ୍କୁ ନିର୍ବାଚନ ମଣ୍ଡଳୀକୁ ପଠାଇ ନାହିଁ ।

୩ – ମୁଁ ତାଙ୍କୁ କେବେ ଦଳୀୟ କର୍ମ କର୍ତ୍ତା ଭାବେ ଗ୍ରହଣ କରିନାହିଁ ।

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ରଣପୁର ନିର୍ବାଚନ ମଣ୍ଡଳୀରେ ଏବେ ଆଗାମୀ ନିର୍ବାଚନ ପାଇଁ ନେତା ମାନଙ୍କ ମଧ୍ୟରେ ଚାଲିଛି ଟଣା ଓଟରା । ମିଛ ପ୍ରଲୋଭନ ଦେଖାଇ ଜନ ସାଧାରଣ ଙ୍କ ବିଶ୍ୱାସ ଜିଣୁ ଥିବା ନେତା ଙ୍କର ବି କମ୍ ପ୍ରଭାବ ନାହିଁ । ବିଜେଡ଼ିର ବିଧାୟକ ତଥା ସାଙ୍ଗଠନିକ ଭିତ୍ତି ଭୂମି କୁ ପ୍ରଶସ୍ତ ରଖିଥିବା ସତ୍ୟ ନାରାୟଣ ଙ୍କ ଲୋକ ପ୍ରିୟତା ବେଶ ଜଣା ଶୁଣା ତେବେ ସତ୍ୟ ନାରାୟଣ ଙ୍କୁ ଛାଡିଦେଲେ ରଣପୁର ଆସନ ପାଇଁ ଦେଶୀ ବିଦେଶୀ ନେତା ମାନେ ମାଳ ମାଳ ହେଉଥିବାର ଦେଖିବାକୁ ମିଳୁଛି । ଦେଶୀ ନେତା ଥାଉ ଥାଉ ବିଦେଶୀ ନେତା ଙ୍କୁ ରଣପୁର ରେ ଭୋଟ ନାହିଁ ବୋଲି ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଉଛି । ନେତା ନିଜେ ନିଜର ମନେ ମନେ ଟିକଟ ପାଇବାର ଲୋଭ ବଳାଇଛନ୍ତି ଯାହା ଫଳରେ ବିଜେଡି ପ୍ରାର୍ଥୀଙ୍କୁ ବିଭ୍ରାନ୍ତ କରୁଥିବା ଦେଖା ଦେଇଛି ।ରଣପୁରରେ ବିଜେଡି କୁ ବିଭ୍ରାନ୍ତ କରୁଥିବା ଆଲୋକ ଙ୍କ କଳା କାରନାମା ପ୍ରକୃତ ରେ ସଂପୂର୍ଣ୍ଣ ଅଲଗା ନିଜକୁ ବିଜେଡି ନେତା ଙ୍କ ଅଧୀନ ଦର୍ଶାଇ କିଛି ହାତଗଣତି ନେତା ଙ୍କୁ ଘାଇଲା କରୁଛନ୍ତି ଓ ଏସବୁ ତାଙ୍କ ପଇସା ରୋଜଗାର କରିବାର ବେଉସା ପାଲଟିଛି । ସମାଜସେବୀ ରୂପେ ପରିଚୟ ଦେଉଥିବା ନେତା ରାଜନୀତି ର ପଶାପାଲି ରେ ଖୁବ୍ ବଡ ଖେଳାଳି ବୋଲି ସାବ୍ୟସ୍ତ କରିବାରେ ଲାଗି ପଡିଛନ୍ତି । ବିଜେପି ଦଳର ଆଲୋକ ନିଜକୁ ବ୍ରାଣ୍ଡ ବିଜେଡି ବୋଲି କହି ବୋଲାଉଥିବା ବେଳେ ବିଜେଡି ବିରୋଧୀ କାର୍ଯ୍ୟ କରି ବିଜେପି କୁ ପରୋକ୍ଷରେ ସାହାଯ୍ୟ କରୁଥିବା ସ୍ପଷ୍ଟ ବାରି ହେଉଛି । ଖଣ୍ଡପଡା ବାଇଗିଣିଆରେ କେବେ ଜୀବନରେ ୱାର୍ଡ ମେମ୍ବର ଟିଏ ହୋଇନାହାନ୍ତି ବାଇଗିଣିଆରେ ତିନି ତିନି ଥର ସମିତିସଭ୍ୟ ଅମାନତ ହରାଇଥିବା ବେଳେ , ବିଜେପ  ରୁ ଜିଲ୍ଲାପରିଷଦରେ ନିର୍ବାଚନ ଲଢ଼ି ଦଳର ଅମାନତ ହରାଇଥିବା ବେଳେ ବିଜେପି ଦଳର ବିଶ୍ୱାସ ମଧ୍ୟ ହରାଇଥିଲେ ।

ନିଜ ଗାଁ କୁ ପର କରି କେତେଦିନ ଆଉ ରଣପୁର ନିର୍ବାଚନ ମଣ୍ଡଳୀରେ ପଡ଼ି ରହିବେ ..? କାହିଁକି ନିଜ ଖଣ୍ଡପଡ଼ା ମାଟି ପ୍ରତି ଆଲୋକ ଙ୍କ ର ରହିଛି ବିତୃଷ୍ଣା ଭାବ ..? ଖଣ୍ଡପଡା ମାଟି ର ପୁଅ ହୋଇ କାହିଁ ହତାଦାର ହେଉଛନ୍ତି ଆଲୋକ ..? ଏତେ ସବୁ ପ୍ରଶ୍ନ ବାଣ ପରେ ସମାଜସେବୀ ଭାବେ ନିଜକୁ କହି ବୋଲାଉଥିବା ନେତା ଙ୍କ ପରିଚୟ କୌଣସି ରାଜନୀତି ମହଲରେ ଉଠୁନଥିବା ବେଳେ ଅଲୋଡା ହୋଇ ରହିଛନ୍ତି ଆଲୋକ । କୌଣସି ଦଳୀୟପଦାଧିକାରୀ ହାସଲ ନ କରି ଓ ନିଜର ସଂଗଠନ ନଥାଇ କର୍ମୀ ଙ୍କୁ ଭୁଆଁ ବୁଲାଉଥିବା ଆଲୋକ ଏବେ ନିରାଶ୍ରା ହୋଇଯାଇଛନ୍ତି । ନା ବିଜେଡି ର ସାଙ୍ଗଠନିକ ସଦସ୍ୟ ହୋଇପାରିଛନ୍ତି ନା ବିଜେପି ର …।ଏମିତିରେ ଦେଖିବାକୁ ଗଲେ ନୟାଗଡର ବିଜେଡି ସଙ୍ଗଠକ ତଥା କିଙ୍ଗ ମେକର ଅରୁଣ ସାହୁ ଙ୍କ ପାଖ ଲୋକ କହି ବୋଲାଉଥିବା ଆଲୋକ ଙ୍କ ନାମକୁ ନେଇ ମଧ୍ୟ ଅରୁଣ ସାହୁ ଅପରିଚିତ ବୋଲି ପ୍ରକାଶ କରିଛନ୍ତି । ବାରମ୍ବାର ଅରୁଣ ସାହୁ ଙ୍କ ନାମରେ ବ୍ରାଣ୍ଡ ବିଜେଡି ମୋହର ମାରିବାର ନିଶା ଛାଡ଼ି ପାରୁନାହାନ୍ତି ଆଲୋକ , ତେବେ କଥା ରେ ଭଣ୍ଡଉଥିବା ଆଲୋକ କୋଉ କୁଳର ନୁହଁ ବୋଲି ଏଥିରୁ ସ୍ପଷ୍ଟ ହେଉଛି । ଲୋକଙ୍କ ଠାରୁ ବିଜେଡି ଟିକେଟ କରିଦେବା ତଥା ଦଳ ସୁପ୍ରିମ ନବୀନ ଙ୍କ ନାମ କୁ ବିକ୍ରି କରି ଚଳୁଥିବା ରାଜନେତା ଆଲୋକ ପଟନାୟକ ଙ୍କ ର ଅସ୍ଥିତ୍ଵ ନାହିଁ ବୋଲି ରଣପୁର ରାଜନୀତି ମହଲ ରେ ପ୍ରକାଶ ପାଉଛି । ଦେଖାଯାଉ ରାଜନୈତିକ କ୍ଷେତ୍ରରେ ଅସ୍ଥିତ୍ଵ ନଥିବା ଆଲୋକ କେତେଦିନ ଆଉ ଅନ୍ଧାରରେ ବାଡ଼ି ବୁଲାଇ ନିଜକୁ ଦଳୀୟ ସାବ୍ୟସ୍ତ କରିବେ ଦେଖିବାକୁ ବାକି ରହିଲା ।

Exit mobile version