Home ଓଡ଼ିଶା କୋରାଇ ଉନ୍ନୟନ ପରିଷଦର ପ୍ରଥମ ବାର୍ଷିକ ଉତ୍ସବ : ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ – କୋରାଇ ରତ୍ନ ସମ୍ମାନ ପ୍ରଦାନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ପରିଷଦର ୱେବ୍ସାଇଡ୍ ଓ ମୁଖପତ୍ର ‘ ଏକ କୋରାଇ ସ୍ୱର’ ଉନ୍ମୋଚନ ୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- କୋରାଇ ଉନ୍ନୟନ ପରିଷଦର ପ୍ରଥମ ବାର୍ଷିକ ଉତ୍ସବ ବ୍ୟାସନଗର ସହରର ସନ୍ତରା ସ୍ଥିତ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକ ବର୍ଷ ପୂର୍ବେ କୋରାଇ ନିର୍ବାଚନ ମଣ୍ଡଳୀର ୩୭ ପଂଚାୟତ ଓ ବ୍ୟାସନଗର ପୌରପରିଷଦର ଗରିବ, ଅସହାୟ,ଦୁଃଖୀ, ଦରିଦ୍ର, ଦଳିତ ନିର୍ଦ୍ଦେଶିତ ଲୋକଙ୍କ ସେବା କରିବା, ବିଭିନ୍ନ ସାମାଜିକ କାର୍ଯ୍ୟ, ସଚେତନତା ସୃଷ୍ଟି କରିବା ସହିତ ଜନସାଧାରଣଙ୍କ ନାର୍ଯ୍ୟ ଦାବି ଏବଂ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ବିଭଳି ଯୋଗ୍ୟ ଲୋକଙ୍କ ପାଖରେ ପହଂଚିବ; ସେଥିପାଇଁ କାର୍ଯ୍ୟ କରୁଅଛି । ଆଜି ପ୍ରଥମ ବାର୍ଷିକ ପୂର୍ତ୍ତି ଅବସରର ପ୍ରଥମ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ପରେ ଦ୍ୱିତୀୟ ଅଧିବେଶନ ସମ୍ବର୍ଦ୍ଧନା ସଭା ସଭାପତି ଶ୍ରୀଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥିଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ରବି ଦାସ ଓ କୋରାଇ ଉନ୍ନୟନ ପରିଷଦର ମୁଖ୍ୟ ଉପଦେଷ୍ଟା ମନୋଜ ଜେନା ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ ସଭ୍ୟ ବ୍ରଜେଶ୍ବରୀ ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସ୍ଥିତପ୍ରଜ୍ଞା ବେହେରାଙ୍କ ଦ୍ବାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ପରେ ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତାହତ ବ୍ୟକ୍ତିଙ୍କ ପାଇଁ ଦୁଇ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । ପରିଷଦର ସମ୍ପାଦକ ଆଲୋକ କୁମାର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲା ।ଏହି ଅବସରରେ ‘କୋରାଇ ରତ୍ନ ସମ୍ମାନ’ ସାହିତ୍ୟ କ୍ଷେତ୍ରରେ ନନ୍ଦ କିଶୋର ସିଂହ, କଳା ସଂସ୍କୃତି କ୍ଷେତ୍ରରେ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ, ପରିବେଶ ସୁରକ୍ଷା କ୍ଷେତ୍ର ପାଇଁ ରାଜକିଶୋର ବାରିକ, ସମାଜସେବା ପାଇଁ ସ୍ମାଇଲ ଫାଉଣ୍ଡେସନ, ଶିକ୍ଷା କ୍ଷେତ୍ରରେ ପଦ୍ମଲାଭ ମଲ୍ଲ, ଶିଳ୍ପୀ ସଂଗଠନ ଭାବେ ପ୍ରିୟରଞ୍ଜନ କର, ନିଦାନ ସେବା ପାଇଁ ବିନୋଦ ଚନ୍ଦ୍ର ପାତ୍ର, କ୍ରୀଡା କ୍ଷେତ୍ର ପାଇଁ ରମେଶ ଚନ୍ଦ୍ର ପଣ୍ଡା, ସ୍ୱାସ୍ଥ୍ୟ ସେବା ପାଇଁ ଅମୀୟ କୁମାର ସାହୁ, ସଂଗୀତ କ୍ଷେତ୍ର ପାଇଁ ପ୍ରମୋଦ କୁମାର ଦାଶ, କୃତିଛାତ୍ରୀ ଦେବାର୍ଜନା ସାହୁ ପ୍ରମୁଖ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ବ୍ୟକ୍ତିବିଶେଷଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉତରୀୟ ଦେଇ ଅତିଥିଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା । ଏଥିସହିତ ସାଂସ୍କୃତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିତିଥି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ‘ଏକ କୋରାଇ ସ୍ବର ‘ ନାମରେ ଏକ ସ୍ମରଣିକା ପୁସ୍ତକକୁ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇ ଥିଲା ବେଳେ ପରିଷଦର ଏକ ୱେବସାଇଟ ଉଦ୍ଘାଟନ କରାଯାଇଥିଲା । ଉପଦେଷ୍ଟା ମଦନ ମୋହନ କର, କୈଳାଶ ଚନ୍ଦ୍ର ସାମଲ, ବିନୋଦ ବିହାରୀ ସାହୁ, ଅମୂଲ୍ୟ କୁମାର ଦାଶ, ଚକ୍ରଧର ସାନୁ, ଭାଗିରଥି ଦାସ, ସସ୍ମିତା ସାହୁ, ଜଳଧର ଜେନା, ରବିନାରାୟଣ ଦାସ, ବସନ୍ତ କୁମାର କର, ଶରତ କୁମାର ଦାସ, ନିରଞ୍ଜନ ସାମଲ, ନାରଣ ମଳିକ, ନକୁଳ ସାମନ୍ତରାୟ, ରଘୁନାଥ ସାହୁ, ଅଶୋକ କୁମାର ପତି,ଅଦ୍ଵୈତ ସାହୁ, ପ୍ରସନ୍ନ ସ୍ୱାଇଁ, ମଦନମୋହନ ବେହେରା, ପରୀକ୍ଷିତ ମଲିକ, ଜୟନ୍ତୀ ସାହୁ, ନିରୁପମା ମଲିକ, ଶ୍ରୀକାନ୍ତ ସାହୁ, ସନ୍ତୋଷ ବେହେରା, ଭରତ ମଳିକ, ଆଲୋକ ମଲିକ, ଅରୁଣ ଦାସ, ଜୟରାମ ମାଝୀ, ସୂର୍ଯ୍ୟମଣି ମହାପାତ୍ର, ପଦ୍ମଲୋଚନ ନାୟକ, ସଞ୍ଜୟ ନାୟକ, ଅନିରୁଦ୍ଧ ମିଶ୍ର, ଅଶୋକ ବେହେରା, ପ୍ରସନ୍ନ ପେରାଇ, ସୁଧାଂଶୁ ଜୟକୃଷ୍ଣ ସାହୁ,ଗଣେଷ ପ୍ରସାଦ ମଲ୍ଲିକ, ସୌମ୍ୟବ୍ରତ ସାହୁ, ବତରଞ୍ଜନ ମିଶ୍ର, ନରେନ୍ଦ୍ର ପଣ୍ଡା, ଦଶରଥ ସାହୁ, ସୁଧାଂସୁ ଶେଖର ସାହୁ, ରାକେଶ କୁମାର ଜେନା,ଆହୁଲା ଗଣେଷ ରାଓ, ରମେଶ ମଲିକ ସମେତ ବହୁ ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିତ, ସାମ୍ବାଦିକ, ବିଭିନ୍ନ ସଂଗଠନ, ସାହିତ୍ୟକ ଆଦି ବ୍ୟକ୍ତବିଶେଷ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ । ସର୍ବ ଶେଷରେ ଯୁଗ୍ମ ସମ୍ପାଦକ ଶ୍ରୀ ଅଶ୍ୱିନୀ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହିଅବସରରେ ଉତ୍କଳ ହସ୍ପିଟାଲର ଡାକ୍ତରମାନଙ୍କ ଦ୍ବାରା ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା । Categories: ଓଡ଼ିଶା, ଯାଜପୁର, ହୋମ୍ Related Content ଓଏସିସ ଫର୍ଟିଲିଟି ପକ୍ଷରୁ ଭୁବନେଶ୍ୱରରେ "ଜନନୀ ଡାଏଲଗ୍ସ’ ଆୟୋଜିତ, ଭାରତର ପ୍ରଜନନ ସ୍ୱାସ୍ଥ୍ୟସେବା ପରିବେଶକୁ ସୁଦୃଢ଼ କରିବା ପାଇଁ "ଓଏସିସ ଏକାଡେମୀ’ ଘୋଷଣା by Proprietor Abhimanyu Maharana July 26, 2026 ନଭିମୁମ୍ବାଇର ଖାରଘରଠାରେ ବାହୁଡା଼ ଯାତ୍ରାର ଆୟୋଜନ by Proprietor Abhimanyu Maharana July 25, 2026 Navi Mumbai’s Kharghar Temple Hosts Bahuda Yatra by Proprietor Abhimanyu Maharana July 25, 2026 Raipur’s Jagannath Temple Hosts Bahuda Yatra by Proprietor Abhimanyu Maharana July 25, 2026 ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ସମ୍ପନ୍ନ by Proprietor Abhimanyu Maharana July 25, 2026 New Delhi’s Hauz Khas Jagannath Temple hosts Bahuda Yatra by Proprietor Abhimanyu Maharana July 25, 2026