୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ଥାନା ଅନ୍ତର୍ଗତ ବଡ଼ଝରିଲୋ ଗ୍ରାମର ଶିକ୍ଷାବିତ୍ ସ୍ୱର୍ଗତ ମହେଶ ଚନ୍ଦ୍ର ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ , ଆସନ୍ତା ୧୧ ତାରିଖ ଠାରୁ ବଡ଼ଝରିଲୋ ଖେଳ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ୨ୟ ବାର୍ଷିକ ମହେଶ ଚନ୍ଦ୍ର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟରେ କଟକ, ଖୋର୍ଦ୍ଧା, ଜଗତସିଂହପୁର , ଭୁବନେଶ୍ୱର ଆଦି ଅଞ୍ଚଳର ଆଠ ଗୋଟି ଖ୍ୟାତନାମା ଟିମ ଅଂଶ ଗ୍ରହଣ କରିବେ ।
ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଶୁବୋଧ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଚିତ୍ତରଞ୍ଜନ ଦାସ, ମାନସ ରଞ୍ଜନ ଦାସ, ବିଶ୍ୱରଞନ ଦାସ, ପ୍ରଭାତ ବେହେରା, ଉମାକାନ୍ତ କର,ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ,ରବିନାରାୟଣ ଦାସ, ପ୍ରମୁଖ ଯୋଗ ଦେଇଥିଲେ କହିଲେ ଯେ, ସ୍ୱର୍ଗତ ମହେଶ ଚନ୍ଦ୍ର ଦାସ ଜଣେ ଶିକ୍ଷକ ଥିଲେ । ତାଙ୍କର ଫୁଟବଲ ଖେଳପ୍ରତି ଦୁର୍ବଳତା ଥିଲା । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ତିନି ପୁଅ ବାପାଙ୍କର ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଏହି ଫୁଟୁ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିଛନ୍ତି । ଏହାକୁ ଆଗାମୀ ଦିନରେ ବ୍ଲକ ଏବଂ ଜିଲ୍ଲା ସ୍ତରରେ ଆୟୋଜନ କରାଯିବାର ଲକ୍ଷ ରହିଛି ବୋଲି ପୁଅ ଚତ୍ତ ରଞ୍ଜନ ଦାସ ସୂଚନା ଦେଇଥିଲେ ।

