Home ଓଡ଼ିଶା ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ଅଧିବେସନ ଓ ନୂତନ କର୍ମକର୍ତା ନିର୍ବାଚିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଆଜି ଜିଲ୍ଲା ସ୍ତରୀୟ ବୈଠକ ସହ ଆସନ୍ତା ଦୁଇବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କା ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସଂଘ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାଜ୍ୟ କା ର୍ଯ୍ୟକାରୀ କମିଟି ସଦସ୍ୟ ଦେବଦତ ସାହୁଙ୍କ ଅଧ୍ୟ କ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୭୦ରୁ ଉର୍ଦ୍ଧ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେ କ୍ଷକ ଭାବେ ରାଜ୍ୟ ସଂଘରୁ ଆସିଥିବା ନରସିଂହ ବ୍ରହ୍ମା ଓ ପ୍ରଦୀପ କୁମାର ବକ୍ସି ଉପସ୍ଥିତ ରହି ସଂଘ ସମ୍ବନ୍ଧରେ ଆଲୋକପାତ କରିଥିଲେ । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସାମାଜିକ ସୁରକ୍ଷା ଆଇନ ଲାଗୁ କରିବା, ସ୍ୱାସ୍ଥ୍ୟ ବିମା ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ବୃଦ୍ଧି କରିବା, ବିଭିନ୍ନ ଜିଲ୍ଲାରେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସମସ୍ତ ସାମ୍ବାଦିକଙ୍କୁ ଅବସରକାଳୀନ ପେନସନ୍ ପ୍ରଦାନ କରିବା ଇତ୍ୟାଦି ଦାବି ସରକାର ତୁରନ୍ତ ଗ୍ରହଣ କରିବା ପାଇଁ ଦାବି କରାଯାଇଥିଲା । ପରେ ପରେ ଆଗାମୀ ଦୁଇବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ ପରିଚାଳନା ଦାୟିତ୍ୱରେ ରାଜ୍ୟ ସଭାପତି ବିଭୁତି ବୂଷଣ କରଙ୍କ ନିର୍ଦେଶରେ ଶ୍ରୀ ବ୍ରହ୍ମା, ଶ୍ରୀ ବକ୍ସି ଓ ଶ୍ରୀ ସାହୁ ପରିଚାଲନା କରିଥିଲେ । ସର୍ବସମ୍ମତି କ୍ରମେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଭାବେ ଦୁର୍ଯ୍ୟୋଧନ ପାତ୍ର ପୁନର୍ବାର ମନୋନୀତ ହୋଇଥିବା ବେଳେ କା ର୍ଯ୍ୟକାରୀ ସଭାପତି ଭାବେ ଅଶୋକ ମିଶ୍ର, ଉପ ସଭାପତି ମୁକୁନ୍ଦ ନାୟକ, ସାଧାରଣ ସମ୍ପାଦକ ବି. ଶ୍ରୀନିବାସ ପାତ୍ର, କାର୍ଯ୍ୟାଳୟ ସମ୍ପାଦକ ସତ୍ୟନାରାୟଣ ଦାସ, ଯୁଗ୍ମ ସମ୍ପାଦକ ଅପୁର୍ବ ଥଣ୍ଡର, ବିଦେଶୀ ଗୌଡ, କୋଷାଧ୍ୟକ୍ଷ ହୃସିକେଷ ସେଠି, ଉପଦେଷ୍ଟା ପ୍ରଭାକର ସୁନା, ସିମାଂଚଳ ପାଣିଗ୍ରାହି ମନୋନୀତ ହୋଇଥିଲା ବେଳେ ଜିଲ୍ଲା କା ର୍ଯ୍ୟାକାରିଣୀ ସଦସ୍ୟ ଭାବେ ଭଗବାନ ସାହୁ, ବିଦ୍ୟୁତ୍ ବୈରାଗୀ, ବିକ୍ରମ ସ୍ୱାଇଁ, ବାସୁଦେବ ଜେନା, ମାଣିକ ବାଛାର, ଏ. ଦେବାଶିଷ ପାତ୍ର ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ପର୍ଯ୍ୟବେକ୍ଷକ ଶ୍ରୀ ବ୍ରହ୍ମ ସମସ୍ତ ନୂତନ କର୍ମକର୍ତା ମାନଙ୍କୁ ଶପଥ ପାଠ କରାଇଥିଲା ବେଳେ ଶ୍ରୀ ଭଗବାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026