୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ଗଜପତି ଜିଲ୍ଲା ନୁଆଗଡ ପଞ୍ଚାୟତ ସମିତି ସଦଭାବନ ସଭାଗୃହରେ ` ମୋ ଘର’ ଯୋଜନା ଗ୍ରାମଞ୍ଚଳରେ ସଫଳତାର ସହ କାର୍ଯ୍ୟକାରୀ କରିବା ଉପରେ ବ୍ଳକ ସ୍ତରୀୟ ସଚେତନତା କର୍ମଶାଳ ଶନିବାର ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ରାଜ୍ୟ ସରକାରଙ୍କ ତରଫରୁ ମୋର ଘର ଯୋଜନା ମଧ୍ୟମରେ ଲୋକେ କି ଭଳି ଉପକୃତ ହେବେ, ଗରିବ ଓ ନିମ୍ନମଧ୍ୟବତ୍ତି ପରିବାରକୁ ଏହି ଯୋଜନାରେ ସାମିଲ କରାଇ ନୂତନ ଗୃହ ନିର୍ମାଣ ସମ୍ପସାରଣ, ସମ୍ପୂଣ୍ଣକରଣ ଓ ଉନ୍ନତିକରଣ ପାଇଁ ସବସିଡି ମାଧ୍ୟମରେ ଚାରି ପ୍ରକାର ମାଧ୍ୟମରେ ରଣ ପ୍ରଦାନ କରାଯିବ ବୋଲି କୁହାଯିବ ସହ ଯୋଜନା ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା ।
ଏହି କର୍ମଶାଳାରେ ବିଡିଓ ଲୋକନାଥ ଶବର, ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନୀ, ଉପାଧୟକ୍ଷ ନିହିମିୟା ରଇତ, ଅତିରିକ୍ତ ନିର୍ବାହୀ ଯନ୍ତୀ ପ୍ରଦ୍ୟୁମ୍ନ ଦାସ, ଗ୍ରାମୀଣ ଗୃହ ନିର୍ମାଣ ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ, ବ୍ୟାଙ୍କ୍ କର୍ମଚାରୀ, କନିଷ୍ଠ ଯନ୍ତୀ, ଗ୍ରାମ ସେବକ,ସରପଞ୍ଚ ଓ ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । । ଏହା ମଧ୍ୟ କହାଯାଥିଲା ଯେ ବ୍ୟକ୍ତି ଆବେଦନ କରିବ ତାହା ଗ୍ରାମର ଥିବା ଜନସେବାକେନ୍ଦ୍ର ଆବେଦନ କରିବାକୁ କୁହାଯାଥିଲା । ଏହା ପରେ ଅଞ୍ଚଳର ଲୋକଙ୍କ ମନରେ ଚିନ୍ତା ଘାରୀଛି ଯେ ଜନସେବା କେନ୍ଦ୍ରରେ ମୋ ଘର ଯୋଜନାରେ ରୁଣ ପାଇଁ ଆବେଦନ କଲେ ଜଣେ ବ୍ୟକ୍ତି ଠାରୁ ୧୫୦ ରୁ ୨୦୦ ଟଙ୍କା ଆଦୟା କରୁଛନ୍ତି ଜନସେବା କେନ୍ଦ୍ର ।
